Assembly adjourn / ଜିଦ୍ ରେ ଅଟଳ ବିରୋଧି, ଚାଲିପାରୁନି ଗୃହ, ବାରମ୍ବାର ହେଉଛି ମୁଲତବି,ସର୍ବଦଳୀୟ ବୈଠକ ଫେଲ୍
·5 months ago·2 min read

Key Points
ବାରମ୍ବାର ଗୃହ ମୁଳତବି
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି
ଜିଦ୍ ରେ ଅଟଳ ବିରୋଧି
ଫେଲ୍ ମାରିଲା ସବଦଳୀୟ ବୈଠକ
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି
ଜିଦ୍ ରେ ଅଟଳ ବିରୋଧି
ଫେଲ୍ ମାରିଲା ସବଦଳୀୟ ବୈଠକ
ଭୁବନେଶ୍ବର ୨୩/୦୩ ସୋମବାର ବିଧାନସଭାର ଆରମ୍ଭ ହୋଇଥିଲା ପ୍ରଶ୍ନକାଳ। ପ୍ରଶ୍ନକାଳ ଆରମ୍ଭ ହେବା ସହିତ ବିରୋଧୀ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ। “ଅଗ୍ନିକାଣ୍ଡରେ ରୋଗୀଙ୍କୁ ମାରିଲା କିଏ? ମୋହନ ସରକାର ଡାଉନ ଡାଉନ”, “ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅ” ଓ “SCB ଅଧିକ୍ଷକଙ୍କୁ ଗିରଫ କର” ପରି ନାରା ଦେଇ ଗୃହକୁ କମ୍ପାଇଥିଲେ । ହଟଗୋଳ ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପକ୍ଷରୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମୂଳ ପ୍ରଶ୍ନର ଉତ୍ତର ରଖିବାକୁ ଡାକିଥିଲେ । ସେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସମ୍ପର୍କିତ ଉତ୍ତର ରଖିଥିଲେ, କିନ୍ତୁ ବିରୋଧୀଙ୍କ ହଟଗୋଳ ଚାଲିଥିଲା।
କଂଗ୍ରେସ ମଧ୍ୟ ନିଜ ଜିଦରେ ଅଟଳ । ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ନୀତି ଆଉ ନୈତିକତା କଥା କହୁଥିବା ଡବଲ ଇଞ୍ଜିନ ସରକାର SCB ଅଧିକ୍ଷକଙ୍କୁ ଗିରଫ କରନ୍ତୁ । ଗୃହରେ ପ୍ରତିବାଦ ଜାରି ରହିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।
ପରେ ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଙ୍ଗଙ୍କୁ ଆମନ୍ତ୍ରଣ କରାଯାଇଥିଲା । ସେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ଚିକିତ୍ସା ପାଇଁ CT ସ୍କାନ ଓ MRI ସୁବିଧା ଉପଲବ୍ଧ ଥିବା କଥା ଗୃହକୁ ଅବଗତ କରାଇଥିଲେ । କିନ୍ତୁ ବିରୋଧୀଙ୍କ ତୀବ୍ର ପ୍ରତିବାଦ ଯୋଗୁ ଗୃହରେ ବିଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇଥିଲା।
ବାଚସ୍ପତି ସୁରମା ପାଢ଼ୀ ବାରମ୍ବାର ବିରୋଧୀ ବିଧାୟକମାନଙ୍କୁ ନିଜ ଆସନକୁ ଫେରିବାକୁ ଅନୁରୋଧ କରିଥିଲେ । କିନ୍ତୁ ସେମାନେ ନ ଶୁଣିବାରୁ ବାଧ୍ୟ ହୋଇ ସେ ଗୃହକୁ ପୂର୍ବାହ୍ନ ୧୦ଟା ୪୪ ମିନିଟ୍ରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
SCB ମେଡିକାଲ କଲେଜରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ସରକାର ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଭାରପ୍ରାପ୍ତ ଅଧିକ୍ଷକ ଗୌତମ ଶତପଥୀ ଓ ଉପ-ଅଧିକ୍ଷକଙ୍କୁ ବଦଳି କରାଯାଇଥିବା ସହ ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଘଟଣା ଘଟିବା ପରେ ମୁଖ୍ୟମନ୍ତ୍ରୀ ଯାଇ ତୁରନ୍ତ ପହଁଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏଭଳି ଘଟଣା ପାଇଁ 4 ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ଗତକାଲି ସରକାର ଅଧିକ୍ଷକ ଏବଂ ଉପ ଅଧିକ୍ଷକଙ୍କୁ ବଦଳି କରିଛନ୍ତି । ତଦନ୍ତ ଜାରି ରହିଛି । ଯେଉଁମାନେ ଦୋଷୀ ସାବ୍ୟସ୍ଥ ହେବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ବିଜେପି ।
ଗତ ୧୬ ମାର୍ଚ୍ଚରେ SCB ମେଡିକାଲ କଲେଜର ଟ୍ରମା କେୟାର ICUରେ ଅଗ୍ନିକାଣ୍ଡ ଘଟି ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା ।
ଗତ ୧୬ ମାର୍ଚ୍ଚରେ SCB ମେଡିକାଲ କଲେଜର ଟ୍ରମା କେୟାର ICUରେ ଅଗ୍ନିକାଣ୍ଡ ଘଟି ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା ।
Related Topics
Explore more stories