Videos
|
Odisha

ପୁଲିସ-ମାଓ ଗୁଳିବିନିମୟ; ଦୁଇ ମାଓବାଦୀ ଗିରଫ, ଜଣେ ନିହତ

Smruti Parija
Browse all articles by Smruti Parija
·1 year ago·1 min read
ପୁଲିସ-ମାଓ ଗୁଳିବିନିମୟ; ଦୁଇ ମାଓବାଦୀ ଗିରଫ, ଜଣେ ନିହତ

ମାଲକାନଗିରି: ମାଲକାନଗିରି ଜିନେଲଗୁଡା ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ । ଜଣେ ଡିଭିଏଫ ଯବାନ ଆହତ ହୋଇଥିବାବେଳେ ଜଣେ ମାଓବାଦୀ ନିହତ ହୋଇଛନ୍ତି ।  ଦୁଇ ମାଓବାଦୀ ଗିରଫ ହୋଇଥିବା ସୂଚନା ରହିଛି ।

ଦୀର୍ଘଦିନ ପରେ ମାଲକାନଗିରି ଜିଲ୍ଲାରେ ବଡ଼ ଧରଣର ଗୁଳିବିନିମୟ ଘଟିଛି । ମାଲକାନଗିରି ଜିଲ୍ଲା ମଧ୍ୟକୁ ବାହାର ରାଜ୍ୟରୁ ମାଓବାଦୀ ପଶିବାକୁ ଉଦ୍ୟମ ବେଳେ ଡିଭିଏଫ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଏହି ଗୁଳିବିନିମୟ ଘଟିଥିବା ସୂଚନା ମିଳିଛି। ତଥ୍ୟ ଅନୁଯାୟୀ ଜିଲ୍ଲାର କାଲିମେଳା ବ୍ଲକରେ ଥିବା ଜିନେଲଗୁଡା ଜଙ୍ଗଲ ଦେଇ କିଛି ମାଓବାଦୀ ଜିଲ୍ଲା ମଧ୍ୟକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ଏହି ଖବର ପାଇ ଅଞ୍ଚଳରେ  ଡିଭିଏଫ ଯବାନ ମାନେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । 

ତେବେ ବିଳମ୍ବିତ ରାତିରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ସାମ୍ନାସାମ୍ନି ହେବା ସହ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସେହିପରି ଜଣେ ଡିଭିଏଫ ଯବାନ ଏହି ଗୁଳିବିନିମୟରେ ଆହତ ହୋଇଥିବା ବେଳେ ତାଙ୍କ ନାମ ଡମ୍ବୁରୁ ବଡ଼ ନାୟକ ବୋଲି ଜଣାପଡ଼ିଛି । ଏହାସହ ଦୁଇଜଣ ମାଓବାଦୀ ଯବାନଙ୍କ ଦ୍ଵାରା ଗିରଫ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଥିବା ନେଇ ସୂଚନା ମିଳିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
one-maoist-killed-during-firing-between-maoist-and-police | Argus News