Videos
|
Odisha

ଗୋଟିଏ ପଟେ ଝାଡାବାନ୍ତି ଅନ୍ୟ ପଟେ ଚିନ୍ତା ବଢ଼ାଇଲାଣି ଜଣ୍ଡିସ

Smruti Parija
Browse all articles by Smruti Parija
·1 year ago·1 min read
 ଗୋଟିଏ ପଟେ ଝାଡାବାନ୍ତି ଅନ୍ୟ ପଟେ ଚିନ୍ତା ବଢ଼ାଇଲାଣି ଜଣ୍ଡିସ

Key Points

ଝାଡାବାନ୍ତି ପରେ ଏବେ ଜଣ୍ଡିସ ଚିନ୍ତା

୧୫ ଦିନ ପୂର୍ବରୁ ୮ ଜଣ ଜଣ୍ଡିସରେ ଆକ୍ରାନ୍ତ

ଏବେ ସଂଖ୍ୟା 19 ରେ ପହଞ୍ଚିଲାଣି

ଗୋଟିଏ ପଟେ ଝାଡାବାନ୍ତି ଅନ୍ୟ ପଟେ ଚିନ୍ତା ବଢ଼ାଇଲାଣି ଜଣ୍ଡିସ। କାହିଁକି ନା ୧୫ ଦିନ ମଧ୍ୟରେ ୮ ରୁ ଆସି ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଛୁଇଁଲାଣି। ସେପଟେ ଗୋଟିଏ ପରେ ଗୋଟିଏ ଗାଁ ଏହା ଡେଉଁଛି ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଗୋପବନ୍ଧୁନଗର ବ୍ଲକ ଆରପଟା ପଞ୍ଚାୟତର ପରିଛିପୁର ଗ୍ରାମରେ ୧୫ ଦିନ ପୂର୍ବରୁ ୮ ଜଣ ଜଣ୍ଡିସରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଥିଲା। ଯାହାକି ଗ୍ରାମର କୂଅ ପାଣିରୁ ଜଣ୍ଡିସ ବ୍ୟାପିଥିବା ସ୍ୱାସ୍ଥ୍ୟ ବିଭାଗ କହିବା ପରେ କୂଅ କୁ ବାରଣ କରିବା ସହିତ ଗ୍ରାମବାସୀ ରକ୍ତ ନମୁନା ପରୀକ୍ଷା ପାଇଁ ବାରମ୍ବାର ପଠାଗଲା। ହେଲେ ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର। ୧୫ ଦିନ ମଧ୍ୟରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ୮ ରୁ ବଢ଼ି ୧୯ ପହଂଚିଲାଣି।


କେବଳ ସେତିକି ନୁହେଁ ପରିଛିପୁର ଗ୍ରାମ ଡେଇଁ ଏବେ କ୍ଷୀରପଦା ଗ୍ରାମ ପହଂଚିଲାଣି ଜଣ୍ଡିସ। ସେଠାରେ ମଧ୍ୟ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହେଲେଣି। ପିଲା ଠାରୁ ବୟସ୍କ ସମସ୍ତେ ଜଣ୍ଡିସ କବଳରେ ରହିଥିବା ବେଳେ ଏବେ ମଧ୍ୟ ଚାଲିଛି ଗ୍ରାମବାସୀଙ୍କ ରକ୍ତ ନମୁନା ପରୀକ୍ଷା। ଦିନକୁ ଦିନ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ସେଥିପାଇଁ ଅଧିକ ରକ୍ତ ନମୁନା ପରୀକ୍ଷା ଚାଲିଛି। ସେପଟେ ଗାଁ ରେ ସଚେତନତା କାର୍ଯ୍ୟକ୍ରମ କରୁଥିଲେ ସୁଦ୍ଧା ସେଭଳି କୌଣସି ଠୋସ ପଦକ୍ଷେପ ସ୍ୱାସ୍ଥ୍ୟ ବିଭାଗ ନେଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
one-side-diarrhea-on-the-other-hand-jaundice-has-increased-concerns | Argus News