Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବେତନଟୀ ରେଞ୍ଜରେ ଦନ୍ତା ଆତଙ୍କ, ଜଣେ ମୃତ

Smruti Parija
Browse all articles by Smruti Parija
·2 years ago·1 min read
ବେତନଟୀ ରେଞ୍ଜରେ ଦନ୍ତା ଆତଙ୍କ, ଜଣେ ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅଧିନ ଜୁଆଳିଭଙ୍ଗା ଗ୍ରାମ ପଞ୍ଚାୟତ କାଳିଆନାଳ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ତିନୋଟି ଦନ୍ତା ହାତୀ ଗାଁ ଭିତରକୁ ପଶି ଉତ୍ପାତ କରିଥିଲେ । ତେବେ ଦନ୍ତା ହାତୀର ଆକ୍ରମଣରେ ଶିକାର ହୋଇ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି । 

ମୃତକ ଜଣକ ହେଲେ ମୋରଡ଼ା ଥାନା ତଥା ଚିତ୍ରଡା ଫାଣ୍ଡି ଅନ୍ତର୍ଗତ କାଳିଆନାଳ ଗ୍ରାମର ପୁଇନା ଦେହୁରୀ । ସୂଚନା ମୁତାବକ ପୁଇନା ଦେହୁରୀ ତାର ଦୁଇ ଝିଅ ସହିତ ଘରେ ଶୋଇଥିବାବେଳେ ହଠାତ ତିନୋଟି ହାତୀ ଆସି ଉତ୍ପାତ କରିଥିଲେ । ହାତୀ ଆସିବାର ଜାଣିପାରି ଦୁଇ ଝିଅ ଏଣେ ତେଣେ ଦୌଡ଼ି ପଳାଇଥିବାବେଳେ ପୁଇନାକୁ ଗୋଟେ ଦନ୍ତା ହାତୀ ଟାଣିନେଇ ଦଳି ଦେଇଥିଲା । 

ଯାହାଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଯାଇଛି । ତେବେ ଗାଁ ଲୋକଙ୍କ କହିବା ଅନୁସାରେ ହାତୀ ସମ୍ପର୍କରେ ବନବିଭାଗ ଲୋକ ମାନଙ୍କୁ ସୂଚନା ନଦେଇ ଥିବାରୁ ଆଜି ଏଭଳି ଘଟଣା ଘଟିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
one-man-died-in-elephant-attack-at-betanati-mayurbhanj | Argus News