Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ONLINE GAME / ଅନଲାଇନ ଗେମ ଖେଳିବାକୁ ଚୋରୀ, ଟାର୍ଗେଟରେ ଥିଲେ ଛୋଟ ଛୋଟ ଛୁଆ, ଚକଲେଟ ଦେଇ ଭଣ୍ଡାଉଥିଲେ

Bikash Mohanty
Browse all articles by Bikash Mohanty
·5 months ago·2 min read
ଅନଲାଇନ ଗେମ ଖେଳିବାକୁ ଚୋରୀ, ଟାର୍ଗେଟରେ ଥିଲେ ଛୋଟ ଛୋଟ ଛୁଆ, ଚକଲେଟ ଦେଇ ଭଣ୍ଡାଉଥିଲେ
ONLINE GAME

Key Points

ଅନଲାଇନ ଗେମ ଖେଳିବାକୁ ଚୋରୀ 
ଟାର୍ଗେଟ ରେ ଥିଲେ ଛୋଟ ଛୋଟ ଛୁଆ 
ଚକଲେଟ ଦେଇ ଭଣ୍ଡାଉଥିଲେ,ଛୁରୀ ଦେଖାଇ ଭୟବିତ କରୁଥିଲା 
ଛୁଆଙ୍କ ବେକରୁ ଲୁଟ କରୁଥିଲା ସୁନା ଚେନ ଆଉ ଲକେଟ 
ଗୋଟେ ଦିନରେ 3 ଜଣ ଛୁଆଙ୍କ ବେକରୁ ଲୁଟ 
ରାଜଧାନୀରେ ଅନଲାଇନ ଗେମ ଖେଳିବାକୁ ଚୋରୀ। ଟାର୍ଗେଟ ରେ ଥିଲେ ଛୋଟ ଛୋଟ ଛୁଆ।  ଚକଲେଟ ଦେଇ ଭଣ୍ଡାଉଥିଲେ,ଛୁରୀ ଦେଖାଇ ଭୟବିତ କରୁଥିଲା ।  ଛୁଆଙ୍କ ବେକରୁ ଲୁଟ କରୁଥିଲା ସୁନା ଚେନ ଆଉ ଲକେଟ। ଗୋଟେ ଦିନରେ 3 ଜଣ ଛୁଆଙ୍କ ବେକରୁ ଲୁଟ | ଅଭିଯୋଗ ପରେ ବନ୍ଧା ହେଲା ଅଭିଯୁକ୍ତ | ଏଭଳି ଘଟଣା ଘଟିଛି ସାଲିଆ ସାହି ମଙ୍ଗଳାନଗର ବସ୍ତିରେ | ଦୁଇ ବର୍ଷର ଜଣେ ଛୁଆ ଘର ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତ ଯୁବକ ତାଙ୍କ ବେକରୁ ଲକେଟ ନେଇ ଚମ୍ପଟ ମାରିଥିଲେ। ଏକ ଧାରୁଆ ଛୁରୀ ରେ ଲକେଟ କୁ କାଟି ଛୁ ମାରିଥିଲା | କେବଳ ଗୋଟେ ଘଟଣା ନୁହେଁ ସେହି ଦିନ ତାରିଣୀ ନଗର ବସ୍ତିରେ ମଧ୍ୟ ଜଣେ ଦେଢ଼ ବର୍ଷର କୁନି ଝିଅ ଠାରୁ ସୁନା ଚେନ, ଲକେଟ ସାଙ୍ଗକୁ ରୁପା ଡେଉଁରିଆ ଲୁଟିଥିଲା ଦୁବୁର୍ତ୍ତ | ପ୍ରଥମେ ଯୁବକ ଜଣଙ୍କ ଘର ଭଡା ବାହାନା ରେ କୁନି ଝିଅ ମା ଙ୍କ ସହ କଥା ହୋଇଥିଲା | ଯେତେବେଳେ କୁନି ଝିଅ ଘର ବାହାରେ ଖେଳୁଥିଲା ତାକୁ ଚକଲେଟ ଦେଇ ଲୁଟ କରିଥିଲା | ଏନେଇ କୁନି ଝିଅ ର ମା ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ |

ସମାନ ଧରଣର ଲୁଟ ନେଇ ଦୁଇଟି ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଶନିବାର ପୋଲିସ ଖବର ପାଇଲା, ଜଣେ ଯୁବକ ସାଲିଆ ସାହି ନିକଟ ମହିଳା ଟାଙ୍କି ଅଞ୍ଚଳରେ ଥିବା ଏକ ସୁନା ଅଳଙ୍କାର ବିକ୍ରୟ କରିବାକୁ ଚେଷ୍ଟା କରୁଛି । ପୋଲିସ ସେ ସ୍ଥାନରେ ପହଂଚି ଯୁବକକୁ କାବୁ କରି ପଚରାଉଚରା ପରେ ସତ ସାମ୍ନାକୁ ଆସିଥିଲା । ଗିରଫ ଅଭିଯୁକ୍ତ ହେଲା, ତପନ କୁମାର ସେଠୀ। ତପନ ର ଘର ଗଞ୍ଜାମ ହୋଇଥିବା ବେଳେ ସେ ଖଣ୍ଡଗିରି ଅଂଚଳରେ ରହୁଛି । ଅଭିଯୁକ୍ତ ତପନ ପାଖରୁ ଲୁଟ ଚେନ, ଲକେଟ ଓ ଏକ ଛୁରୀ ଜବତ କରିଛି ପୋଲିସ।  ଅଭିଯୁକ୍ତ କୁ ଥାନାକୁ ଆଣି ଜେରା ବେଳେ ପୋଲିସ ଆଗରେ ଲୁଟ ପଛର ସତ ବଖାଣି ଥିଲା । ଘରୁ ଟଙ୍କା ଆଣି ଅନଲାଇନ୍ ଗେମ ଖେଳୁଥିଲା ଅଭିଯୁକ୍ତ ତପନ | ଡ୍ରିମ୍ ଇଲେଭେନ୍ ରେ ହାରିଗଲା ପ୍ରାୟ ଅଢେଇ କୋଟି ଟଙ୍କା | ପରିବାର ଲୋକେ ଟଙ୍କା ମାଗିବାରୁ ଲୁଟ୍ ଏବଂ ଛିନତାଇ କରିବାକୁ ଯୋଜନା କରିଥିଲା |

କେବେଠାରୁ ଏଭଳି ଅଭିନଵ ଉପୟରେ ଚୋରୀ କରୁଥିଲା ଅଭିଯୁକ୍ତ ତପନ | କେତେ ଛୁଆ ଙ୍କ ବେକରୁ ଲୁଟିଛି ସୁନା ଚେନ ଆଉ ଲକେଟ | ଅଧିକ ତଦନ୍ତ ପାଇଁଅଭିଯୁକ୍ତ କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ପୋଲିସ କହିଛି |
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ONLINE GAME | ONLINE GAME | Online Gaming Addiction Leads to Robbery: Children Targeted for Gold Chains | Argus News