ପାଞ୍ଚ ବର୍ଷରେ କଣ୍ଟାବାଞ୍ଜି ନବୀନ ଯାଇଛନ୍ତି ୨ ଥର ?

Key Points
- ପାଞ୍ଚ ବର୍ଷରେ କଣ୍ଟାବାଞ୍ଜି ନବୀନ ଯାଇଛନ୍ତି ଦୁଇ ଥର
- ବଲାଙ୍ଗିର କଥା ମନେ ପଡିଛି ୨ ଥର
- ନିଜ ନିର୍ବାଚନମଣ୍ଡଳି ଗଂଜାମ ଜିଲ୍ଲାକୁ ମାତ୍ର ୩ ଥର
ଅର୍ଗସ ବ୍ୟୁରୋ : ନିର୍ବାଚନ ଆସିଲେ ନବୀନଙ୍କର ମନେ ପଡ଼େ ନିର୍ବାଚନମଣ୍ଡଳୀର କଥା । କେମିତି ଭୋଟ୍ ଆଣିବେ, ନିର୍ବାଚନ ବିଜୟ ହେବେ ସେନେଇ ଚିନ୍ତା କରନ୍ତି ନବୀନ । ହେଲେ ଭୋଟ୍ ଆଣିବା ପରେ ସତେ ଯେମିତି ତାଙ୍କ ସାବତ ପୁଅ ହୋଇଯାଆନ୍ତି ଓଡ଼ିଆମାନେ । କିନ୍ତୁ ଏ କଥା ଆମେ କାହିଁକି କହୁଛୁ ? କାରଣ ତଥ୍ୟ କହୁଛି, ଯେଉଁ ଦୁଇଟି ଆସନରୁ ନବୀନ ବାବୁ ଏଥର ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ସେହି ସ୍ଥାନକୁ ମାତ୍ର ୫ ବର୍ଷ ଭିତରେ ଯାଇଛନ୍ତି ଦୁଇରୁ ତିନିଥର । ସେଇଥି ଲାଗି ତ ଏବେ ନବୀନଙ୍କ ଗସ୍ତକୁ ନେଇ ବଢିଲାଣି ଚର୍ଚ୍ଚା ।
ବିଜେଡି...ବିଜୟକୁ ନେଇ କେବଳ ସ୍ଵପ୍ନ ଦେଖେ । ବାସ୍ତବତାରେ ବିଶ୍ଵାସ କରେନି । ଯଦି ବିଶ୍ଵାସ କରିଥାଆନ୍ତା ତାହାଲେ ଯେଉଁ ଆସନରୁ ନବୀନ ମଇଦାନକୁ ଓହ୍ଲାଇଛନ୍ତି ସେହି ସ୍ଥାନକୁ କେମିତି ପାଂଚ ବର୍ଷରେ ମାତ୍ର ଦୁଇ କିମ୍ବା ତିନିଥର ଗସ୍ତ କରୁଛନ୍ତି ? ତଥ୍ୟ କହୁଛି, ୨୪ ନିର୍ବାଚନ ପାଇଁ ଦ୍ଵିତୀୟ ଆସନ ଭାବେ ବଲାଙ୍ଗିରର କଣ୍ଟାବାଞ୍ଜିରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ । କିନ୍ତୁ ସେହି ସ୍ଥାନକୁ କେବଳ ପୂର୍ବ ନିର୍ବାଚନରେ ଅର୍ଥାତ୍ ୧୯ ମସିହାରେ ଯାଇଥିଲେ । ନିର୍ବାଚନ ପ୍ରଚାର କରିବାକୁ ଏପ୍ରିଲ ୧୫ ତାରିଖରେ ନବୀନଙ୍କ ଗସ୍ତ ଥିଲା କଣ୍ଟାବାଞ୍ଜିକୁ । ସେହିପରି ଏଇ ପାଂଚ ବର୍ଷ ଭିତରେ ବଲାଙ୍ଗିର ଗସ୍ତରେ ଯାଇଛନ୍ତି ମାତ୍ର ୩ ଥର । ଏ ସବୁ ଦେଖିବା ପରେ ଆପଣ ବି ବୁଝିପାରିବେ କି ନବୀନ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ କେତେ ଭଲ ପାଆନ୍ତି ।
ମିଳିଥିବା ସୂଚନା ଅନୁସାରେ, ୨୨ ସେପ୍ଟେମ୍ବର ୨୦୨୧ରେ BSKY କାର୍ଡ ବାଣ୍ଟିବାକୁ ଟିଟିଲାଗଡ଼ ଯାଇଥିଲେ ନବୀନ । ଏହାପରେ ଅଧପନ୍ତରିଆ ଲୋୟର ସୁକତେଲ ପ୍ରକଳ୍ପର ଶୁଭ ଉଦଘାଟନ ଲାଗି ଏଇ ବର୍ଷ ଜାନୁଆରୀରେ ବଲାଙ୍ଗିର ଗସ୍ତରେ ଯାଇଥିଲେ ନବୀନ । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଲା ଏବେ କଣ୍ଟାବାଞ୍ଜିରୁ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ । ତେବେ ସମୟ କହିବ ନବୀନଙ୍କୁ କେତେ ସମର୍ଥନ ଦେଉଛନ୍ତି ଜନତା ।