One Year Government: ବର୍ଷକରେ କ'ଣ କରିଛନ୍ତି ସରକାର...?

Key Points
-୮୦୦ ଟଙ୍କା ଇନପୁଟ ସବସିଡି
-ଆୟୁଷ୍ମାନ ଭାରତ ଲାଗୁ
ଲୋକଙ୍କୁ ବର୍ଷକର ରିପୋର୍ଟ କାର୍ଡ ପ୍ରଦାନ କରିବେ ସରକାର । ବର୍ଷକର ସଫଳତା ଧରି ଲୋକଙ୍କ ପାଖକୁ ଯିବେ ରାଜ୍ୟ ସରକାର । ୨୪ ନିର୍ବାଚନ ବେଳେ ୨୧ଟି ପ୍ରତିଶ୍ରୁତି ଦିଆଯାଇଥିଲା । ସରକାରକୁ ଆସିବା ପରେ ସେଥି ମଧ୍ୟରୁ ୧୧ ଟି ପ୍ରତିଶ୍ରୁତି ପାଳନ କରାଯାଇଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଆହୁରି କହିଛନ୍ତି ଆଗାମୀ ଏକ ବର୍ଷ ମଧ୍ୟରେ ଆଉ ୧୦ ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରାଯିବ । ଆଗାମୀ ଦିନରେ ଅବଶିଷ୍ଟ ପ୍ରତିଶ୍ରୁତି ପାଳନ କରାଯିବ ।
୮୦୦ ଟଙ୍କା ଇନପୁଟ ସବସିଡି, ଆୟୁଷ୍ମାନ ଭାରତ ଲାଗୁ, ସୁଭଦ୍ରା ଭଳି ପ୍ରମୁଖ ଯୋଜନା କାର୍ଯ୍ୟକାରୀ କରାଯାଇଛି । ବର୍ଷ ପୂର୍ତ୍ତିକୁ ଉତ୍ସବ ଭାବେ ନୁହେଁ ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ପାଳନ କରିବେ ରାଜ୍ୟ ସରକାର । ଜୁନ ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ । ରାଜ୍ୟ, ଜିଲ୍ଲାଠୁ ନେଇ ବ୍ଲକ ଓ ପଞ୍ଚାୟତ ପୌର ସଂସ୍ଥା ଗୁଡ଼ିକରେ କାର୍ଯ୍ୟକ୍ରମ କରାଯିବ ।
ଜୁନ ୧୨ ତାରିଖରେ ସରକାରକୁ ବର୍ଷେ ପୂରଣ ହେବାକୁ ଯାଉଥିବା ବେଳେ ଲୋକଙ୍କ ପାଖକୁ ରିପୋର୍ଟ କାର୍ଡ ନେଇ ଯିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ରାଜ୍ୟର ୧ କୋଟି ପରିବାର ପାଖରେ ଆମେ ଆମ ରିପୋର୍ଟ କାର୍ଡ ଧରି ପହଁଚିବୁ । ଆଗାମୀ ଦିନରେ ଲୋକଙ୍କ ପରାମର୍ଶ ଲୋଡ଼ିବେ ରାଜ୍ୟ ସରକାର । ରାଜ୍ୟରେ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେଇ ପାରନ୍ତି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ଅନ୍ୟାନ୍ୟ ସଦସ୍ୟ ।