Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - KYC ଟେନସନ୍‌ : ରାତି ଅଧରୁ ମଣିଷ ବଦଳରେ ଲାଇନ୍‌ ଲଗାଉଛି ଇଟା

Odisha

KYC ଟେନସନ୍‌ : ରାତି ଅଧରୁ ମଣିଷ ବଦଳରେ ଲାଇନ୍‌ ଲଗାଉଛି ଇଟା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
KYC ଟେନସନ୍‌  : ରାତି ଅଧରୁ ମଣିଷ ବଦଳରେ ଲାଇନ୍‌ ଲଗାଉଛି ଇଟା

ଅର୍ଗସ ବ୍ୟୁରୋ :  ଧାଡ଼ି ଧାଡ଼ି ଇଟା ରଖାଯାଇଛି, ସେଥିରେ ପୁଣି ସିରିୟଲ ନମ୍ବର ଲେଖାଯାଇଛି । ୧ ଠାରୁ ୨୧...ପୁଣି ୩୦ରୁ ୪୦ । କିନ୍ତୁ ଇଟା କାହିଁକି ରଖାଯାଇଛି ? କିଏ ରଖିଛନ୍ତି ? କିଛି ଏମିତି ପ୍ରଶ୍ନ ମନରେ ନିଶ୍ଚୟ ଆସୁଥିବ । ହେଲେ ଭିଡିଓ ଦେଖିବା ପରେ ଆପଣଙ୍କ ହୋସ୍‌ ଉଡ଼ିଯିବ । କାରଣ କେୱାଇସି ଲାଗି ଏମିତି ଯାତ୍ରା ହୋଇଛି । ଇଏ ପୁଣି ଭୋର ୪ଟାରୁ । ହଁ ଠିକ୍‌ ଶୁଣିଲେ ଭୋର ୪ଟାରୁ । 

ଭଦ୍ରକ ବାସୁଦେବପୁର ଅଂଚଳର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବ୍ୟାଙ୍କରେ KYC ଅପଡେଟ୍‌ ଲାଗି ଭାରତୀୟ ଷ୍ଟେଟ ବ୍ୟାଙ୍କ ସାମ୍ନାରେ କିଛି ଏମିତି ଉପାୟ ଆପଣାଇଛନ୍ତି ଲୋକେ । ଅଧ ରାତିରୁ ଆସି ବ୍ୟାଙ୍କ ସାମ୍ନାରେ ଲାଇନ୍‌ ଲଗାଇବା ଅନେକଙ୍କ ଲାଗି ସମ୍ଭବ ହେଉନି । ତେଣୁ ବଦଳରେ ଇଟା ରଖି ଲାଇନ୍‌ରେ ରହୁଛନ୍ତି ଏବଂ ସମୟ ଆସିଲେ ବ୍ୟାଙ୍କରେ KYC କରୁଥିବା ଜଣାପଡ଼ିଛି । ଏହାପରେ ବି ମନରେ ଭୟ ସଂଚାର ହେଉଛି । କାଳେ ଅନୁପସ୍ଥିତର ସୁଯୋଗ ନେଇ ଇଟା ଏପଟ ସେପଟ କିଏ କରିଦେବ ତେଣୁ ତାହା ଉପରେ ବି ନଜର ରଖୁଛନ୍ତି ଶହଶହ ଲୋକେ ।

ଅଭିଯୋଗ ଅନୁସାରେ KYC ପାଇଁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । ତେଣୁ ଭୋର ୪ଟାରୁ ଆସି ଇଟା ରଖି ନମ୍ବର ପକାଇଛନ୍ତି । ସେଥିପାଇଁ ବି ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା । କିଏ କେତେ ଶୀଘ୍ର ଆସି ୧ ନମ୍ବର ପାଇବ । କଥାହେଲା ବାସୁଦେବପୁରରେ ମାତ୍ର ଗୋଟିଏ ଷ୍ଟେଟ ବ୍ୟାଙ୍କ ଥିବାରୁ ନାହିଁନଥିବା ଭିଡ଼ ହେଉଛି । ସେଇଥି ଲାଗି ତ ଲୋକମାନେ ଅଧରାତିରୁ ଆସି ଲାଇନରେ ଘଣ୍ଟାଘଣ୍ଟା ଛିଡା ହେଉଛନ୍ତି । ଯାହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ଅନଲାଇନ୍‌ରେ ଅନେକ ସରକାରୀ କାମ ହେଉଛି । ଅନଲାଇନ୍‌ ଟ୍ରାନାଜକସନ୍‌ ବି ହେଉଛି । କିନ୍ତୁ ଆକାଉଣ୍ଟରେ KYC  ନଥିବାରୁ କାମ ଠିକ୍‌ରେ ହେଉନି । ତେଣୁ ତୁରନ୍ତ KYC କରାଇବା ଲାଗି ଲୋକଙ୍କ ମଧ୍ୟରେ ସତେ ଯେମିତି ପ୍ରତିଯୋଗିତା ଲାଗୁଛି । ସେପଟେ ଏମିତି ଅବ୍ୟବସ୍ଥା ସମ୍ପର୍କରେ କିନ୍ତୁ ମୁହଁ ଖୋଲିନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।  ତେବେ କେବେ ଏ ସମସ୍ୟାର ସମାଧାନ ହେଉଛି ତାହା ସମୟ କହିବ ।
 
 

Sponsored
KYC Tenson | Argus News