Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୧୮ ଯାଏଁ କଲବଲ କରିବ ଖରା; ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ନେଇ ଚେତାବନୀ

Odisha

୧୮ ଯାଏଁ କଲବଲ କରିବ ଖରା; ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ନେଇ ଚେତାବନୀ

Sushanta Sahoo
Browse all articles by Sushanta Sahoo
·1 year ago·2 min read
୧୮ ଯାଏଁ କଲବଲ କରିବ ଖରା; ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ନେଇ ଚେତାବନୀ

ଭୁବନେଶ୍ଵର: ତତେଇବ, ସିଝେଇବ, ଗୁଳୁଗୁଳି ବି କଲବଲ କରିବ । ୧୪ରୁ ୧୮ ଯାଏଁ ରାଜ୍ୟରେ ହେବ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଛି ଆଲର୍ଟ । ଖାଲି ଦିନ ନୁହେଁ ରାତି ବି ରହିବ ଉଷ୍ମ । ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଥିବା ବେଳେ ୨୮ ଯାଏଁ ରହିଛି ହିଟ୍‌ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ।


ପାଣିପାଗ ବିଭାଗର ଆକଳନ ଅନୁସାରେ, ରାଜ୍ୟରେ ପାଗ ଶୁଖିଲା ରହିବ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ସର୍ବାଧିକ ଦିନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ । ୧୪ ତାରିଖରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଝାରସୁଗୁଡ଼ା, ସମ୍ବଲପୁର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଥିବା ବେଳେ ସୁନ୍ଦରଗଡ଼, ବୌଦ୍ଧ ଓ ବଲାଙ୍ଗିରରେ ରାତି ଉଷ୍ମ ରହିବ । ସେହିଭଳି କାଲି ପାଇଁ ବାଲେଶ୍ଵର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ସୋନପୁର, କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି ।


୧୫ ତାରିଖରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ବଲାଙ୍ଗିର, ବୌଦ୍ଧ ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ଅଧିକ ରହିବ । ୧୬ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର ଓ ମୟୂରଭଞ୍ଜକୁ ଅରେଞ୍ଜ ଆଲର୍ଟ ରହିଥିବା ବେଳେ ୧୭ରେ ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆ ଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅରେଞ୍ଜ ଆଲର୍ଟ ରହିଥିବା ଜିଲ୍ଲା ଗୁଡ଼ିକରେ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖରାକୁ ନ ବାହାରିବା ଲାଗି ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଖରାକୁ ବାହାରିଲେ ଓଦା କପଡ଼ା, ଟୋପି ଓ ଛତା ଦ୍ଵାରା ମୁହଁକୁ ଢାଙ୍କିବା ଆବଶ୍ୟକ । ଅଧିକ ପାଣି, ଓଆରଏସ୍, ଲସି, ତୋରାଣି, ଆଖୁ ରସ, ଲେମ୍ବୁ ପାଣି ଆଦି ପିଇବା ଜରୁରି ।


ଗତ ୨୪ ଘଣ୍ଟାରେ ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା । ଝାରସୁଗୁଡ଼ାରେ ସର୍ବାଧିକ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮. ୨ ଡିଗ୍ରୀ ଓ କଟକରେ ୩୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

Painting
Sponsored
Orange Alert For Odisha Till 17th March For Heatwave | Argus News