Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପରିବାର ପାଇଁ ଭିଟାମାଟି ଛାଡିଲେ ଏକ ହଜାର ମତ୍ସ୍ୟଜିବୀ

Swoyang prajna Mishra
Browse all articles by Swoyang prajna Mishra
·11 months ago·2 min read
ପରିବାର ପାଇଁ ଭିଟାମାଟି ଛାଡିଲେ ଏକ ହଜାର ମତ୍ସ୍ୟଜିବୀ

Key Points

ପୁରୁଷ ଶୂନ୍ୟ ହେଲାଣି ଅରଖକୁଦା ପଞ୍ଚାୟତ

ଏକ ହଜାର ମତ୍ସ୍ୟଜିବୀ କଣ୍ଣାଟକ ପଳାଇଛନ୍ତି

ଚିଲିକା ଅବସ୍ଥା ସଙ୍କଟ ଯୋଗୁଁ ହୋଇପାରୁନି ପ୍ରତିପୋଷଣ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଅଞ୍ଚଳ ହୋଇ ଗଲାଣି ଖାଲି। ପୁରୁଷ ଶୂନ୍ୟ ହେଲାଣି ଅରଖକୁଦା ପଞ୍ଚାୟତ। ଏକ ସପ୍ତାହ ପୂର୍ବରୁ ଏକ ହଜାର ମତ୍ସ୍ୟଜିବୀ କଣ୍ଣାଟକ ପଳାଇଛନ୍ତି। ଗତକାଲି ୩ଟି ବସ୍ ରେ ୩୦୦ରୁ ଉର୍ଦ୍ଧ୍ଵ ମତ୍ସ୍ୟଜୀବୀ ଗାଁ ଛାଡି ପଳାଇଲେ। ଚିଲିକା ଅବସ୍ଥା ସଙ୍କଟରେ ପଡିଛି ଫଳରେ ମାଛ ମରୁନଥିବାରୁ ପରିବାର ପ୍ରତିପୋଷଣ ହୋଇପାରୁନି,ଫଳରେ ଗାଁ ଛାଡି ପଳାଉଛନ୍ତି ଲୋକେ। ଚିଲିକା ପୋତି ହୋଇପଡିଛି,ମୁହାଣ ସଙ୍କୁଚିତ ହୋଇପଡିଛି। ମାଛ,ଚିଙ୍ଗୁଡି ଓ କଙ୍କଡା ଉପ୍ତାଦନ ହ୍ରାସ ପାଉଛି। ଋଣ ସୁଝିବା ଓ ପରିବାର ପତିପୋଷଣ ପାଇଁ ମତ୍ସଜୀବୀ ମାନେ ଗାଁ ଛାଡୁଛନ୍ତି।

ପରିବାର ପରିପୋଷଣ ପାଇଁ ଗାଁ ଛାଡିଲେଣି ଏକହଜାରରୁ ଉର୍ଦ୍ଧ୍ଵ ମତ୍ସ୍ୟଜୀବୀ। ବୁଡି ଗଲାଣି କୂଳ ବେଉଷା,ବାହାର ରାଜ୍ୟକୁ ପଳାଉଛନ୍ତି ଚିଲିକା ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀ। ନା ବାଳକ ପିଲାଙ୍କୁ ସାଙ୍ଗରେ ଧରି ବସରେ ଚଢି କଣ୍ଣାଟକ ବାହାରିଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅରଖକୁଦା ପଞ୍ଚାୟତ ବାସୀ। ଏକ ମାତ୍ର ରୋଜଗାରର ମାଧ୍ୟମରେ ହେଉଛି ଚିଲିକା ଓ ସମୁଦ୍ରରୁ ମାଛ ମାରିବା। କାଳକ୍ରମେ ଚିଲିକା ପୋତି ହୋଇଯାଉଥିବାରୁ ମାଛ ଉପ୍ତାଦନ କମୁଛି। ଚିଲିକାରେ ମାତ୍ରାଧିକ ଜିରୋନେଟ୍ ବ୍ୟବହାର,ଚ୍ୟାନେଲ୍ ସହ ନଦୀ ମୁହାଣ ଓ ସମୁଦ୍ର ମୁହାଣ ପୋତି ହୋଇ ଗଲାଣି। ଫଳରେ ଚିଲିକାରେ ମାଛ ମରୁ ନାହାନ୍ତି। ଦିନକର ପରିଶ୍ରମ ଉଠୁ ନଥିବା ଯୋଗୁ ସାହୁକାର ଙ୍କ ଋଣ ଶୁଝି ପାରୁନାହାନ୍ତି ମତ୍ସ୍ୟଜୀବୀ ମାନେ। ଭିଟାମାଟି ଛାଡି ଚକାଡୋଳା ଓ ନିଳଚକ୍ର ବସ୍ ରେ ଗତକାଲି ୩ଟି ବସ୍ ରେ ୩୦୦ ରୁ ଉର୍ଦ୍ଧ୍ଵ ମତ୍ସଜୀବୀ କଣ୍ଣାଟକ ପଳାଇଛନ୍ତି। ପରିବାର କୁ ଛାଡି ବସରେ ଯିବା ସମୟରେ ଦୁଖଃ ପ୍ରକାଶ କରିଛନ୍ତି ମତ୍ସ୍ୟଜୀବୀ ମାନେ।

