Videos
|
Odisha

ବଢିଲା ବବି ଦାସଙ୍କ ଭାଇ ଲଲଙ୍କ ଅଡୁଆ

Smruti Parija
Browse all articles by Smruti Parija
·1 year ago
ବଢିଲା ବବି ଦାସଙ୍କ ଭାଇ ଲଲଙ୍କ ଅଡୁଆ

ଅର୍ଗସ ବ୍ୟୁରୋ: ବଢିଲା ବବି ଦାସଙ୍କ ଭାଇ ଲଲଙ୍କ ଅଡୁଆ । ତାଙ୍କ ନାଁରେ ଯୋଡି ହେଲା ଆଉ ଏକ ମାମଲା । ଯାଜପୁର ପୋଲିସ ଷ୍ଟେସନ କେଶ ନମ୍ବର ୪୭୫ ରେ ଯୋଡ଼ିହେଲା ଲଲ ଓରଫ ଭବ ପ୍ରସାଦ ଦାସଙ୍କ ନାଁ। ବିରଜା ହାଟରେ ଗଣ୍ଡଗୋଳ ସମୟରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଗତ ୨୪ ତାରିଖରେ କେସ ରୁଜୁ କରିଛି ଯାଜପୁର ପୋଲିସ। ଏହା ପୂର୍ବରୁ ଲଲଙ୍କ ନାଁରେ ଥିଲା 4ଟି ମାମଲା । ପୋଲିସ ନିଜ ଆଡୁ ଗୋଟିଏ ମାମଲା କରିଥିବା ବେଳେ ଚାଷୀମାନେ 3ଟି ମାମଲା କରିଥିଲେ । ଲଲଙ୍କ ନାଁରେ ଏହାକୁ ମିଶାଇ ମୋଟ 5ଟି ମାମଲା ହୋଇଥିବା ବେଳେ ଗୋଟିଏ ମାମଲାରେ ତାଙ୍କୁ ଜାମିନ ମିଳିଛି ।

3ଟି ମାମଲାରେ ଭବ ପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
one-more-case-filed-against-lala-das | Argus News