ଯାତ୍ରା କଳାକାର ଓ ଯାତ୍ରା ପରିଚାଳକ ମୁହାଁମୁହିଁ

ଥମୁନି ଯାତ୍ରାରେ ଯାତ୍ରା
ଯାତ୍ରା କଳାକାର ଓ ଯାତ୍ରା ପରିଚାଳକ ମୁହାଁମୁହିଁ
ଯାତ୍ରା କଳାକାର ବାପି ପଣ୍ଡାଙ୍କୁ ଖୋଲା ଚ୍ୟାଲେଂଜ
ପ୍ରମାଣ ମାଗିଲେ ଯାତ୍ରା ପରିଚାଳକ ଜଗତଜୀବନ ପଣ୍ଡା
ଟଙ୍କା ପାଇ ନଥିବା କଳାକାରଙ୍କୁ ଟଙ୍କା ଦେବାକୁ ଦାବି କଲେ ବାପି ପଣ୍ଡା
ଯାତ୍ରା କଳାକାର ଓ ଯାତ୍ରା ମାଲିକଙ୍କ ମଧ୍ୟରେ ବିବାଦ ଏଯାଏଁ ଥମିନି
ମୁହାଁମୁହିଁ ଜଗତଜୀବନ ପଣ୍ଡା ଓ ବାପି ପଣ୍ଡା । କଳାକାର ବାପି ପଣ୍ଡାଙ୍କ ମନ୍ତବ୍ୟକୁ ନିନ୍ଦା ସହ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ପାର୍ବତୀ ଗଣନାଟ୍ୟ ଓ ରାଜଧାନୀ ଅପେରା ମୁଖ୍ୟ ପରିଚାଳକ ଜଗତଜୀବନ ପଣ୍ଡା । କେଉଁ କଳାକାର ଓ କର୍ମଚାରୀଙ୍କୁ ତାଙ୍କ ଯାତ୍ରା ପାର୍ଟି ପାରିଶ୍ରମିକ ଦେଇନାହିଁ ପ୍ରମାଣ ଦିଅନ୍ତୁ । ନିଜ ଭୁଲ ମନ୍ତବ୍ୟ ପାଇଁ ବାପି ପଣ୍ଡା କ୍ଷମା ପ୍ରାର୍ଥନା ମାଗନ୍ତୁ ନଚେତ୍ ଆଉ ମୁହଁରେ ରଙ୍ଗ ଓ ପାଉଡର ଲଗାଇ ଯାତ୍ରା ପେଣ୍ଡାଲକୁ ଉଠିପାରିବେ ନାହିଁ ବୋଲି ଖୋଲା ଚେତାବନୀ ଦେଇଛନ୍ତି । ସେପଟେ ଜଗତଜୀବନ ପଣ୍ଡାଙ୍କୁ ବାପି ପଣ୍ଡାଙ୍କ ଜବାବ- କୋଉ ଗାଈର ଗୋବର ତୁମେ । ପାଉଡର୍ ମାରି ତୁମ ପାର୍ଟିକୁ ଯିବି, ରୋଲ୍ କରିବି, ତୁମେ କିଏ ହୋ । ମାଲିକର ତେଲ ମାରିବାକୁ ଆସିଲ ଚାମଚା । ଯେଉଁ କଳାକାର ଟଙ୍କା ପାଇ ନାହାନ୍ତି ସେମାନଙ୍କୁ ଆଗ ଟଙ୍କା ଦିଅ । ୪ ମାସ ହେଲା କଳାକାରଙ୍କୁ ପେମେଣ୍ଟ ଦେଉନଥିବା ଅଭିଯୋଗ ଆଣିଲେ ବାପି ପଣ୍ଡା ।
ସେପଟେ ବିବାଦର ସମାଧାନ ପାଇଁ ଅପିଲ୍ କରିଛନ୍ତି ଯାତ୍ରା କଳାକାର ଆକାଶ । ଯାହା ହୋଇଛି ସେସବୁ ରେ ପୂର୍ଣ୍ଣଛେଦ ପକାନ୍ତୁ । ମଣିଷ ମାତ୍ରକେ ଭୁଲ୍ କୋଉଠି କେତେବେଳେ କାହାର ଭୁଲ୍ ହୋଇଯାଏ । ଦର୍ଶକମାନଙ୍କ ଭାବଧାରାକୁ ଭାଙ୍ଗନ୍ତୁନି, ପୁଣି ଏକାଠି ହୋଇ କାମ କରି ବିବାଦକୁ ଭୁଲିଯିବାକୁ ଅପିଲ୍ କରିଛନ୍ତି ଆକାଶ । ସେପଟେ ଯାତ୍ରା କଳାକାରଙ୍କ ପାର୍ଟିରେ ବାଡବତା ରହୁ, ସମସ୍ତଙ୍କୁ ସମ୍ମାନ ଦେବାକୁ କହିଛନ୍ତି ରାଜଧାନୀ ଯାତ୍ରା ମାଲିକ ପବିତ୍ର ପାତ୍ର। ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ବୟକଟ୍ ହଟାଯିବ ବୋଲି ସେ କହିଛନ୍ତି ।
ଦର୍ଶକଙ୍କୁ ମନୋରଂଜନର ଖୋରାକ ଯୋଗାଉଥିବା ଯାତ୍ରା ଜଗତ ଏବେ ବିବାଦରେ ଛନ୍ଦି ହୋଇଯାଇଛି ।