Videos
|
Odisha

Orangutan DNA Test / ଓରାଙ୍ଗଉଟାନଙ୍କ ହେବ DNA ଟେଷ୍ଟ, ରିପୋର୍ଟ ଆସିବା ପରେ ଜଣାପଡ଼ିବ କେଉଁ ଦେଶରୁ ଆସିଛନ୍ତି?

Bikash Mohanty
Browse all articles by Bikash Mohanty
·1 hour ago·2 min read
ଓରାଙ୍ଗଉଟାନଙ୍କ ହେବ DNA ଟେଷ୍ଟ, ରିପୋର୍ଟ ଆସିବା ପରେ ଜଣାପଡ଼ିବ କେଉଁ ଦେଶରୁ ଆସିଛନ୍ତି?
Orangotan

Key Points

ଖୁବଶୀଘ୍ର ହେବ ଓରାଙ୍ଗଉଟାନଙ୍କ DNA ଟେଷ୍ଟ
ସାମ୍ପଲ ନିଆଯାଇ ପରୀକ୍ଷା ପାଇଁ ପଠାଯିବ
ଟେଷ୍ଟ ରିପୋର୍ଟ ଆସିବା ପରେ କେଉଁ ଦେଶରୁ ଆସିଛନ୍ତି  ସ୍ପଷ୍ଟ ହେବ
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ସୂଚନା


ଭୁବନେଶ୍ୱର, ୩୦/୦୯:  ନନ୍ଦନକାନନରେ ଥିବା ଓରାଙ୍ଗଉଟାଙ୍ଗଙ୍କୁ ନେଇ ଆସିଲା ବଡ଼ ଖବର। ଖୁବଶୀଘ୍ର ସେମାନଙ୍କର DNA ଟେଷ୍ଟ କରାଯିବ। ଓରାଙ୍ଗଉଟାଙ୍ଗଙ୍କ DNA ପରୀକ୍ଷା ପାଇଁ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ସହ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି। ଖୁବଶୀଘ୍ର ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ

DNA ଟେଷ୍ଟ ରିପୋର୍ଟ ଆସିବା ପରେ ନନ୍ଦନକାନନରେ ଥିବା ଓରାଙ୍ଗଉଟାଙ୍ଗମାନେ କେଉଁ ଦେଶରୁ ଆସିଛନ୍ତି, ସେନେଇ ଅଧିକ ସ୍ପଷ୍ଟତା ମିଳିପାରିବ। ରିପୋର୍ଟ ମିଳିବା ପରେ ଏ ସମ୍ପର୍କରେ ଭାରତ ସରକାରଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି। 

ଓରାଙ୍ଗଉଟାଙ୍ଗଙ୍କ ସ୍ୱାସ୍ଥ୍ୟ ନେଇ ବଡ଼ ସୂଚନା

ଏପଟେ ନନ୍ଦନକାନନରେ ଥିବା ଓରାଙ୍ଗଉଟାଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମଧ୍ୟ ଆସିଛି ଆଶ୍ୱସ୍ତିକର ଖବର। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିବା କହିଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ୍ୱର ରାମ ସିଂ ଖୁଣ୍ଟିଆ। ଓଡ଼ିଶାର ଜଳବାୟୁ ଓରାଙ୍ଗଉଟାଙ୍ଗଙ୍କୁ ସୁହାଇଥିବା ସେ କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଓରାଙ୍ଗଉଟାଙ୍ଗଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖାଯାଉଛି। ମହୀଶୂରରୁ ଡାକ୍ତର ଆସି ସେମାନଙ୍କ ଚିକିତ୍ସା କରୁଛନ୍ତି। ଛୁଆଙ୍କ ଭଳି ସେମାନଙ୍କର ସ୍ୱତନ୍ତ୍ର ଯତ୍ନ ନିଆଯାଉଛି। ଏଥିସହ ୨୪ ଘଣ୍ଟିଆ ମନିଟରିଂ ବ୍ୟବସ୍ଥା ମଧ୍ୟ କରାଯାଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର:  ଯୁବକ-ଯୁବତୀଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, ଭିଡ଼ିଓ ହେଲା ଭାଇରାଲ

ବଢ଼ିଛି ଓଜନ, ସ୍ୱାସ୍ଥ୍ୟରେ ଉନ୍ନତି

ଚିକିତ୍ସା ଓ ଯତ୍ନ ପରେ ଓରାଙ୍ଗଉଟାଙ୍ଗଙ୍କ ଓଜନ ମଧ୍ୟ ବୃଦ୍ଧି ପାଇଥିବା ଜଙ୍ଗଲ ମନ୍ତ୍ରୀ କହିଛନ୍ତି। ସେମାନଙ୍କ ଖାଦ୍ୟ, ଚିକିତ୍ସା ଓ ଦୈନନ୍ଦିନ ଗତିବିଧି ଉପରେ ନିରନ୍ତର ନଜର ରଖାଯାଉଛି। ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସୁଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ମଧ୍ୟ ଆଶ୍ୱସ୍ତ ହୋଇଛନ୍ତି।

ନନ୍ଦନକାନନ ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ

ଏହି ମଧ୍ୟରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନନ୍ଦନକାନନ ଗସ୍ତ କରି ଓରାଙ୍ଗଉଟାଙ୍ଗଙ୍କୁ ଦେଖିବେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା, ଚିକିତ୍ସା ଓ ଯତ୍ନ ସମ୍ପର୍କରେ ସେ ଅଧିକାରୀ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ।

ଓରାଙ୍ଗଉଟାଙ୍ଗଙ୍କ ଉତ୍ପତ୍ତି ଓ ସେମାନେ କେଉଁଠାରୁ ନନ୍ଦନକାନନକୁ ଆସିଛନ୍ତି, ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ DNA ପରୀକ୍ଷା ଏହି ତଥ୍ୟକୁ ଅଧିକ ସ୍ପଷ୍ଟ କରିବ ବୋଲି ଆଶା କରାଯାଉଛି। ଏବେ ସମସ୍ତଙ୍କ ନଜର ରହିଛି DNA ଟେଷ୍ଟ ରିପୋର୍ଟ ଉପରେ।

ନନ୍ଦନକାନନ ଅଣାଯାଇଥିଲା

ଗତ ୮ ତାରିଖରେ ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ଏହି ଶାବକମାନଙ୍କୁ ନନ୍ଦନକାନନ ଅଣାଯାଇଥିଲା। ୧୭ ତାରିଖରେ ରକ୍ତ ନମୁନା ପରୀକ୍ଷା ସମୟରେ ସେମାନଙ୍କଠାରେ ରକ୍ତହୀନତା ଥିବା ଜଣାପଡ଼ିଥିଲା। ରକ୍ତ ପରିମାଣ ବୃଦ୍ଧି ପାଇଁ ସେମାନଙ୍କୁ ଆବଶ୍ୟକ ଇଞ୍ଜେକ୍ସନ୍ ଦିଆଯାଇଥିଲା । ପିସିସିଏଫ୍‌ଙ୍କ ଦ୍ୱାରା ଗଠିତ ବୈଷୟିକ କମିଟି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା ସମ୍ପର୍କରେ ପରାମର୍ଶ ଦେଉଥିଲେ