ଅନଲାଇନ ଜୁଆ ଓ ବିଜ୍ଞାପନ ଉପରେ ଲାଗିବ କଟକଣା

Key Points
ରାଜ୍ୟସଭାରେ ପାରିତ ହେଲା ଅନ୍ଲାଇନ ଗେମିଂ ବିଲ୍
ବାର୍ଷିକ ପ୍ରାୟ ୪୫ କୋଟିରୁ ଅଧିକ ଲୋକ ପ୍ରାୟ ୨୦ ହଜାର କୋଟି ଟଙ୍କା ସହୁଛନ୍ତି କ୍ଷତି
ଅନଲାଇନ ଜୁଆ ଓ ବିଜ୍ଞାପନ ଉପରେ କଟକଣା ଲାଗିବ
ରାଜ୍ୟସଭାରେ ପାରିତ ହେଲା ଅନ୍ଲାଇନ ଗେମିଂ ବିଲ୍ । ଗତକାଲି ଅନଲାଇନ୍ ଗେମିଂ ବିଲ୍ 2025 ଲୋକସଭାରେ ଉପସ୍ଥାପିତ କରିଥିଲେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଦେଶରେ ବର୍ତ୍ତମାନ ଡିଜିଟାଲ ଗେମିଂ ସେକ୍ଟର ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଓ ଅନଲାଇନ ବେଟିଂ ଉପରେ ସଂପୂର୍ଣ୍ଣ ରୋକ ଲଗାଇବା ପାଇଁ ସରକାର ଏହି ବିଲ୍ ଆଣିବେ । ଯାହାର ଲକ୍ଷ ହେଉଛି ବେଟିଂ ସହି ଜଡ଼ିତ ଅନଲାଇନ୍ ଟଙ୍କା ଖେଳକୁ ନିଷିଦ୍ଧ କରିବା ।
ଆଗାମୀ ଦିନରେ ଇ ସ୍ପୋର୍ଟସ ଓ ଅନଲାଇନ୍ ସୋସିଆଲ ଗେମ୍ସକୁ କୁପ୍ରଚାର ପ୍ରସାର ପାଇଁ ବ୍ୟବସ୍ଥା କରାଯିବ । ଅନଲାଇନ ଜୁଆ ଓ ଏହାର ବିଜ୍ଞାପନ ଉପରେ କଟକଣା ଲାଗିବ । ଇ-ସ୍ପୋର୍ଟସ ଦ୍ବାରା ସାଂସ୍କୃତିକ ଭାବ ବିନିମୟ ସହ ଟିମ୍ ସ୍ପିରିଟ୍ ବୃଦ୍ଧି ପାଇଁ ସହାୟକ ହେବ ।
📱 Get Argus News App
✨ଅନଲାଇନ ସୋସିଆଲ ଗେମ୍ସ ଦ୍ବାରା ଚେସ୍, ସୁଡୁକୋ ପରି ଖେଳକୁ ପ୍ରୋତ୍ସାହନ ମିଳିବ । ଏହା ଶିକ୍ଷଣୀୟ, ମନୋରଂଜନ ସହ ଧୀଶକ୍ତି ବୃଦ୍ଧି କରିବ । ଅନ୍ୟପକ୍ଷରେ ଅନଲାଇନ୍ ମନି ଗେମ୍ ଦ୍ବାରା ଅନେକ ଲୋକ ସର୍ବସ୍ବାନ୍ତ ହେଉଛନ୍ତି । ନିଜର କଷ୍ଟ ଉପାର୍ଜିତ ଅନଲାଇନରେ ଉଡିଯାଉଛି । ଏଥିଯୋଗୁଁ ଅନେକ ପରିବାର ଉଜୁଡି ଯାଉଛି । ଅନେକ ଲୋକ ବାଧ୍ୟହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି । ବାର୍ଷିକ ପ୍ରାୟ ୪୫ କୋଟିରୁ ଅଧିକ ଲୋକ ପ୍ରାୟ ୨୦ ହଜାର କୋଟି ଟଙ୍କା କ୍ଷତି ସହୁଛନ୍ତି । ତେଣୁ ସେମାନଙ୍କ ସ୍ବାର୍ଥକୁ ନଜରରେ ରଖି ଏହି ଗୁରୁତ୍ବପୂର୍ଣ୍ଣ ବିଧେୟକ ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ।