Orangutan Recover / ସୁସ୍ଥ ହେଲେ ୫ ଓରାଙ୍ଗଉଟାନ ଶାବକ, ଅନୁମତି ମିଳିଲେ ଦେଖିପାରିବେ ପର୍ଯ୍ୟଟକ
·38 mins ago·2 min read

Key Points
ସୁସ୍ଥ ହେଲେ ୫ ଓରାଙ୍ଗଉଟାନ ଶାବକ
ରକ୍ତହୀନତାରୁ ସୁସ୍ଥ ହୋଇଥିବା ସୂଚନା
ସୂଚନା ଦେଲେ ନନ୍ଦନକାନନ କର୍ତ୍ତୁପକ୍ଷ
ଅନୁମତି ମିଳିଲେ ଦେଖିପାରିବେ ପର୍ଯ୍ୟଟକ
ରକ୍ତହୀନତାରୁ ସୁସ୍ଥ ହୋଇଥିବା ସୂଚନା
ସୂଚନା ଦେଲେ ନନ୍ଦନକାନନ କର୍ତ୍ତୁପକ୍ଷ
ଅନୁମତି ମିଳିଲେ ଦେଖିପାରିବେ ପର୍ଯ୍ୟଟକ
ଭୂବନେଶ୍ବର: ନନ୍ଦନକାନନରୁ ଆସିଲା ଖୁସି ଖବର। ସୁସ୍ଥ ହେଲେ ୫ ଓରାଙ୍ଗଉଟାନ ଶାବକ। ରକ୍ତହୀନତା ସମସ୍ୟାରେ ପୀଡ଼ିତ ଥିବା ଏହି ଶାବକମାନେ ଏବେ ସୁସ୍ଥ ହୋଇଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶାବକମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ପରେ ସେମାନଙ୍କୁ ଭବିଷ୍ୟତରେ ପର୍ଯ୍ୟଟକଙ୍କ ପାଇଁ ପ୍ରଦର୍ଶିତ କରିବା ନେଇ ଯୋଜନା ରହିଛି। ତେବେ ଏଥିପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ।
ସୂଚନା ଅନୁସାରେ, ୫ ଓରାଙ୍ଗଉଟାନ ଶାବକ ରକ୍ତହୀନତା ସମସ୍ୟାରେ ପୀଡ଼ିତ ଥିଲେ। ସେମାନଙ୍କ ହେମୋଗ୍ଲୋବିନ ସ୍ତର ମାତ୍ର ୪ ରହିଥିଲା। ତେବେ ନିୟମିତ ଚିକିତ୍ସା, ଯତ୍ନ ଏବଂ ପୋଷଣଯୁକ୍ତ ଖାଦ୍ୟ ଯୋଗାଣ ପରେ ଏବେ ହେମୋଗ୍ଲୋବିନ ସ୍ତର ୧୧ରେ ପହଞ୍ଚିଛି। ଏହା ସେମାନଙ୍କ ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ସୁଧାର ଆସିଥିବା ସୂଚାଉଛି।
ଶୀତରୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ଶୀତ ଋତୁକୁ ଦୃଷ୍ଟିରେ ରଖି ଓରାଙ୍ଗଉଟାନ ଶାବକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶୀତର ପ୍ରକୋପରୁ ସେମାନଙ୍କୁ ସୁରକ୍ଷିତ ରଖିବା ସହ ଶରୀରର ତାପମାତ୍ରା ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ହ୍ୟାଣ୍ଡ ରିୟରିଂ ସେଣ୍ଟରରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏହାସହ ଶାବକମାନଙ୍କୁ ନିୟମିତ ଖରାରେ ବସାଇବାର ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ସେମାନଙ୍କ ଶାରୀରିକ ବିକାଶ ଏବଂ ସ୍ୱାସ୍ଥ୍ୟରେ ଆହୁରି ଉନ୍ନତି ଆସିବ ବୋଲି ଆଶା ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡିସେମ୍ବରରେ ସରିବ କ୍ୱାରେଣ୍ଟାଇନ୍ ଅବଧି
ଏହି ୫ ଶାବକଙ୍କ ୯୦ ଦିନିଆ କ୍ୱାରେଣ୍ଟାଇନ୍ ଅବଧି ଆସନ୍ତା ଡିସେମ୍ବରରେ ଶେଷ ହେବ। ଏହାପରେ ବିଶେଷଜ୍ଞ କମିଟିଙ୍କ ପରାମର୍ଶ ଅନୁଯାୟୀ ସେମାନଙ୍କୁ ବଡ଼ ଏନକ୍ଲୋଜରକୁ ସ୍ଥାନାନ୍ତର କରାଯିବ। ତେବେ ପର୍ଯ୍ୟଟକମାନେ କେବେ ଏହି ଶାବକମାନଙ୍କୁ ଦେଖିବାର ସୁଯୋଗ ପାଇବେ, ତାହା ଏବେ ଅନୁମତି ଉପରେ ନିର୍ଭର କରୁଛି। ସିଜେଏ (CZA)ଙ୍କ ଅନୁମତି ମିଳିବା ପରେ ସେମାନଙ୍କୁ ପର୍ଯ୍ୟଟକଙ୍କ ପାଇଁ ପ୍ରଦର୍ଶିତ କରାଯିବ। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଏହି ସଫଳତା ନିଶ୍ଚିତ ଭାବେ ବନ୍ୟଜନ୍ତୁ ସଂରକ୍ଷଣ ଓ ପଶୁ ଚିକିତ୍ସା କ୍ଷେତ୍ରରେ ଏକ ଉତ୍ସାହଜନକ ଖବର। ଏବେ ସମସ୍ତଙ୍କ ଅପେକ୍ଷା, କେବେ ଏହି କୁନି ଓରାଙ୍ଗଉଟାନମାନେ ପର୍ଯ୍ୟଟକଙ୍କ ଆକର୍ଷଣ ସାଜିବେ।
ଓଡ଼ିଶାରେ ଥିବା ଓରାଙ୍ଗଓଟାନକୁ ନିଜ ଦେଶକୁ ନେବାକୁ ହେଲେ ଦେବାକୁ ପଡ଼ିବ ପ୍ରମାଣ। ବିନା ପ୍ରମାଣରେ କୌଣସି ଦେଶ ଓଡ଼ିଶାରୁ ଓରାଙ୍ଗଓଟାନଙ୍କୁ ନେଇପାରିବେ ନାହିଁ। ଏନେଇ ପୂର୍ବରୁ ସ୍ପଷ୍ଟ କରିଥିଲେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ।
ଓରାଙ୍ଗଓଟାନକୁ ନିଜ ଦେଶର ବୋଲି କେବଳ ଇଣ୍ଡୋନେସିଆ ପକ୍ଷରୁ ଦାବି କରାଯାଇଛି। ଏନେଇ ଏକ ରିପୋର୍ଟ ଭାରତ ସରକାରଙ୍କୁ ଦିଆଯାଇଛି। ତେବେ କେବଳ ଦାବି କରିଦେଲେ ହେବ ନାହିଁ, ଏଥିପାଇଁ ଉପଯୁକ୍ତ ପ୍ରମାଣ ଦେବାକୁ ପଡ଼ିବ। ଇଣ୍ଡୋନେସିଆର ଏକ ଟିମ୍ ଓଡ଼ିଶା ଆସି ଓରାଙ୍ଗଓଟାନ ନିଜ ଦେଶର ବୋଲି ପ୍ରମାଣ ଦେବା ପରେ ହିଁ ଏହାର ଅନ୍ତର୍ଜାତୀୟ ସ୍ତରରେ ହସ୍ତାନ୍ତର ପ୍ରକ୍ରିୟା ନେଇ ବିଚାର କରାଯିବ। ଏଥିରେ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ।

Related Topics
Explore more stories