କ୍ଷତିପୂରଣ କରାଇଦେବା ନାଁରେ ଠକିନେଲେ ଏକ ଲକ୍ଷ ଟଙ୍କା

Key Points
ଦୁଷ୍କର୍ମ ପିଡିତାଙ୍କୁ ଠକେଇ
କ୍ଷତିପୂରଣ କରାଇଦେବା ନାଁରେ ଠକିନେଲେ ଏକ ଲକ୍ଷ ଟଙ୍କା
ଜଣେ ଠକ ଡାଟା ଏଣ୍ଟ୍ରି ଅପରେଟର, ଆଉ ଜଣେ ପିଇଟି ଶିକ୍ଷୟତ୍ରୀ
ଦୁଇ ଠକ ଗିରଫ ପରେ କୋର୍ଟ ଚାଲାଣ
କଟକରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଡରାଇ ଧମକାଇ ପ୍ରାୟ ଏକ ଲକ୍ଷ ଟଙ୍କା ଠକି ନେଇଛନ୍ତି ଦୁଇ ଠକ ଏହି ଠକଙ୍କ ମଧ୍ୟରୁ ଜଣେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଥିଲାବେଳେ ଅନ୍ୟଜଣେ ମହିଳା ଏକ ସରକାରୀ ବିଦ୍ୟାଳୟର ପିଇଟି ଶିକ୍ଷୟତ୍ରୀ ଅଟନ୍ତି ତେବେ ଘଟଣାରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ଡାଟା ଏଣ୍ଟ୍ରି ଅପରେଟର ଅମୀୟ କୁମାର ସାହୁ ମୁଖ୍ୟ କାର୍ପଟଦାର ବୋଲି ଜଣାପଡ଼ିଛି ।
ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳୁଥିବା ଅନୁକମ୍ପା ରାଶିର ସମସ୍ତ ତଥ୍ୟ ଜିଲ୍ଲାପାଳ କାର୍ଯ୍ୟଳୟରେ ରହିଥିବା ବେଳେ ଗିରଫ ଡାଟା ଏଣ୍ଟ୍ରି ଅପରେଟର ଅମୀୟ ଏହି ତଥ୍ୟକୁ ସଂଗ୍ରହ କରି ମହିଳା ପିଇଟି ଟିଚରକୁ ଦେଇଥିଲା। ଏହାପରେ ମହିଳା ଶିକ୍ଷୟତ୍ରୀ ଜଣକ ନିଜକୁ ଜିଲ୍ଲାପାଳ କାର୍ଯ୍ୟାଳୟର ଅଧିକାରୀ କହି ପୀଡ଼ିତାଙ୍କ ଠାରୁ କମିଶନ ଆକାରରେ ଏକ ଲକ୍ଷ ଟଙ୍କା ଠକେଇ କରିଥିଲା। ତେବେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।
କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଭଳି ଲାଞ୍ଚ କାରବାର ନୁଆ ନୁହେଁ । ବାରମ୍ବାର ଏକାଧିକ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ହେଉଥିଲେ ମଧ୍ୟ ସେମିତି କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୁଏ ନାହିଁ। ତେବେ ଜିଲ୍ଲାପାଳ କହିଛନ୍ତି ସଂପୃକ୍ତ ବ୍ୟକ୍ତି ଜଣକ ଜଣେ ଠିକା କର୍ମଚାରୀ। ତାଙ୍କୁ ସଂସ୍ଥା ରୁ ବାହାର କରାଯାଇଛି ଏବଂ ସେ ସ୍ଥାନରେ ଏଣିକି ସ୍ଥାୟୀ କର୍ମଚାରୀମାନଙ୍କୁ ଦାୟିତ୍ଵ ଦିଆଯିବ ।
ସେପଟେ ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ଆଇନଜୀବୀ। ଅନେକ ଠକେଇର ଘଟଣା ସାମ୍ନାକୁ ଆସୁଥିଲା ବେଳେ ଦୁଷ୍କର୍ମ ପୀଡ଼ିତାଙ୍କୁ ମଧ୍ୟ ଛାଡ଼ିନାହାଂନ୍ତି ଠକ। ତେବେ ଘଟଣାରେ ଜିଲ୍ଲାପାଳ ଦୁଇ ଠକଙ୍କୁ ଚାକିରୀରୁ ବାହାର କରିଛନ୍ତି