ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଅର୍ଗସ ବ୍ୟୁରୋ : ରାଜ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା । ୨୫ ପରେ ବଦଳିବ ପାଗ। ରାଜ୍ୟର ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାଲେଶ୍ୱର ଭଦ୍ରକ, ଯାଜପୁର,ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼,ଝାରସୁଗୁଡ଼ା,କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୫୦ କିମି ରୁ ୬୦ କିମି ବେଗରେ ପବନ ବି ବହିପାରେ । ଏଥିପାଇଁ ଏହି ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଖାଲି ଏହି ୯ ଜିଲ୍ଲା ନୁହେଁ, ସମ୍ବଲପୁର , ଦେଓଗଡ଼,ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା,କଟକ, ଜଗତସିଂହପୁର,ପୁରୀ,ଗଜପତି,ଗଞ୍ଜାମ,ରାୟଗଡ଼ା,କଳାହାଣ୍ଡି, କନ୍ଧମାଳ ର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ବିଭିନ୍ନ ସ୍ଥାନରେ ୪୦ କିମି ରୁ ୫୦ କିମି ବେଗରେ ପବନ ବହିପାରେ ।
ଏ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ପାଇଁ ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଓ ୨ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଗତ ୨୪ ଘଣ୍ଟାରେ ଅନୁଗୁଳରେ ସର୍ବାଧିକ ୨୬ ମିମି ବର୍ଷା ହୋଇଛି । ଭୁବନେଶ୍ୱରରେ ୨୨.୨, ଢେଙ୍କାନାଳରେ ୨୧, ଚାନ୍ଦବାଲିରେ ୧୮.୪, ତାଳଚେରରେ ୧୫, କେନ୍ଦୁଝରରେ ୧୨.୮ ମିମି ବର୍ଷା ରେକର୍ଡ ହୋଇଛି । ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ବର୍ଷା ହୋଇଛି ।