Videos
|
Odisha

ପୁଣି ବିରୋଧୀଙ୍କ ହଟ୍ଟଗୋଳ: ମଧ୍ୟାହ୍ନ ୧୨ଟା୧୫ ଯାଏ ଗୃହ ମୁଲତବି

Rashmita Mishra
Browse all articles by Rashmita Mishra
·1 year ago·1 min read
ପୁଣି ବିରୋଧୀଙ୍କ ହଟ୍ଟଗୋଳ: ମଧ୍ୟାହ୍ନ ୧୨ଟା୧୫ ଯାଏ ଗୃହ ମୁଲତବି

ପୁଣି ଧୋଇଗଲା ବିଧାନସଭା ପ୍ରଶ୍ନକାଳ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ମଧ୍ୟାହ୍ନ ୧୨ଟା୧୫ ଯାଏ ଗୃହ ମୁଲତବି ଘେ।ଷଣା କଲେ ବାଚସ୍ପତି। ଆଜି ମଧ୍ୟ ବିଧାନସଭା ଚଳାଇ ଦେଲେନି ବିରୋଧୀ। ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଙ୍ଗାମା।

ପୁଣି ସେହି ସମାନ ସ୍ଥିତି, ପୁଣି ସେହି ସମାନ ନିଷ୍ପତ୍ତି । ବିଧାନସଭାରେ ସୋମବାର ବି ଦେଖିବାକୁ ମିଳିଛି, ପୂର୍ବଭଳି ସ୍ଥିତି । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିଧାନସଭା ପ୍ରଶ୍ନକାଳ ଆରମ୍ଭ ହେବା ସହିତ, ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି । ସୋମବାର ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହରେ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ । ଏହାସହ ବିଜେଡି ବିଧାୟକ ମଧ୍ୟ ଆଇନଶୃଙ୍ଖଳା ବିଗିଡିବା ନେଇ ଗୃହ ଭିତରେ ହୋହଲ୍ଲା କରିଥିଲେ । ଯାହାପରେ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ୧୫ ଯାଏଁ ମୁଲତବି ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଦୋଳ ପୂର୍ଣ୍ଣିମା, ହୋଲି ଓ ରବିବାର ପାଇଁ ତିନି ଦିନ ଛୁଟି ପରେ ଆଜି ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ। ହୋଲି ଦିନରେ ସାରା ରାଜ୍ୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି। ହୋଲି ଦିନ ରାଜଧାନୀରେ ଦୁଇ ଦୁଇଟି ହତ୍ୟାକାଣ୍ଡ, କଟକରେ ଗୁଳିମାଡ ସମେତ ସାରା ରାଜ୍ୟରେ ହିଂସାକାଣ୍ଡ ଘଟିଛି । ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇଛନ୍ତି ବିରୋଧୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
oppositions-uproar-again-house-adjourned-till-1215-pm | Argus News