Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Operation Sindoor ; ମିସାଇଲ ଆକ୍ରମଣକୁ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
Operation Sindoor ; ମିସାଇଲ ଆକ୍ରମଣକୁ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ

ଭାରତର ମିସାଇଲ ଆକ୍ରମଣକୁ ନେଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ବଡ ବୟାନ । ସେ କହିଛନ୍ତି, ସେମାନେ ଆରମ୍ଭ କରିଛନ୍ତି, ଆମେ ଶେଷ କରିବୁ। ସମଝ ଦାରୋ କୋ ଇସାରା କାଫି ହେ। ଭାରତୀୟ ସେନା ବଦଲା ନେଇଛନ୍ତି।ପ୍ରଧାନମନ୍ତ୍ରୀ କହିଥିଲେ ସେମାନେ ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଆଜି ସେନା ସଫଳ ହୋଇଛନ୍ତି। ବିଶ୍ବର ଅନେକ ଦେଶ ଭାରତ ସହିତ ଛିଡ଼ା ହୋଇଛନ୍ତି। ଆତଙ୍କବାଦ ଘଟଣାକୁ ନେଇ ବିଭିନ୍ନ ଦେଶ ଉଦବେଗ ପ୍ରକାଶ ବି କରିଛନ୍ତି। କେନ୍ଦ୍ରର ନିର୍ଦେଶ ଅନୁସାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ସମସ୍ତେ ଭାରତୀୟ ସେନାଙ୍କ ସହ ଛିଡ଼ା ହେବା ଆବଶ୍ୟକ ବୋଲି ସିଂଦେଓ କହିଛନ୍ତି ।


ପହଲଗାମ ଆକ୍ରମଣର ପ୍ରତିଶୋଧ ପାକିସ୍ତାନ ଭିତରେ ପଶି ନେଇଛି ଭାରତ। ପାକିସ୍ତାନ ଓ ପାକ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କୀ ଶିବିରକୁ ମାଟିରେ ମିଶାଇଛି ଭାରତୀୟ ବାୟୁସେନା। ପିଓକେରେ ବୋମା ବର୍ଷା କରି, ବ୍ରହ୍ମୋସ ମିଶାଇଲ ମାଡ଼ କରି ଧ୍ୱଂସ କରିଛି ଆତଙ୍କବାଦୀଙ୍କ ଆଡ୍ଡ। ଟାର୍ଗେଟରେ ଥିଲା ଲସ୍କର ଓ ଜୈସ ଆତଙ୍କବାଦୀ ଭିତ୍ତିଭୂମି। ଭାରତୀୟ ସେନା ଅତି ଯୋଜନାବଦ୍ଧ ଭାବରେ ଅପରେସନ ସିନ୍ଦୂର ଆରମ୍ଭ କରି ସଫଳତାର ସହ ସାରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Operation Sindoor; Deputy Chief Minister's big statement on missile attack | Argus News