Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Operartion Chakra / ପୁରୀରେ 'ଅପରେସନ୍‌ ଚକ୍ର' ଆତଙ୍କ !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ପୁରୀରେ 'ଅପରେସନ୍‌ ଚକ୍ର' ଆତଙ୍କ !
Puri Police

Key Points

ଅବୈଧ ମଦ ବିକ୍ରୟ ଓ ପୋଚ କାରଣରୁ ସୃଷ୍ଟି ହେଉଥିବା ସାମାଜିକ ଅସୁବିଧାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ଅଭିଯାନକୁ ଗୁରୁତ୍ୱ ଦେଉଛି ।

'ଅପରେସନ୍ ଚକ୍ର' ଅଭିଯାନରେ ପୁରୀ ପୋଲିସକୁ ବଡ଼ ସଫଳତା । ବେଆଇନ ମଦ ବିକ୍ରି ବିରୋଧରେ ୮୧୩ ମାମଲା ରୁଜୁ ହୋଇଥିବା ବେଳେ ୮୧୩ ଜଣଙ୍କୁ ଗିରଫ କରିଛି ପୋଲିସ । ଜିଲ୍ଲାରେ ଅବୈଧ ମଦ ବିକ୍ରୟ, ପ୍ରସ୍ତୁତି ଓ ଚାଲାଣକୁ ସମ୍ପୂର୍ଣ ରୋକିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ଦ୍ୱାରା ଆରମ୍ଭ ହୋଇଥିଲା ଅପରେସନ୍ ଚକ୍ର ଡ୍ରାଇଭ । ଏହି ଅଭିଯାନ ଅନ୍ତର୍ଗତ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ନିୟମିତ ଭାବେ ଚଢ଼ାଉ, ତଲାସୀ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଗତ ୧୧ ମାସ ମଧ୍ୟରେ ଅଭିଯାନରେ ପୁରୀ ପୋଲିସ ମୋଟ ୮୧୩ଟି ମାମଲା ରୁଜୁ କରିବା ସହ ୮୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅବୈଧ ମଦ ବିକ୍ରୟ ଓ ପୋଚ କାରଣରୁ ସୃଷ୍ଟି ହେଉଥିବା ସାମାଜିକ ଅସୁବିଧାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ଅଭିଯାନକୁ ଗୁରୁତ୍ୱ ଦେଉଛି ।

ଏହା ପୂର୍ବରୁ ପୁରୀ ପୋଲିସ ପକ୍ଷରୁ ‘ଅପରେସନ ଚକ୍ର’ ଅଭିଯାନରେ ଜୁଆଡ଼ିଙ୍କ ଉପରେ ଚଢ଼ାଉ କରାଯାଇଥିଲା । ହୋଟେଲ ଶୁଭମ ବିଚ୍‌ରେ ଚଢ଼ାଉ କରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିଲା ସମୁଦ୍ରକୂଳ ଥାନା ପୋଲିସ । ପ୍ରାୟ ୯୦ ହଜାର ନଗଦ ଟଙ୍କା ସହ ଖେଳ ସାମଗ୍ରୀ ଜବତ ହୋଇଥିଲା । ନିଜ ଅଞ୍ଚଳରେ ଏଭଳି ଜୁଆ ଖେଳ ଚାଲିଥିବା ଦେଖିଲେ ତୁରନ୍ତ ୧୧୨କୁ କଲ କରନ୍ତୁ ଓ ନିକଟସ୍ଥ ଥାନାରେ ଜଣାଇବାକୁ ପୁରୀ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅପରେସନ ଚକ୍ର ଅଭିଯାନରେ ଏଯାଏଁ ପ୍ରାୟ ୧୦୦ ଜଣ ଜୁଆଡ଼ିଙ୍କୁ ଗିରଫ କରିସାରିଲାଣି ପୋଲିସ । ସେମାନଙ୍କ ଠାରୁ ପାଖାପାଖି ୬ ଲକ୍ଷ ଟଙ୍କା ଜବତ କରାଯାଇ ସାରିଛି। ପୁରୀ ଏସ୍‌ପିଙ୍କ ନିର୍ଦେଶ କ୍ରମେ ଏହି ଅଭିଯାନରେ ଜୁଆ ଖେଳ ଉପରେ ଦୃଢ଼ କାର୍ଯାନୁଷ୍ଠାନ ଜାରି ରହିଛି।

ନଭେମ୍ବର ପହିଲାରେ ମଧ୍ୟ ଏକ ବଡ଼ ଧରଣର ରେଡ୍‌ କରାଯାଇଥିଲା । ସେଥିରେ ୧୫ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରିବାର ସହିତ ୪ ଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତମାନେ ସତ୍ୟବାଦୀ ଥାନା ଅଞ୍ଚଳର ଜୟନ୍ତ କୁମାର ସ୍ବାଇଁ, କୁଳମଣି ଖଟେଇ, ଉମେଶ କୁମାର ସ୍ବାଇଁ ଏବଂ ଜଟଣୀ ଥାନା ଅଞ୍ଚଳର ଶଶିକାନ୍ତ ଜେନା । ଅଭିଯୁକ୍ତଙ୍କ ଠାରୁ ପୋଲିସ ୧୫୧ ଗ୍ରାମ ବ୍ରାଉନ ସୁଗାର ସହିତ ନଗଦ ୬ ଲକ୍ଷ ୩୦ ହଜାର ୭ ଶହ ଟଙ୍କା, ୭ଟି ମୋବାଇଲ ଫୋନ୍, ଗୋଟିଏ ସ୍ବିଫ୍ଟ ଗାଡ଼ି, ଗୋଟିଏ ବୁଲେଟ୍ ଏବଂ ଦୁଇଟି ବାଇକ୍ ଜବତ କରିଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ପୁରୀ ଏସପି ପ୍ରତୀକ ସିଂ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Operartion Chakra | 'Operation Chakra' terror in Puri! | Argus News