Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Salia Sahi Eviction Drive / ତୃତୀୟ ଦିନରେ ଭୁବନେଶ୍ଵର ସାଲିଆ ସାହିରେ ଜାରି ରହିଛି ଅପରେସନ୍ ବୁଲଡୋଜର୍

Rashmita Mishra
Browse all articles by Rashmita Mishra
·7 months ago·2 min read
ତୃତୀୟ ଦିନରେ ଭୁବନେଶ୍ଵର ସାଲିଆ ସାହିରେ ଜାରି ରହିଛି ଅପରେସନ୍ ବୁଲଡୋଜର୍

Key Points

ଆଜି ତୃତୀୟ ଦିନରେ ସାଲିଆ ସାହିରେ ଉଚ୍ଛେଦ
ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଉଚ୍ଛେଦ ପ୍ରକ୍ରିୟା
୨ ଦିନ ହେଲା ଜରିପାଲ ଟାଣି ରାତି କାଟୁଛନ୍ତି ଲୋକେ

ଆଜି ତୃତୀୟ ଦିନରେ ସାଲିଆ ସାହିରେ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ବିଏମସି, ବିଡିଏ ଓ କମିଶନରେଟ ପୋଲିସର ମିଳିତ ସ୍କ୍ୱାର୍ଡ ପକ୍ଷରୁ ଉଚ୍ଛେଦ ଜାରି ରହିଛି । ସେପଟେ କିଛି ସାଲିଆ ସାହି ବାସିନ୍ଦା ନିଜ ଘର ଭଙ୍ଗା ଯିବା ପରେ ଖୋଲା ଆକାଶ ତଳେ ଜରି ପାଲ ଟାଣି ନିଜର ଆସବାପତ୍ର ରାଖି ରାତି କାଟିଛନ୍ତି ।

ବିଏମସି ପକ୍ଷରୁ ଯୋଗାଇ ଦିଆଯାଇଥିବା ଟ୍ରାଞ୍ଜିଟ୍ ହାଉସରେ ନ ରହି ସରକାରଙ୍କ ନିକଟରେ ଜାଗା ଦାବି କରି ସାଲିଆ ସାହି ଛାଡ଼ିବୁ ନାହିଁ ବୋଲି କହିଛନ୍ତି । ବିଏମସି ପକ୍ଷରୁ ଯୋଗାଇ ଦିଆ ଯାଇଥିବା ଘରେ ଦୁଇଟା ଜଣରୁ ଅଧିକା ରହିବ ସମ୍ଭବ ନୁହେଁ ବୋଲି ଯୁକ୍ତି କରିବା ସହ ଜାଗା ଦାବି କରି ୨ ଦିନ ହେଲା ଜରିପାଲ ଟାଣି ରାତି କାଟୁଛନ୍ତି ।

ସୂଚନାନୁଯାୟୀ ଏବେ ସୁଦ୍ଧା ୪୦୦ରୁ ଅଧିକ ଘର ଭଙ୍ଗା ସରିଛି । ବିଏମସି, ବିଡିଏ, ଟିପିସିଓଡିଏଲ, ଫାୟାରା, ପିଡବ୍ଳୁଡି ସେମତ ଲାଇନ ଡିପାର୍ଟେମେଣ୍ଟକୁ ନେଇ ୫ଟି ଟିମ ଗଠନ ହୋଇଛି । ଗୁରୁବାର ସକାଳୁ ସକାଳୁ ଶାନ୍ତି ଶୃଙ୍ଖଳାରେ ଉଚ୍ଛେଦ ଜାରି ରହିଛି । ସହାୟତା ପାଇଁ ପୋଲିସ ଓ ବିଏମସିର ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲାଯାଇଛି ।

ସେପଟେ ସାଲିଆ ସାହି ଉଚ୍ଛେଦ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ଯାହା ହେଉଛି ନିୟମ ଅନୁଯାୟୀ ହେଉଛି ।

ସାଇମନ୍ଦିର ରୁ ଏକାମ୍ରକାନନ ପର୍ଯ୍ୟନ୍ତ ୧୩ କିଲୋମିଟର ଦୁଇଶହ ଫୁଟିଆ ରାସ୍ତା ନିର୍ମାଣ ନେଇ ଯୋଜନା ହୋଇଥିଲା। ଏବେ ସାଲିଆ ସାହି ରାସ୍ତା ଦେଇ ୧ କିଲୋମିଟର ଉଚ୍ଛେଦ ବାକି ରହିଥିଲା । ସାଲିଆ ସାହି ଭିତରେ ଏକ କିଲୋମିଟର ରାସ୍ତା ଉଚ୍ଛେଦ ହୋଇଗଲେ ଯୋଗଯୋଗର ବାଟ ଫିଟିବା ସହିତ ଟ୍ରାଫିକ ଯନ୍ତ୍ରଣା ବି କମିବ ।

ତେବେ ମଙ୍ଗଳବାର ସାଲିଆ ସାହି ଉଚ୍ଛେଦ ବେଳେ ମିଳିଥିଲା ଆଧାର କାର୍ଡର ଭଣ୍ଡାର । ଆନ୍ଦୋଳନ ଚାଲିଥିବା ଘରୁ ମିଳିଥିଲା ପୁଳା ପୁଳା ଆଧାର କାର୍ଡ । ଏସବୁ ଆଧାର କାର୍ଡ ମିଳିବା ପରେ ପୋଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି । ତେବେ କାହାର ଏସବୁ ଆଧାର କାର୍ଡ ତାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି । ଯେଉଁ ଘରୁ ବାହାରିଛି ସେ ଲୋକଙ୍କୁ ଡାକି ପୋଲିସ୍‌ ପଚରା ଉଚରା କରିବ ।

ତେବେ କାହିଁକି ଏତେ ପରିମାଣର ଆଧାର କାର୍ଡ ଘରେ ରଖିଥିଲେ ତାକୁ ନେଇ ପୋଲିସ୍‌ ଖୋଳତାଡ଼ କରିବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଆଜି ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ ବେଳେ ଏହାକୁ ବିରୋଧ କରି ରାସ୍ତାରେ ବସିଥିଲେ ବସ୍ତି ବାସିନ୍ଦା । ବିକ୍ଷୋଭ ସ୍ଥାନରୁ ପ୍ରାୟ ୩୦ ଜଣଙ୍କୁ ପୋଲିସ୍‌ ଅଟକ ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Salia Sahi Eviction Drive | Operation Bulldozer continues for the 3rd day in Bhubaneswar’s Salia Sahi | Argus News