Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉଦ୍ଦେଶ୍ୟମୂଳକ ଭାବରେ ଗୃହ ଚଲାଇଦେଉନାହାନ୍ତି ବିରୋଧୀ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଉଦ୍ଦେଶ୍ୟମୂଳକ ଭାବରେ ଗୃହ ଚଲାଇଦେଉନାହାନ୍ତି ବିରୋଧୀ

Key Points

  • ଶାସକଦଳର ସାଙ୍ଘାତିକ ଅଭିଯୋଗ
  • ଉଦ୍ଦେଶ୍ୟମୂଳକ ଭାବରେ ଗୃହ ଚଲାଇଦେଉନାହାନ୍ତି ବିରୋଧୀ
  • ଆଜି ଚାଲିବ ତ ଗୃହ ?

ଅର୍ଗସ ବ୍ୟୁରୋ : ଚାଲିଛି ବିଧାନସଭାର ବଜେଟ୍‌ ଅଧିବେଶନ । ଆସନ୍ତାକାଲି ବଜେଟ୍‌ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହେଲେ ଦୁଇଦିନ ହେଲାଣି ଯେଉଁ ପରି ଢଙ୍ଗରେ ବାରମ୍ବାର ଗୃହ ମୁଲତବି ହେଉଛି, ବିତର୍କ ହୋଇପାରୁନାହିଁ ସେନେଇ ମୁହଁ ଖୋଲିଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ । କହିଛନ୍ତି, ବିରୋଧୀ ଜାଣିଶୁଣି ଏମିତି କରୁଛନ୍ତି , ଓଡ଼ିଆ ଅସ୍ମିତାର କଥା କହିବାକୁ ତାଙ୍କର ନୈତିକତା ଅଧିକାର ନାହିଁ ।

ଆଜି ବିଧାନସଭାର ତୃତୀୟ ଦିନରେ ସ୍ଵାଭାବିକ ଚାଲିବ ତ ଗୃହ କାର୍ଯ୍ୟ ? କାହିଁକି ନା ଉଦ୍ଦେଶ୍ୟମୂଳକ ଭାବେ ଦୁଇ ଦିନ ହେଲା ଗୃହ ଚଳାଇ ଦେଉନାହିଁ ବିରୋଧୀ ଦଳ । ସରକାରରୁ ଯିବା ପରେ ବିଜେଡି ବିରୋଧୀ ଦଳରେ ବସିଛି, ହେଲେ ବିଧାନସଭା ଆରମ୍ଭ ହେବା ମାତ୍ରେ ପ୍ରବଳ ପାଟିତୁଣ୍ଡ କରୁଥିବାରୁ ସ୍ଵାଭାବିକ ଭାବରେ ଚାଲିପାରୁନି ଗୃହ । ବିଧାନସଭାର ପ୍ରଥମ ଦିନ କକ୍ଷତ୍ୟାଗ ସହ ଗୃହରେ ହଙ୍ଗାମା କରିଥିଲା ବିଜେଡି । ଦ୍ବିତୀୟ ଦିନରେ ପୋଡ଼ିୟମ ଉପରେ ଚଢି ବାଚସ୍ପତିଙ୍କ ମାଇକ ଭାଙ୍ଗିଥିଲେ ବିଜେଡି ବିଧାୟକ । ଯାହାକି ବିଧାନସଭାରେ ଓଡ଼ିଆ ଅସ୍ମିତାର ଦ୍ବାହି ଦେଇ ବାଚସ୍ପତିଙ୍କୁ ଅସମ୍ମାନ । ବିଧାନସଭା ସୁରୁଖୁରରେ ଚଳାଇବା ପାଇଁ ବଡ଼ ହୃଦୟ ଦେଖାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସହଯୋଗ ଲୋଡିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲେ ବିଜେଡି ଉଦ୍ଦେଶ୍ୟମୂଳକ ଭାବେ ବିଧାନସଭା ଚଳାଇ ଦେଉନାହିଁ କି ବିତର୍କକୁ ବି ଆସୁନାହିଁ । ରାଜ୍ୟର ସ୍ବାର୍ଥକୁ ଗୁରୁତ୍ବ ଦେଉନାହିଁ ବିଜେଡି । 

ତେବେ ଆଜି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ହେବ ଆଲୋଚନା । ଆସନ୍ତାକାଲି ବଜେଟ୍ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟର ନୂଆ ବିଜେପି ସରକାର ବଜେଟ ଉପସ୍ଥାପନ କରିବେ । ସେପଟେ ବିଧାନସଭାରେ ବିରୋଧୀଙ୍କ ଏଭଳି ଆଚରଣକୁ କଡ଼ା ସମାଲୋଚନା କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ନୂଆ ସରକାର ହେବା ପରେ ଆସନ୍ତାକାଲି ପ୍ରଥମ ଥର ମୋହନ ବଜେଟ୍‌ ଉପସ୍ଥାପନ କରିବେ । ହେଲେ ଏଭଳି ହୋହାଲ୍ଲା ହେଲେ କେମିତି ଗୃହ ଶୃଙ୍ଖଳିତ ଚାଲିବ ତାହାକୁ  ନେଇ ଏବେ ଆଶଙ୍କା ଦେଖାଗଲାଣି । 
 

Sponsored
Opposition Party | Argus News