ଆଜିଠୁ ଖଣ୍ଡଗିରି ଯାତ୍ରା ମହାସମର

ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି ଯାତ୍ରା ମହାସମର। ରାତିହେଲେ ଯାତ୍ରା କଳାକାରଙ୍କ ସଂଳାପରେ କମ୍ପିବ ଖଣ୍ଡଗିରି ମେଳା। ଏଥର ଦୁଇଟି ପର୍ଯ୍ୟାୟରେ ବିଭିନ୍ନ ଅନୁଷ୍ଠାନ ଏବ ବର୍ଷର ଚର୍ଚ୍ଚିତ ନାଟକକୁ ନେଇ ମୈଦାନକୁ ଓହ୍ଲାଇବେ। ୬ ଟି ପେଣ୍ଡାଲରେ ୧୩ ଟି ଯାତ୍ରା ଅନୁଷ୍ଠାନ ସେମାନଙ୍କ ବଚ୍ଛାବଚ୍ଛା ନାଟକକୁ ରିପିଟ୍ କରିବେ। ଆଜି ପ୍ରଥମ ରାତିରେ ମୈଦାନକୁ ଓହ୍ଲାଇବେ ୪ ଟି ପାର୍ଟି। ସୂର୍ଯ୍ୟମନ୍ଦିର, ଶିବାନୀ, ପୃଥ୍ବୀରାଜ ଓ ଯାତ୍ରା ବିଶ୍ବ ଦରବାର ଆଜି ପ୍ରଥମ ରାତିରେ ସେମାନଙ୍କ ଚଳିତ ବର୍ଷର ବହୁ ଚର୍ଚ୍ଚିତ ନାଟକ ମଞ୍ଚସ୍ଥ କରିବେ।
ଏଥର ଯାତ୍ରା ଟିକେଟର ମୂଲ୍ୟ କେତେ ?
📱 Get Argus News App
✨ସବୁ କମିଟି ପକ୍ଷରୁ ସ୍ବତନ୍ତ୍ର ଟେକେଟ୍ ମୂଲ୍ୟ ୩୦୦ ଧାର୍ଯ୍ୟ ହୋଇଥିବା ବେଳେପ୍ରଥମ ଶ୍ରେଣୀ ଟିକେଟ୍ ୨୫୦ ଟଙ୍କା , ଦ୍ବିତୀୟ ଶ୍ରେଣୀ ୨୦୦ ଟଙ୍କା ଧାର୍ଯ୍ୟ ହୋଇଛି।
କେଉଁ ଗଣନାଟ୍ୟ ( ଅପେରା) କରିବ କେଉଁ ନାଟକ ?
ଅପେରା ପୃଥ୍ବୀରାଜ (୬ ରୁ ୯ ) - ରାଜଧାନୀର ରଜନୀ ଗନ୍ଧା
ଅପେରା ସୂର୍ଯ୍ୟମନ୍ଦିର ( ୬ ରୁ ୧୧)- ହାଇଦର, ନକ୍ଷୀନାନୀ ପୁଅ ଭଗିଆ
ଶିବାନୀ ଗଣନାଟ୍ୟ -( ୬ ରୁ ୧୧) - ହା କୃଷ୍ଣ ବୋଲି ଯାଉ ମୋ ଜୀବ
ଯାତ୍ରା ବିଶ୍ବ ଦରବାର-( ୬ ରୁ ୧୧) - କହିବାକୁ ଲାଜ ଶୁଣିଲେ ପାପ
ଯାଜ୍ଞସେନୀ ଅପେରା ( ୭ ରୁ ୧୧ )- ପାଞ୍ଚ ପତିରେ ମୁଁ ସତୀ
ଦୁର୍ଗା ମନ୍ଦିର (୭ ରୁ ୧୧ )- ଡିଏସପି ଦୁର୍ଗା
ରଙ୍ଗ ମହଲ (୧୨ରୁ ୧୬)- ପାପ ଜାଣିନିକି ପୂଣ୍ୟ ଜାଣିନି
ସ୍ବର୍ଣ୍ଣ ମହଲ (୧୨ ରୁ ୧୭ ) - ସ୍ବାମୀ ପାଇଁ ପଛେ ନର୍କକୁ ଯିବି
ତୁଳସୀ ଗଣନାଟ୍ୟ ( ୧୦ ରୁ ୧୭ )- ଜହ୍ନରାତିର ଝଡ଼
ଏଥର ବି ବିବାଦରେ ଆଇଟମ ଡ୍ୟାନ୍ସ
ଯାତ୍ରାରେ ଅଶ୍ଲୀଳତାକୁ ନେଇ ଏଥର ତୀବ୍ର ବିରୋଧ ଦେଖାଦେଇଛି। କୌଣସି ପାର୍ଟି ଅଶ୍ଲୀଳତା ପ୍ରଦର୍ଶନ କଲେ ସାବାଡ୍ କରିବାକୁ ବିଧାୟକ ବାବୁ ସିଂଙ୍କ ନେତୃତ୍ବରେ ବାରଭୁଜାଙ୍କ ନିକଟରେ ଠେଙ୍ଗା ପୂଜା କରି ରଖାଯାଇଛି। ସେପଟେ ଖଣ୍ଡଗିରିରେ ମଞ୍ଚ ଚଢିବେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରତିକାର ରଖୁଛନ୍ତି ଚର୍ଚ୍ଚିତ ଆଇଟମ୍ ଡ୍ୟାନସର