ଓଡ଼ିଶା-ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ହେବ ଅପରେସନ

Key Points
ମାଓ ଦମନ ପାଇଁ ସୁରକ୍ଷା ବାହିନୀଙ୍କ ବଡ଼ ଅପରେସନ
ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଅପରେସନ ଆନାକୋଣ୍ଡା -୨
ମାଓ ଦମନ ପାଇଁ ସୁରକ୍ଷା ବାହିନୀଙ୍କ ବଡ଼ ଅପରେସନ । ଓଡ଼ିଶା- ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ସରଣ୍ଡା ଜଙ୍ଗଲରେ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଅପରେସନ ଆନାକୋଣ୍ଡା -୨ । ଏହାପୂର୍ବରୁ ୨୦୧୧ରେ କରାଯାଇଥିବା ଅପରେସନ ଆନାକୋଣ୍ଡା । ଅପରେସନ ଆନାକୋଣ୍ଡା -୨ର ଲକ୍ଷ୍ୟ ହେଉଛି- ଜଙ୍ଗଲରେ ଲୁଚି ରହିଥିବା ନକ୍ସଲଙ୍କୁ ଦମନ କରିବା । କେନ୍ଦ୍ରୀୟ ବାହିନୀ ଓ ଝାଡ଼ଖଣ୍ଡ ପୋଲିସର ମିଳିତ ଉଦ୍ୟରେ ଚାଲିବ ଏ ଅପରେସନ । ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଡ୍ରୋନ୍, ସାଟେଲାଇଟ ନୀରିକ୍ଷଣ ଆଦି ନିୟୋଜିତ ହେବ ।
ମାଓ ଦମନ ପାଇଁ ସରଣ୍ଡା ଜଙ୍ଗଲରେ CRPF ଅସ୍ଥାୟୀ ପୋଷ୍ଟ୍ ସ୍ଥାପନ କରାଯିବ ବୋଲି ଜଣାପଡିଛି । ସରଣ୍ଡା ଜଙ୍ଗଲ ଏସିଆ ମହାଦେଶର ସର୍ବବୃହତ ଶାଳ ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏହା ମାଓବାଦୀଙ୍କ ଗଡ଼ ହୋଇ ରହିଛି । ୨୦୨୬ ସୁଦ୍ଧା ସରଣ୍ଡା ଜଙ୍ଗଲକୁ ସଂପୂର୍ଣ୍ଣ ମାଓ ମୁକ୍ତ କରାଯିବା ବୋଲି ଝାଡ଼ଖଣ୍ଡ ପୋଲିସ ଦାବି କରିଛି ।