Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ହୋଟେଲରେ ପଶି ଗଣ୍ଡଗୋଳ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରାଜଧାନୀରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ହୋଟେଲରେ ପଶି ଗଣ୍ଡଗୋଳ

ଅର୍ଗସ ବ୍ୟୁରୋ:  ମାଛ ଝୋଳ ନଦେବାରୁ ମରଣାନ୍ତକ ଆକ୍ରମଣ । ହୋଟେଲ କର୍ମଚାରୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ କଲେ ଦୁର୍ବୃତ୍ତ । ରାଜଧାନୀର ନାକା ଗେଟ ସ୍ଥିତ ହୋଟେଲ ଅଞ୍ଜଳିରେ ଅଘଟଣ । ହୋଟେଲ କର୍ମଚାରୀଙ୍କୁ ମାରି ମୁହଁ ଫଟାଇଦେଲେ ଦୁର୍ବୃତ୍ତ । ଥାନାରେ ଅଭିଯୋଗ ପରେ ଭରତପୁର ଥାନା ପୋଲିସର ଛାନଭିନ୍ । ରାଜଧାନୀରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ | ହୋଟେଲରେ ପଶି ଗଣ୍ଡଗୋଳ | ମାଛ ଝୋଳ ପାଇଁ ହୋଟେଲ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ | ମୁଥ ମାରି ମୁହଁକୁ ପଠାଇ ଦେଲେ ଦୁର୍ବୁତ୍ତ | ଏଭଳି ଘଟଣା ଘଟିଛି ନାକା ଗେଟ ଛକ ନିକଟରେ ଥିବା ହୋଟେଲ ଅଞ୍ଜଳିରେ | ଅଭିଯୋଗ ପରେ ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ର ଖୋଳତାଡ଼ | ହୋଟେଲରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ | ହୋଟେଲ କୁ କେତେ ଜଣ ଆସିଥିଲେ? କେଉଁ ସମୟରେ ଆସିଥିଲେ? କାହିଁକି ହୋଟେଲ କର୍ମଚାରୀ ଙ୍କୁ ଆକ୍ରମଣ କଲେ? ଆକ୍ରମଣ ପଛରେ ମାଛ ଝୋଳ ନା ପୂର୍ବ ଶତ୍ରୁତା ତାର କାରଣ ଖୋଜୁଛି ପୋଲିସ |

ତାରିଖ 1.02.2025 | ସମୟ ଅପରାହ୍ନ 4.06ମିନିଟ | 4ରୁ 5ଜଣ ଯୁବକ ହୋଟେଲ ଭିତରେ ପଶୁଛନ୍ତି | ଭିତରେ ପଡ଼ିଥିବା ଖାଇବା ଟେବୁଲରେ ବସି ଖାଇବା ଅର୍ଡର ଦେଉଛନ୍ତି | ହୋଟେଲ କର୍ମଚାରୀ ଖାଇବା ଦେବାରେ ବିଳମ୍ବ କରିବାରୁ ଉତ୍ୟକ୍ତ ହୋଇ ଖାଇବା ଟେବୁଲ ରୁ ଉଠି ଯୁବକ ମାନେ ହୋଟେଲ କର୍ମଚାରୀ ଙ୍କ ପାଖକୁ ଯାଇ ପାଟି ତୁଣ୍ଡ କରୁଛନ୍ତି | ଆଉ ତାପରେ ବିଧା, ଚାପୁଡ଼ା, ଗୋଇଠା ମାରି ଚାଲୁଛନ୍ତି | ଏହାପରେ ସେଠାରୁ ଫେରାର ହେଇଯାଉଛନ୍ତି | ହୋଟେଲ କର୍ମଚାରୀଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିଲା | ତେବେ ଏଠି ପ୍ରଶ୍ନ ଉଠୁଛି | ଆକ୍ରମଣ କାରି ମାନେ କିଏ?


ଏତେ ସାହସ ହେଲା କେମିତି? ଆକ୍ରମଣ କାରି ମାନେ ନିଶାଶକ୍ତ ଅବସ୍ଥାରେ ଥିଲେ? ଏସବୁ ଦିଗକୁ ନେଇ ତନାଘନା ତଦନ୍ତ କରୁଛି ଭରତପୁର ଥାନା ପୋଲିସ | ଏହି ଘଟଣା ପରେ ହୋଟେଲ ମାଲିକ ଏବଂ ଆକ୍ରମଣର ଶିକାର କର୍ମଚାରୀ ଙ୍କ ବୟାନ ରେକର୍ଡ କରିବା ସହ ଦୁର୍ବୁତ୍ତ ମାନଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Open challenge to police in the capital, riots break into hotel | Argus News