Videos
|
Odisha

୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର

Smruti Parija
Browse all articles by Smruti Parija
·2 years ago·2 min read
୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ବାଙ୍ଗଲାଦେଶ ଓ ପାଶ୍ୱବର୍ତୀ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆସନ୍ତା ୨୪ ଘଂଟାରେ ନେବ ଲଘୁଚାପର ରୂପ । ଗାଙ୍ଗଟିକ୍ ୱେଷ୍ଟ ବେଙ୍ଗଲ ଠାରେ ନେଇପାରେ ଲଘୁଚାପର ରୂପ ।  ଏହାସହ ରାଜ୍ୟ ଉପରେ ମୌସୁମୀ ଟ୍ରପ ଲାଇନ୍ ମଧ୍ୟ ସକ୍ରିୟ ରହିଛି । 

ପ୍ରଭାବରେ  ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଅନେକ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କାଁ ଭାଁ  ସ୍ଥାନରେ ପ୍ରବଳ  ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ୧୮ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ଅର୍ଥାତ୍ ୭ ରୁ ୧୧ ସେମି ବର୍ଷାର ଆଶଙ୍କା ରହିଛି ।  

ଭଦ୍ରକ, ବାଲେଶ୍ୱରରେ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା ,କଟକ  ନୟାଗଡ, ପୁରୀ , ମୟୁରଭଂଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ  ଢେଙ୍କାନାଳ , ଗଂଜାମ,  କୋରାପୁଟ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ  ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି  ପାଣିପାଗ ବିଭାଗ । 

ସେହିପରି ଆସନ୍ତାକାଲି  ଭଦ୍ରକ , ବାଲେଶ୍ୱର, ଯାଜପୁର ,ଢେଙ୍କାନାଳ ,  ମୟୁରଭଂଜ, କେଉଁଝର,ଅନୁଗୁଳ ,ସୁନ୍ଦରଗଡ଼, ଦେଓଗଡ,  ଝାରସୁଗୁଡା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ  ବର୍ଷା  ପାଇଁ  ୟେଲୋ ବର୍ଣ୍ଣିଙ୍ଗ  ଜାରି କରିଛି  ପାଣିପାଗ ବିଭାଗ । ୧୯  ତାରିଖ ଯାଏଁ ଏଭଳି ବର୍ଷା  ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ସେପଟେ ଗତ ୨୪ ଘଂଟାରେ ରାଜ୍ୟର କିଛି କିଛି  ସ୍ଥାନରେ  ହାଲୁକରୁ ମଧ୍ୟମ  ଧରଣର ବର୍ଷା  ହୋଇଥିବାବେଳେ ମୟୂରଭଞ୍ଜ କଟୀପଡାରେ ସର୍ବାଧିକ  ୭୨.୦ ମିମି ବର୍ଷା ରେକର୍ଡ  ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୬୫୪.୪ ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୧୧ ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ୭୩୭ .୧  ମିମି ବର୍ଷା ସ୍ୱାଭାବିକ ରହିବା କଥା ।୩ ଜିଲ୍ଲାରେ ସ୍ଵଭାଵିକଠୁ  ଅଧିକ ବର୍ଷା ରହିଥିବା  ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ୧୧  ଜିଲ୍ଲାରେ ନିଅଣ୍ଟିଆ ବର୍ଷା କରାଯାଇଛି।