Operation Successful: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ବଡ଼ ସଫଳତା

Key Points
ଏମିତି ଅପରେସନ୍ ପୂର୍ବରୁ କରାଯାଇଥିଲେ ମଧ୍ୟ ଏହି କେସ୍ ଭିନ୍ନ ଥିଲା ।
କାରଣ ଆନାସ୍ଥେସିଆ ପରେ ପେସେଣ୍ଟ ଶୋଇ ପାରିନଥିଲେ ।
କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ବଡ଼ ସଫଳତା । ପେଟରେ ପଶିଥିଲା ତୀର । ସଫଳ ଅସ୍ତ୍ରୋପଚାର କରି ଜୀବନ ବଞ୍ଚାଇଲେ ଡାକ୍ତର ।
ପୁରା ଘଟଣାଟି ହେଲା, ସୋମବାର ମାଲକାନଗିରିରେ ତୀର ମାଡ଼ରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ପାଣ୍ଡ୍ରିପାଣି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ଥିତି ନସୁଧୁରିବାରୁ ତଥା ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହେବାରୁ, ତାଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା ।
ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଲକ୍ଷ୍ମଣଙ୍କ ଚିକିତ୍ସା କରିଥିଲେ । ଖୁବ ଗୁରୁତ୍ୱର ସହ ଓ ଯତ୍ନର ସହ ଚିକିତ୍ସା କରାଯାଇଥିବା କହିଛି ଡାକ୍ତରୀ ଟିମ୍ । କାରଣ ତାଙ୍କ ପେଟରେ ଅଗପଟୁ ତୀର ପଶିଥିବାରୁ ସେ ବେଡ୍ରେ ଶୋଇପାରୁନଥିଲେ । ତୀର ପିଠି ପଟେ ବାହାରିବା ପରିବର୍ତ୍ତେ ଅଧାରେ ଅଟକି ରହିଥିଲା । ପେଟ ଭିତରେ ପ୍ରାୟ ଦେଢ଼ ଲିଟର ବ୍ଲଡ୍ ବୋହି ଯାଇଥିବା ଡାକ୍ତର କହିଛନ୍ତି । ଏହି ଅପରେସନ୍ ତାଙ୍କ ପାଇଁ ଖୁବ୍ ଚ୍ୟାଲେଞ୍ଜିଂ ଥିଲା । ଏମିତି ଅପରେସନ୍ ପୂର୍ବରୁ କରିଥିଲେ ମଧ୍ୟ ଏହି କେସ୍ ତାଙ୍କ ପାଇଁ ଭିନ୍ନ ଥିଲା । କାରଣ ଆନାସ୍ଥେସିଆ ପରେ ପେସେଣ୍ଟ ଶୋଇପାରିନଥିଲେ ।
ଏହି ଅପରେସନ୍ ଯେତିକି ଚ୍ୟାଲେଞ୍ଜିଂ ଥିଲା ସେତିକି ସଫଳ ମଧ୍ୟ ହେଲା । ୪ଟା ଅନ୍ତନଳିକୁ ଆଘାତ ଲାଗିଥିଲା । ଦୁଇଟି ଅନ୍ତନଳି କଟିଯାଇଥିଲା, ଆଉ ଦୁଇଟି କଣା ହୋଇଯାଇଥିଲା । ଆଶ୍ଚର୍ଯ୍ୟର କଥା ଏତେ ବ୍ଲିଡିଂ ହେବା ପରେ ବି ବ୍ୟକ୍ତି ଜଣକ ସକାଳୁ ଉଠି କଥାବାର୍ତ୍ତା କରୁଥିଲେ । ଆସିଲା ବେଳେ ତାଙ୍କର କଣ୍ଡିସନ ବହୁତ ଖରାପ ଥିଲା ବୋଲି ଡାକ୍ତରୀ ଟିମ୍ କହିଛନ୍ତି । ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଅପରେସନ୍ ଚାଲିଥିଲା । ମଧ୍ୟରାତ୍ରିରେ ତାଙ୍କର ଅପରେସନ୍ କରାଯାଇଥିଲା । ଶେଷରେ ସବୁଠାରୁ ବଡ଼ କଥା ହେଲା, ଅପରେସନ୍ ପରେ ପେସେଣ୍ଟକୁ ଆଇସିୟୁକୁ ମଧ୍ୟ ନେବାକୁ ପଡ଼ିନି । ଅପରେସନ୍ ସଫଳ ହୋଇଛି । ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି ।
ମାଲକାନଗିରି ଜିଲ୍ଲା ନାୟକଗୁଡା ପଞ୍ଚାୟତ ପକାନାଗୁଡା ଗ୍ରାମରେ ଏହି ଘଟଣା ଘଟିଥିଲା । ଗୁରୁତର ଆହତ ଜଣଙ୍କ ହେଲେ ଲକ୍ଷ୍ମଣ ଗୌଡ଼। ତାଙ୍କ ଘର ନିକଟରେ ରହୁଥିବା ବିଶ୍ୱନାଥ ଗୌଡ଼ଙ୍କ ତୀର ମାଡ଼ରେ ସେ ଗୁରୁତର ହୋଇଥିବା ଜଣାପଡ଼ିଛି । ତେବେ ଏହି ତୀର ମାଡ଼ର ପ୍ରକୃତ କାରଣ ଜଣାପଡ଼ି ନାହିଁ ।