Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚାଲିପାରୁନି ବିଧାନସଭା ! ବିଜେଡି ଓ କଂଗ୍ରେସ ଚଲାଇ ଦେଉନାହାନ୍ତି ଗୃହ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଚାଲିପାରୁନି ବିଧାନସଭା ! ବିଜେଡି ଓ କଂଗ୍ରେସ  ଚଲାଇ ଦେଉନାହାନ୍ତି ଗୃହ

Key Points

  • ଚାଲିପାରୁନି ବିଧାନସଭା
  • ବିଜେଡି ଓ କଂଗ୍ରେସ ଲଗାତାର କରୁଛନ୍ତି ଆଟାକ୍‌
  • ସର୍ବଦଳୀୟ ବୈଠକରେ ବି ବାହାରିଲାନି ନିଷ୍କର୍ସ

ଅର୍ଗସ ବ୍ୟୁରୋ : ବିରୋଧୀ ଚଲାଇ ଦେଉନାହାନ୍ତି ବିଧାନସଭା । ଲଗାତାର ତୃତୀୟ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା ଲାଗିରହିଛି । ସ୍ଥିତି ଏମିତି ହେଉଛି ଯେ ବାରମ୍ବାର ଗୃହ ମୁଲତବି କରୁଛନ୍ତି ବାଚସ୍ପତି । ଆଉ ନିଜ ଜିଦ୍‌ରେ ଅଟଳ ରହୁଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଗତକାଲି ପ୍ରଶ୍ନକାଳ ଆରମ୍ଭରୁ ହିଁ ଗୃହରେ ଆରମ୍ଭ ହୋଇଥିଲା ପ୍ରବଳ ହଟ୍ଟଗୋଳ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଦୋହରାଇଥିଲେ ପୁରୁଣା ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ବି ଦାବି କରିଥିଲେ । ଏମିତିକି ରାଜ୍ୟପାଳଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବରେ ବି ସାମିଲ ହେବନି ବୋଲି ରୋକଠୋକ କହିଥିଲେ । 

କେନ୍ଦ୍ର ବଜେଟ୍‌ରେ ଓଡ଼ିଶାକୁ ଅବହେଳା ଅଭିଯୋଗ ନାରା ଦେଇ ଗୃହ ମଧ୍ୟଭାଗକୁ ପଶିଥିଲେ କଂଗ୍ରେସ ବିଧାୟକ । ଯାହା ଫଳରେ ଗୃହକୁ ପ୍ରଥମେ ସାଢେ ୧୧ଟା ଯାଏଁ ମୁଲତବୀ କରିଥିଲେ ବାଚସ୍ପତି । ସାଢେ ୧୧ଟାରେ ସର୍ବଦଳୀୟ ବୈଠକ ଡାକି ପୁଣି ୧୨ଟା ଯାଏଁ ଗୃହକୁ ମୁଲତବୀ ରଖାଯାଇଥିଲା । ହେଲେ ସର୍ବଦଳୀୟ ବୈଠକରେ ନିଷ୍କର୍ସ ନ ବାହାରିବାରୁ ୪ଟା ଯାଏଁ ପୁଣି ଥରେ ମୁଲତବୀ ହୋଇଥିଲା। ପରେ ଅପରାହ୍ନରେ ଉପବାଚସ୍ପତି ନିର୍ବାଚନରେ ବିରୋଧୀ ଉପସ୍ଥିତ ରହିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଶୂନ୍ୟ ଥିଲା ଗୃହ। 

ବିଧାନସଭା ଭଲରେ ଚାଲୁ ବୋଲି ଚାହୁଁନାହିଁ କି ବିରୋଧୀ ଦଳ ? ଯଦି ଚାହୁଁଛି ତାହାଲେ ଆଇନମନ୍ତ୍ରୀ ସ୍ପଷ୍ଟ କରିସାରିବା ପରେ ବି କାହିଁକି ଗୃହରେ ହଲ୍ଲାବୋଲ କରୁଛି ବିଜେଡି ? ବଡ଼ କଥା ହେଉଛି ବିରୋଧୀ ଉଠାଇଥିବା ପ୍ରସଙ୍ଗରେ ନିଜେ ଆଇନ ମନ୍ତ୍ରୀ ସ୍ପଷ୍ଟ କରି ସାରିଛନ୍ତି ଯେ, ଜିଲ୍ଲାପାଳ ତଦନ୍ତ କରୁଛନ୍ତି। ତଦନ୍ତ ରିପୋର୍ଟକୁ ଅପେକ୍ଷା ଅଛି, ଆଇନ ତା ବାଟରେ ଯିବ। କିନ୍ତୁ ତା ସତ୍ତ୍ୱେ ବି ନଛୋଡବନ୍ଧା ବିଜେଡି। ପ୍ରଶ୍ନ ଉଠୁଛି, କଣ ନିର୍ଦ୍ଦିଷ୍ଟ ଗୋଟିଏ ପ୍ରସଙ୍ଗ ଛଡା, ସରକାରଙ୍କୁ ଘେରିବାକୁ ବିଜେଡି ପାଖରେ ଆଉ କୌଣସି ଇସ୍ୟୁ ନାହିଁ । ନା ବିଜେଡି ଗୃହ ଚଳାଇ ଦେବାକୁ ଚାହୁଁନାହିଁ?  ଚଳିତ ଥର ରେକର୍ଡ ସଂଖ୍ୟକ ୮୪ ଜଣ ନୂଆ ବିଧାୟକ ପ୍ରଥମ ଥର ବିଧାନସଭାକୁ ଆସିଛନ୍ତି। ତେଣୁ ଗୃହ ପରିଚାଳନାରେ ବିରୋଧୀଙ୍କ ଏମିତି ଆଚରଣକୁ ଅନେକ ନାପସନ୍ଦ କରିଛନ୍ତି । ଏପଟେ ଆଜି ଗୃହରେ ବଜେଟ୍‌ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ପୁରା ରାଜ୍ୟବାସୀଙ୍କ ନଜର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Assembly | Argus News