Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାରିବା ଭୟରେ ଡରିଲାଣି ବିଜେଡି 

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ହାରିବା ଭୟରେ ଡରିଲାଣି ବିଜେଡି 

Key Points

  • ହାରିବା ଭୟରେ ଡରିଲାଣି ବିଜେଡି 
  • ମିଛ ପ୍ରଚାର କରି ଭୋଟ୍‌ ନେବାକୁ ପ୍ଲାନ କରିଛି ଶଙ୍ଖ ଦଳ !
  • ଗୁମର ଖୋଲିବା ସହିତ ନବୀନଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ :୨୪ ନିର୍ବାଚନ, ବିଜେଡି ପାଇଁ ବିଜୟ ନୁହେଁ ସହଜ । ଯେତେକେସ୍ତେ ନିର୍ବାଚନ ଜିତିବାକୁ ନବୀନ କରୁଛନ୍ତି ଚକ୍ରାନ୍ତ । ଦଳୀୟ ନେତା ବି ପଛରେ ନାହାନ୍ତି । ନବରଙ୍ଗରପୁରର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝି ବି ମଂଚରେ କେନ୍ଦ୍ର ବିରୋଧରେ ଯେମିତି ମିଛ କହିଲେ ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । କାରଣ ପ୍ରଦୀପ, ଗୃହମନ୍ତ୍ରୀଙ୍କ ଫେକ୍ ଭିଡିଓ ଦେଖି ଗୁମାସ୍ତାଙ୍କ କଥାରେ ଏସସି ଓ ଏସଟିଙ୍କ ସଂରକ୍ଷଣ ବନ୍ଦ ହେଉଥିବା ନେଇ କହିବା ସହ ଅନେକ ମିଛ କହିଥିଲେ । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ବର୍ଷିଛନ୍ତି ତାହା ନୁହେଁ ବରଂ ପ୍ରଦୀପ ନାଁରେ ମାମଲା ବି କରିଛି ବିଜେପି ।

ନିର୍ବାଚନ ଜିତିବା ଲାଗି ସବୁ ବଳ ଲଗାଇଦେଲାଣି ବିଜେଡି । ଲକ୍ଷ୍ୟ ଗୋଟିଏ କେମିତି ଜିତିବେ ନିର୍ବାଚନ । ହେଲେ ପ୍ରଚାର କରୁକରୁ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଫେକ୍‌ ଭିଡିଓ ଦେଖି ଯେମିତି ମିଛ ପ୍ରଚାରର ସାହାରା ନେଲେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର । 

ମଞ୍ଚ ଉପରେ ଭାଷଣ ଦେଉଥିଲେ ନବରଙ୍ଗପୁରରୁ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ପାଖରେ ବସିଥିଲେ ବିଜେଡି ନେତା ଭି. କେ ପାଣ୍ଡିଆନ । ଜାତିଗତ ସଂରକ୍ଷଣ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରୁଥିଲେ ପ୍ରଦୀପ । ପ୍ରଦୀପଙ୍କ ଭାଷଣର ଆଧାର ହେଉଛି ତେଲେଙ୍ଗାନା କଂଗ୍ରେସ ପକ୍ଷରୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରାଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଏକ ଫେକ୍ ଭିଡିଓ । ଯେଉଁ ଫେକ୍ ଭିଡିଓ ନେଇ ପୋଲିସ ନେଉଛି କାର୍ଯ୍ୟାନୁଷ୍ଠାନ ସେହି ଭିଡିଓକୁ ଆଧାର କରି ପାଣ୍ଡିଆନଙ୍କ ସାମ୍ନାରେ ଡାହା ମିଛ କହି କୁତ୍ସାରଟନା କଲେ ନବରଙ୍ଗପୁରର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ଆଉ ଅତ୍ୟନ୍ତ ଲଜ୍ଜାଜନକ ଭାବେ ପ୍ରଦୀପଙ୍କ ଭାଷଣକୁ ତାଳି ମାରି ସମର୍ଥନ ଦେଉଥିଲେ ପାଣ୍ଡିଆନ । ଆଉ ଅମିତ୍ ଶାହାଙ୍କ ବିରୋଧରେ ଗଡ଼ ଜିତିବା ଭଳି ଅଭିନୟ କରୁଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ନିର୍ବାଚନ ସମୟରେ ଅପପ୍ରଚାର କରୁଛି ବିଜେଡି । ଏଥିପାଇଁ ନେଉଛି ମିଛର ସାହାରା। ଏ ନେଇ ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ବାହାରିଆ ନେତା ଗୁମାସ୍ତା ନେତାଙ୍କ କଥାରେ ପଡ଼ି ମିଛ ଭାଷଣ ଦେଉଛନ୍ତି ବିଜେଡି ନେତା । ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପ୍ରଦୀପ ମାଝୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ। 
 

Sponsored
Amit Shah | Argus News