Videos
|
Odisha

ସୋର ପୋଲିସକୁ ଖୋଲା ଚାଲେଞ୍ଜ, ହାତଗୋଡ଼ ବାନ୍ଧି ଲୁଟିନେଲେ ସୁନାଗହଣା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସୋର ପୋଲିସକୁ ଖୋଲା ଚାଲେଞ୍ଜ, ହାତଗୋଡ଼ ବାନ୍ଧି ଲୁଟିନେଲେ ସୁନାଗହଣା

Key Points

ସୋର ପୋଲିସକୁ ଖୋଲା ଚାଲେଞ୍ଜ

ହାତଗୋଡ଼ ବାନ୍ଧି ଲୁଟିନେଲେ ପଚାସ ଲକ୍ଷ ଟଙ୍କାର ସୁନାଗହଣା 

ସୋର ଥାନା ଦହିସଡା ଗ୍ରାମର ଜଣେ ବ୍ୟବସାୟୀଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ହାତଗୋଡ଼ ବାନ୍ଧି ଲକ୍ଷାଧିକ ଟଙ୍କା ଚୋରି ସହ ୫୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ । ଏହି ଗ୍ରାମର ବ୍ୟବସାୟୀ ଜ୍ଞାନେନ୍ଦ୍ର ଉପାଧ୍ୟାୟଙ୍କ ପତ୍ନୀ ଏବଂ ତାଙ୍କ ମାଆ ଉଦଳା ଯାଇଥିବା ବେଳେ ଘରେ ଜ୍ଞାନେନ୍ଦ୍ର ସହ ତାଙ୍କ ଭଉଣୀ ପ୍ରମିଳା ଥିଲେ। ବିଳମ୍ବିତ ରାତିରେ ପାଞ୍ଚ ଜଣ ଦୁର୍ବୃତ୍ତ ମୁହଁରେ କଳା ମୁଖା ପିନ୍ଧି ବିଭିନ୍ନ ମରଣାସ୍ତ୍ର, ବନ୍ଧୁକ ଧରି ଘର ମଧ୍ୟରେ ପଶି ଜ୍ଞାନେନ୍ଦ୍ର ଏବଂ ତାଙ୍କ ଭଉଣୀଙ୍କ ହାତ ଗୋଡ଼ ବାନ୍ଧି ଭୟଭୀତ କରି ନଗଦ ଟଙ୍କା ସମେତ ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ଉଭୟଙ୍କ ମୋବାଇଲ ଲୁଟ କରି ନେଇଯାଇଥିଲେ।


ଆଜି ସକାଳେ ସ୍ଥାନୀୟ ଲୋକେ ମର୍ଣ୍ଣି ୱାକରେ ଆସିବା ପରେ ଜ୍ଞାନେନ୍ଦ୍ରଙ୍କ ନିକଟରୁ ଖବରପାଇ ସୋର ଥାନାକୁ ଖବର ଦେଇଥିଲେ। ଖବରପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କିଛି ଦିନର ବ୍ୟବଧାନ ପରେ ଚୋର ମାନେ ପୁଲିସକୁ ଚାଲେଞ୍ଜ ଦେଇ ହାତଗୋଡ଼ ବାନ୍ଧି ଲୁଟ ଏବେ ଅଞ୍ଚଳ ରେ ଭୟ ସୃଷ୍ଟି କରିଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
open-challenge-to-tyre-police-gold-jewellery-looted-after-being-tied-hand-and-foot | Argus News