କ୍ଷୀପ୍ର ଲେଖକ ନାହାନ୍ତି, ଭବିଷ୍ୟତରେ ବ୍ୟବସ୍ଥା କରିବୁ -ବାଚସ୍ପତି

ଭୁବନେଶ୍ୱର: ବିଧାନସଭାରେ କୋଶଳୀ ଭାଷାରେ କହିବାର ସୁଯୋଗ ମିଳୁ । ଆଜି ବାଚସ୍ପତିଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ଏହି ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କୋଶଳୀ ଭାଷାରେ ଗୃହରେ ମତ ରଖିବା ଲାଗି ପ୍ରସ୍ତାବ ଦେଇଛନ୍ତି । ଏନେଇ ବାଚସ୍ପତି କହିଛନ୍ତି କ୍ଷୀପ୍ର ଲେଖକ ବା ରିପୋର୍ଟର ନଥିବାରୁ ଏହି ଅଧିବେଶନରେ ସମ୍ଭବ ନୁହେଁ। ଆଗାମୀ ଦିନରେ ଏନେଇ ବ୍ୟବସ୍ଥା କରାଯିବ ।
କାରଣ ସଦସ୍ୟମାନଙ୍କ ବିବୃତି ଯଦି ରେକର୍ଡ ନ ହୁଏ ତାହାଲେ ଫଳପ୍ରଦ ହେବନି । ସରକାରୀ ଦଳ ମୁଖ୍ୟ ସଚେତକ କହିଲେ ବିଧାନସଭା ଅନୁମୋଦନ ପାଇଥିବା ଭାଷାରେ ଜଣେ କହିପାରିବେ । ଏହା ନିୟମରେ ଅଛି । ସେପଟେ ଏଥର ସୁରୁଖୁରୁରେ ଗୃହ ଚଲାଇବା ପାଇଁ ଆଲୋଚନା ହୋଇଛି । ମହେଶ୍ୱର ମହାନ୍ତିଙ୍କ ପାଇଁ ଶୋକ ସଭା କରାଯିବ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲିବ ବିଧାନସଭା । ସମସ୍ତଙ୍କ ସହଯୋଗରେ ଚାଲିବ ଗୃହ । ଯେଉଁମାନଙ୍କ ଦେହ ଅସୁସ୍ଥ ଅନୁମତି ନେଇ ବସିକି କହିପାରିବେ ବୋଲି କହିଛନ୍ତି ବାଚସ୍ପତି ।
କୋଶଳ ଭାଷା ରେ ବିଧାନସଭାରେ କହିବା ପାଇଁ ବିରୋଧୀ ପ୍ରସ୍ତାବ ରଖିଛନ୍ତି । କିନ୍ତୁ ବର୍ତ୍ତମାନ ଆମ ପାଖରେ ଷ୍ଟାଫ୍ ନାହାନ୍ତି । ଭବିଷ୍ୟତରେ ବ୍ୟବସ୍ଥା କରିବୁ । କିଛି ନୀତିନିୟମ ରହିଛି । କ୍ଷିପ୍ର ଲେଖକ ନାହାନ୍ତି, ଭବିଷ୍ୟତରେ କାର୍ଯ୍ୟକାରୀ ହେବେ । ତେଣୁ ବର୍ତ୍ତମାନ କୋଶଳୀ ଭାଷାରେ ବିଧାନସଭାରେ କହିଲେ ତାହା ରେକର୍ଡ ହୋଇପାରିବ ନାହିଁ ବୋଲି କହିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।