Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୪ ବର୍ଷ ସରକାରରେ ୪ଟା ଶୀତଳଭଣ୍ଡାର କରିଛି ବିଜେଡି ସରକାର !

Odisha

୨୪ ବର୍ଷ ସରକାରରେ ୪ଟା ଶୀତଳଭଣ୍ଡାର କରିଛି ବିଜେଡି ସରକାର !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
୨୪ ବର୍ଷ ସରକାରରେ ୪ଟା ଶୀତଳଭଣ୍ଡାର କରିଛି ବିଜେଡି ସରକାର !

Key Points

  • ୨୪ ବର୍ଷ ସରକାରରେ ୪ଟା ଶୀତଳଭଣ୍ଡାର କରିଛି ବିଜେଡି ସରକାର
  • ବେଲଗାମ ହେଉଛି ପରିବା ଦର, ହିନସ୍ତା ଗ୍ରାହକ

ଅର୍ଗସ ବ୍ୟୁରୋ : ରିପୋର୍ଟ ଦେଖିଲେ ହୋସ ଉଡିଯିବ । କାରଣ ପୂର୍ବ ସରକାର ଅର୍ଥାତ୍‌ ବିଜେଡି ୨୪ ବର୍ଷର ଶାସନ କାଳରେ ପୁରା ରାଜ୍ୟରେ କେବଳ ୪ଟି ଶୀତଳଭଣ୍ଡାର କରିବାରେ ସମର୍ଥ ହୋଇଛି । ପୂର୍ବ ସରକାରର ଏମିତି ଭୁଲ ପାଇଁ ଏବେ ହୁ ହୁ ହୋଇ ବଢିବାରେ ଲାଗିଛି ପରିବା ଦର । ଯାହା ସିଧାସଳଖ ଖାଉଟିଙ୍କ ଉପରେ ପ୍ରଭାବ ପକାଉଛି ।   

ସରକାରୀ ହିସାବରେ ରାଜ୍ୟରେ ବର୍ତ୍ତମାନ ସମବାୟ ସ୍ତରରେ ମାତ୍ର ୪ଟି ଶୀତଳଭଣ୍ଡାର ରହିଛି । ଏଗୁଡିକ ସର୍ବନିମ୍ନ ୨୫୦୦ ମେଟ୍ରିକ ଟନ୍‍ରୁ ସର୍ବାଧିକ ୫୦୦୦ ଟନ୍‍ ପର୍ଯ୍ୟନ୍ତ ରହିଛି । ପୁରୀ ଜିଲ୍ଲାର ନିମାପଡା ଠାରେ ଥିବା ବହୁମୁଖୀ ଶୀତଳଭଣ୍ଡାରର କ୍ଷମତା ୨୫୦୦ ଟନ୍‍ ହୋଇଥିବାବେଳେ କଟକ ଜିଲ୍ଲାର ଜଗତ୍‍ପୁର ଶୀତଳଭଣ୍ଡାରର କ୍ଷମତା ୪୦୦୦ମେଟ୍ରିକ ଟନ୍‍ ରହିଛି । ସେହିଭଳି ଖୋର୍ଦ୍ଧା ଭୁବନେଶ୍ୱର ଓ ରାୟଗଡା ଜିଲ୍ଲାରେ ଗୋଟିଏ କରି ଥିବା ଶୀତଳଭଣ୍ଡାରର କ୍ଷମତା

ରାଜ୍ୟରେ ପ୍ରତିବର୍ଷ ପରିବା ଦର ବେକାବୁ ହେବା ପରେ ଶୀତଳଭଣ୍ଡାରକୁ ନେଇ ଚର୍ଚ୍ଚା ବଢେ । କାରଣ ଯେଉଁ ମାତ୍ରାରେ ଶୀତଳଭଣ୍ଡାର ହେବା କଥା ସେହି ମାତ୍ରାରେ ହୋଇନି । ସେଇଥି ଲାଗି ତ ଏମିତି ଅବସ୍ଥା ହେଲାଣି ଯେ ଟମାଟୋ କିଲୋ ୧୦୦ ଛୁଇଁବ ଛୁଇଁବ ହେଉଛି । ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ନିୟନ୍ତ୍ରିତ ବଜାର କମିଟି ଜରିଆରେ ୪୧ଟି ଛୋଟ ଛୋଟ ଶୀତଳଭଣ୍ଡାର ନିର୍ମାଣ କରାଯାଇଛି । ଏଗୁଡିକର ମୋଟ୍‍ କ୍ଷମତା ୭୮୭ ଟନ୍‍ ହୋଇଥିବାବେଳେ ଏଥିରେ ସାଧାରଣତଃ ପନି ପରିବା ହିଁ ରହିପାରିବ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି ଅଧିନରେ ୫ଟି, ହିଞ୍ଜୁଳିକାଟୁ ଆରଏମ୍‍ସି ଅଧିନରେ ୮ଟି ବୌଦ୍ଧ ଆରଏମ୍‍ସି ଅଧିନରେ ୩ଟି, ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ଆରଏମ୍‍ସି ଅଧିନରେ ୧୦ଟି, ବରଗଡ ଆରଏମସି ଅଧିନରେ ଦୁଇଟି, ସମ୍ବଲପୁର ଆରଏମ୍‍ସି ଅଧିନରେ ୭ଟି ଓ ସେହି ଜିଲ୍ଲାର କୁଚିଣ୍ଡା ଆରଏମ୍‍ସି ଅଧିନରେ ୮ଟି ଶୀତଳଭଣ୍ଡାର ନିର୍ମାଣ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭୋଟ୍‌ ଆସିଲେ ବିଜେଡି ଅନେକ ଯୋଜନା କରୁଥିବାର ନଜର ଆସେ । ହେଲେ ଭୋଟ୍‌ ଯିବା ପରେ ସେ ସବୁ ଯୋଜନାରେ କେମିତି ପୂର୍ଣ୍ଣଚ୍ଛେଦ ପଡେ ତାହା ଏହି ଶୀତଳଭଣ୍ଡାର ଘଟଣାରୁ ହିଁ ସ୍ପଷ୍ଟ ହୋଇଛି । କାରଣ ପ୍ରତି ବ୍ଲକ୍‌ରେ ଶୀତଳଭଣ୍ଡାର ନିର୍ମାଣ ହେବା ନେଇ ପୂର୍ବ ସରକାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ସେ ପ୍ରତିଶ୍ରୁତି କେମିତି ପାଣିର ଗାର ହେଲା ତାହା ଏବେ ଜଳଜଳ ହୋଇ ଦିଶୁଛି । 

କଥା ହେଲା, ରାଜ୍ୟରେ ପନିପରିବା ଦାମ୍‍ ଆକାଶଛୁଆଁ ହେବାପରେ ଚାଷୀଙ୍କ ଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ଯ୍ୟନ୍ତ ସମସ୍ତେ ଶୀତଳଭଣ୍ଡାରର ଅଭାବ ଅନୁଭବ କରୁଛନ୍ତି । ଶୀତଳଭଣ୍ଡାର ନଥିବାରୁ ଉତ୍ପାଦିତ ପନିପରିବାକୁ ଚାଷୀମାନେ ସାଇତି ରଖିପାରୁ ନାହାନ୍ତି । ତେଣୁ ପୂର୍ବ ସରକାରର ପାପ ଧୋଇବାକୁ ନୂଆ ସରକାର ମାଷ୍ଟର ପ୍ଲାନ କରୁଥିବା ଜଣାପଡିଛି ।
 

Sponsored
cold storage | Argus News