Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ନିଆଁ ବର୍ଷା: ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜ୍ୟରେ ନିଆଁ ବର୍ଷା: ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ପଶ୍ଚିମ, ଆଭ୍ୟନ୍ତରୀଣରେ ନିଆଁ ବର୍ଷା, ଉପକୂଳରେ ଗୁଳୁଗୁଳି । ଆହୁରି ଦୁଇଦିନ କଲବଲ କରିବ ତାତି । ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୭ରୁ ପୁଣି କାଳବୈଶାଖୀ ବର୍ଷା । ଏହି ବର୍ଷା ତାତିରୁ ଦେଇପାରେ ସାମାନ୍ୟ ଆଶ୍ବସ୍ତି । ପୁଣି ମେ ପହିଲା ବେଳକୁ ରାଜ୍ୟରେ ତାପମାତ୍ରା ବଢ଼ିବା ସମ୍ଭାବନା ରହିଛି । ଏହା ପରେ ପାଗରେ ପରିବର୍ତ୍ତନ ଆଣିବ ପଶ୍ଚିମା ଝଡ଼ । ୨୬ ଏପ୍ରିଲ ପରେ ୧ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ରହିପାରେ କାଳବୈଶାଖୀ ବର୍ଷାର ପ୍ରଭାବ। କେବଳ ବର୍ଷା ନୁହେଁ କିଛି ସ୍ଥାନରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ଓ ଝଡ ପବନ ହେବାର ମଧ୍ୟ ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳ ତାତିକୁ ନେଇ ନେଇ ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ,ବଲାଙ୍ଗୀର, ସୋନପୁର ଓ ସୁନ୍ଦରଗଡକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।


ସେହିପରି ଉଷ୍ମ ରାତ୍ରି ପାଇଁ ସମ୍ବଲପୁର ସୁନ୍ଦରଗଡ ଓ ବଲାଙ୍ଗୀର ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ପ୍ରବଳ ତାତି ନେଇ ବଲାଙ୍ଗୀର, ସମ୍ବଲପୁରକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗ୍ରୀଷ୍ମ ପ୍ରବାହ ନେଇ ସୁନ୍ଦରଗଡ଼, ଝାରସୁଗୁଡା, ନୂଆପଡା, ବରଗଡ଼,ସୋନପୁର ଓ ବୌଦ୍ଧ ଏହି 6 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ରାଜ୍ୟର ୧୭ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ରେକର୍ଡ ହୋଇଛି । ଝାରସୁଗୁଡାରେ ସର୍ବାଧିକ ୪୫.୪ ତାପମାତ୍ରା ରେକର୍ଡ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
orange-heatwave-alert-in-odisha | Argus News