Online Trading Fraud / ଅନଲାଇନ୍ ଟ୍ରେଡିଂ ନାଁରେ କୋଟି କୋଟି ଟଙ୍କା ଠକେଇ…ସାଇବର ଠକେଇ ନେଟୱର୍କର ପର୍ଦ୍ଦାଫାସ୍
·2 hours ago·2 min read

Key Points
- ଭୁବନେଶ୍ୱର ସାଇବର ଥାନା ପୋଲିସକୁ ବଡ଼ ସଫଳତା
- ମାଷ୍ଟରମାଇଣ୍ଡ ସମେତ ୩ ଅଭିଯୁକ୍ତ ଗିରଫ
- ଅଧିକ ଲାଭର ଲୋଭ ଦେଖାଇ ୬୨ ଲକ୍ଷ ୮୯ ହଜାର ୮୬୫ ଟଙ୍କା ଠକେଇ

ଅନଲାଇନ୍ ଟ୍ରେଡିଂରେ ଅଧିକ ଲାଭର ଲୋଭ। ଆଉ ତା’ପରେ କୋଟି କୋଟି ଟଙ୍କାର ସାଇବର ଠକେଇ। ଭୁବନେଶ୍ୱର ସାଇବର ଥାନା ପୋଲିସ ହାତରେ ଧରାପଡ଼ିଛି ଏକ ଆନ୍ତଃରାଜ୍ୟ ସାଇବର ଠକେଇ ନେଟୱର୍କ। ଏହି ମାମଲାରେ ମୁଖ୍ୟ ମାଷ୍ଟରମାଇଣ୍ଡ ସର୍ବେଶ୍ୱର ମହାନ୍ତି ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ।
ଫେସବୁକ୍ରେ ‘ପ୍ରିୟା ରେଡ୍ଡୀ’ ନାମରେ ଫେକ୍ ପ୍ରୋଫାଇଲ୍। ପରେ ହ୍ୱାଟ୍ସଆପ୍ରେ ଯୋଗାଯୋଗ। ଆଉ ଏକ ଅନଲାଇନ୍ ଟ୍ରେଡିଂ ପ୍ଲାଟଫର୍ମରେ ନିବେଶ କଲେ ମିଳିବ ମୋଟା ଅଙ୍କର ଲାଭ ବୋଲି ଦେଖାଇଥିଲେ ସ୍ୱପ୍ନ। ପ୍ରଥମେ କିଛି ଲାଭ ଦେଇ ଅଭିଯୋଗକାରୀଙ୍କ ବିଶ୍ୱାସ ଜିତିଥିଲେ ଠକ। ପରେ ଅଭିଯୋଗକାରୀ ନିଜର ଓ ସମ୍ପର୍କୀୟଙ୍କ ୮ଟି ବ୍ୟାଙ୍କ୍ ଆକାଉଣ୍ଟରୁ ମୋଟ ୬୨ ଲକ୍ଷ ୮୯ ହଜାର ୮୬୫ ଟଙ୍କା ନିବେଶ କରିଥିଲେ। କିନ୍ତୁ ଟଙ୍କା ଉଠାଇବାକୁ ଚେଷ୍ଟା କରିବାରୁ ଆକାଉଣ୍ଟ ବ୍ଲକ୍ କରିଦେଇଥିଲେ ସାଇବର ଠକ।
ତଦନ୍ତ ବେଳେ ସାମ୍ନାକୁ ଆସିଛି ଆଉ ଏକ ବଡ଼ ତଥ୍ୟ। ଜାଲ୍ କାଗଜପତ୍ର ବ୍ୟବହାର କରି ତ୍ରିଶୁଳିଆ ଅଞ୍ଚଳରେ ‘ଟ୍ରିଦୀପ୍ ଟ୍ରେଡର୍ସ ପ୍ରାଇଭେଟ୍ ଲିମିଟେଡ୍’ ଏବଂ ‘ଟ୍ରିଦୀପ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍’ ନାଁରେ ଏକାଧିକ କରେଣ୍ଟ୍ ଆକାଉଣ୍ଟ ଖୋଲାଯାଇଥିଲା। ଏହି ଆକାଉଣ୍ଟଗୁଡ଼ିକୁ ସାଇବର ଅପରାଧୀଙ୍କୁ କମିଶନ୍ ବଦଳରେ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ମହାନ୍ତି ଏହି ନେଟୱର୍କ ଚଳାଉଥିବା ବେଳେ ପ୍ରଦୀପ କୁମାର ଷଡ଼ଙ୍ଗୀ ଏବଂ ସୁମନ୍ତ ମହାଳିକ ତାଙ୍କୁ ସହଯୋଗ କରୁଥିବା ପୋଲିସର ତଦନ୍ତରୁ ଜଣାପଡ଼ିଛି।
ସବୁଠାରୁ ବଡ଼ କଥା, ଅଭିଯୋଗକାରୀଙ୍କ ଠକେଇ ଟଙ୍କାରୁ ୧୫ ଲକ୍ଷ ଟଙ୍କା ଟ୍ରିଦୀପ୍ ଟ୍ରେଡର୍ସ କମ୍ପାନୀ ଆକାଉଣ୍ଟକୁ ଯାଇଥିଲା। ଏହି ଆକାଉଣ୍ଟ ଦେଶବ୍ୟାପୀ ପ୍ରାୟ ୩ କୋଟି ୮୪ ଲକ୍ଷ ଟଙ୍କାର ସାଇବର ଠକେଇ ସହ ଜଡ଼ିତ ଥିବା ଏବଂ ଏନେଇ ୨୩ଟି NCRP ପୋର୍ଟାଲରେ ଅଭିଯୋଗ ରହିଥିବା ଜଣାପଡ଼ିଛି। ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏହି ନେଟୱର୍କରେ ଆଉ କେଉଁମାନେ ସାମିଲ ଅଛନ୍ତି, ଟଙ୍କା କେଉଁ କେଉଁ ଆକାଉଣ୍ଟକୁ ଯାଇଛି, ସେନେଇ ତଦନ୍ତ ଜାରି ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories