Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଣ୍ଟାବାଞ୍ଜିରେ ଅନ୍‌ଲାଇନ୍‌ ବେଟିଂ ଗେମ୍‌ର ପର୍ଦ୍ଦାଫାସ

Rashmita Mishra
Browse all articles by Rashmita Mishra
·1 year ago·1 min read
କଣ୍ଟାବାଞ୍ଜିରେ ଅନ୍‌ଲାଇନ୍‌ ବେଟିଂ ଗେମ୍‌ର ପର୍ଦ୍ଦାଫାସ

ଅର୍ଗସ ବ୍ୟୁରୋ: କଣ୍ଟାବାଞ୍ଜିରେ ଅନ୍‌ଲାଇନ୍‌ ବେଟିଂ ଗେମ୍‌ର ପର୍ଦ୍ଦାଫାସ । ଅନଲାଇନ ବେଟିଂ ଗେମ୍‌ ମାମଲାରେ ୫ ଜଣ ଗିରଫ। ୩ ଲ୍ୟାପ୍‌ଟପ୍‌, ବ୍ୟାଙ୍କ ପାସ୍‌ବୁକ୍‌ ସହ ୧୮ ମୋବାଇଲ ଜବତ । କଣ୍ଟାବାଞ୍ଜି ସହ ରାଜ୍ୟ ବାହାରେ ଚାଲିଥିଲା ଅନଲାଇନ ବେଟିଂ ।


ବଲାଙ୍ଗୀର କଣ୍ଟାବାଞ୍ଜି ସହର ର ଲାସନ୍ସ ପବ୍ଲିକ ସ୍କୁଲ ନିକଟରେ ଏକ ଭଡା ଘରେ ଚାଲିଥିବା ଅନଲାଇନ ବ୍ୟାଟିଂ ଗେମ୍ ରେ ଚଢ଼ାଉ କରି ୫ ଜଣ ଯୁବକ ଙ୍କୁ ଗିରଫ କରିଛି କଣ୍ଟାବାଞ୍ଜି ପୋଲିସ । ଯୁବକ ମାନଙ୍କ ମଧ୍ୟରେ ୪ ଜଣ ରାଜ୍ୟ ବାହାର ର ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳ ର ବୋଲି ସୂଚନା ମିଳିଛି । ସେମାନଙ୍କ ଠାରୁ ୧୮ ଗୋଟି ମୋବାଇଲ, ୩ ଲାପଟପ ସହ ଅନେକ ବିଭିନ୍ନ ସାମଗ୍ରୀ ଜବତ କରିଛି । ପୁଲିସ ଟିମ ଭଡା ଘରେ ଚଢ଼ାଉ କରି ୫ ଜଣ ଯୁବକ ଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।ତେବେ ଦିନକୁ ଦିନ ଏହି ଭଳି ଘଟଣା ଜାରି ରହିଥିବା ବେଳେ କଣ୍ଟାବାଞ୍ଜି ପୋଲିସ ଚଢ଼ାଉ କରିବା ପରେ ପୋଲିସ କୁ ଏହି ସଫଳତା ମିଳିଥିବା ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
Online betting game busted in Kantabanji | Argus News