ଅନଲାଇନରେ ଲାପଟପ୍ କିଣିବା ପଡ଼ିଲା ମହଙ୍ଗା

ଅନଲାଇନରେ ଲାପଟପ୍ କିଣିବା ପଡ଼ିଲା ମହଙ୍ଗା । ଆମାଜନରୁ ଅନଲାଇନରେ ଲାପଟପ ଅର୍ଡର କରିଥିଲେ । ହେଲେ ଲାପଟପ ବଦଳରେ ଆସିଲା ପଥର । ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଜଣେ କ୍ଲିନିକ ମାଲିକ ଗତ ୪ ତାରିଖରେ ଅନଲାଇନରେ 60,799 ହଜାର ଟଙ୍କା ଅଗ୍ରିମ ଦେଇ ଏକ ଲାପଟପ ଅର୍ଡର କରିଥିଲେ । ଫେବୃଆରୀ 11 ତାରିଖରେ ଡେଲିଭରି ହୋଇଥିଲା । ଅର୍ଡର ଆଇଡି ହେଉଛି 405-7849957-5333133 ।
ପ୍ୟାକେଟ ଖୋଲିବା ବେଳକୁ ସେଥିରେ ଲାପଟପ ବଦଳରେ ଏକ ମାର୍ବଲ ପ୍ଲେଟ ଥିବା ଦେଖିବାକୁ ପାଇଥିଲେ ଗ୍ରାହକ ଜଣଙ୍କ । ତୁରନ୍ତ ଅନଲାଇନ ଟ୍ରେଡିଂ କମ୍ପାନୀ ସହ ଯୋଗାଯୋଗ କରିଥିଲେ ବ୍ୟକ୍ତି ଜଣକ । ହେଲେ କୌଣସି ଫଳ ନମିଳିବାରୁ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।
📱 Get Argus News App
✨ଏହି ଘଟଣା ପ୍ରଥମ ଥର ନୁହେଁ ପୂର୍ବରୁ ଅନେକ ଥର ଏମିତି ଦେଖିବାକୁ ମିଳିଛି । ଅନଲାଇନରୁ ଜିନିଷ ମଗେଇ ଠକାମିର ଶିକାର ହୋଇଛନ୍ତି ଲୋକେ । ତେବେ ଏତେ ଟଙ୍କାରେ ଦାମୀ ଜିନିଷ ମଗେଇ ପଥର ମିଳିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।