ଦକ୍ଷିଣ ପାର୍ଶ୍ଵ ଚିଲିକା ଉପରେ ନିର୍ଭର କରି ବଞ୍ଚୁଥିବା ଅରଖକୁଦା ପଞ୍ଚାୟତ ବାସୀ ବର୍ଷ ସାରା ହରାଉଛନ୍ତି ରୋଜଗାର। ଚିଲିକାକୁ ଭରଷି ଥିବା ଅରଖକୁଦା ପଞ୍ଚାୟତ ବାସୀ ଭୋକ ମେଣ୍ଟାଇବାକୁ ବାହାରିଛନ୍ତି ବାହାର ରାଜ୍ୟକୁ। ଏସିଆ ର ସର୍ବ ବୃହତ ଲବଣାକ୍ତ ହ୍ରଦରେ ଲୋପ ପାଇବାକୁ ବସିଲାଣି ମାଛ। କୂଳରେ ବନ୍ଧା ହୋଇ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଡଙ୍ଗା ଆଉ ଜାଲ। କାନ୍ଧରେ ବ୍ୟାଗ୍ ଧରି ବାହାର ରାଜ୍ୟକୁ ଯାଉଛନ୍ତି ମତ୍ସଜୀବୀ। ୧୦ ହଜାର ମତ୍ସ୍ୟଜୀବୀ ବେଉଷା ହରାଇ ବସିଛନ୍ତି। କାହିଁକି ବେଉଷା ହରାଉଛନ୍ତି ମତ୍ସ୍ୟଜୀବୀ। କାରଣ ନଂ ୧- ଚିଲିକା କୁ ସଂଯୋଗ ହୋଇଥିବା ୫୨ଗୋଟି ନଦୀ ନାଳର ପଟୁ ମାଟି ଦ୍ବାରା ପୋତି ହୋଇ ପଡିଲାଣି ଚିଲିକା। କାରଣ ନଂ ୨ - ସମୁଦ୍ର ଜୁଆର ପ୍ରଭାବରେ ଚିଲିକା ଓ ସମୁଦ୍ର ମୁହାଁଣ ପୋତି ହେବ ସହ ଚିଲିକା ପୋତି ହେବାରେ ଲାଗିଛି। କାରଣ ନଂ ୩- ନଳ ବଢୁ ଥିବାରୁ ଚିଲିକା ମଧ୍ୟ ପୋତି ହୋଇ ପଡୁଛି। କାରଣ ନଂ ୪- ଚିଲିକାରେ ବ୍ୟାପକ ମାତ୍ରାରେ ଜିରୋ ନେଟ୍ ଦ୍ବାରା ମିନ ମାଛ ମରା ଚାଲିଛି। କାରଣ ନଂ୫- ମାତ୍ରାଧିକ ଯନ୍ତ୍ରଚାଳିତ ବୋଟ୍ ଚଳାଚଳ ମାଛ ହ୍ରାସ୍ ର କାରଣ । ସେପଟେ ମତ୍ସ୍ୟଜିବୀ ବାହାର ରାଜ୍ୟକୁ ଯାଉଥିବା ଖବର ଜିଲ୍ଲା ଶ୍ରମ ବିଭାଗ ପାଖରେ ନାହିଁ। ମତ୍ସ୍ୟ ବିଭିଗର ବିଭିନ୍ନ ସ୍କିମ୍ ଓ ଏନଆରଜିଏସ୍ ସ୍କିମ୍ ସମ୍ପର୍କରେ ଲୋକଙ୍କୁ ଆଓ୍ବାରନେସ୍ କରାଯିବା ସହ ଚିଲିକା ଖନନ ବଡ ପ୍ଲାନ ଏ ଦିଗରେ ପଦକ୍ଷପ ନିଆଜିବ କହିଛନ୍ତି ପୁରୀ ଜିଲ୍ଲାପାଳ।

ଚିଲିକାର ସ୍ଥିତି ସାଂଘାତିକ ରୂପ ନେଉଛି,ଯଥା ଶୀଘ୍ର ପଦକ୍ଷପ ନେବାକୁ ବିଭିନ୍ନ ମହଲରୁ ଦାବୀ ଉଠିଲିଣି। କାହିଁକି ଚୁପ୍ ହୋଇ ବସିଛି ଚିଲିକା ଉନ୍ନୟନ କତୃପକ୍ଷ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
One thousand fishermen leave their village for family | Argus News