Illegal Mines / ବେଆଇନ୍ ଖଣିରୁ ତୁରନ୍ତ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ

Key Points
ବେଆଇନ ଖଣି କ୍ଷତିପୂରଣ ଆଦାୟ ମାମଲା। କଠୋର ହେଲେ ସୁପ୍ରିମକୋର୍ଟ। ବେଆଇନ ଖଣି କ୍ଷତିପୂରଣ ରାଶି ଆଦାୟ କରିବାରେ ପ୍ରତିବନ୍ଧକ ସାଜିଥିବା ମାମଲାଗୁଡ଼ିକର ତ୍ବରିତ ଫଇସଲା ଲାଗି ଏକ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ କହିଛନ୍ତି।
୨୦୨୬ ମାର୍ଚ୍ଚ ୩ ସୁଦ୍ଧା ସବୁ ମାମଲାର ଫଇସଲା କରିବା ପାଇଁ ଉଦ୍ୟମ କରିବାକୁ ନିର୍ଦ୍ଦେଶ ରହିଛି । ଯଦି ଫଇସଲା ସମ୍ଭବ ହେଉନାହିଁ, ତେବେ ଅନ୍ତରୀଣ ସ୍ଥଗିତାଦେଶ ହଟାଇବା ଲାଗି ରାଜ୍ୟ କରିଥିବା ଆବେଦନ ଉପରେ ନିଷ୍ପତ୍ତି ନିଆଯିବାର ଆବଶ୍ୟକତା ରହିଥିବା ସୁପ୍ରିମକୋର୍ଟ କହିଛନ୍ତି । ବେଆଇନ ଖଣି କାର୍ଯ୍ୟକଳାପରୁ ୨୭୦୦ କୋଟି ଟଙ୍କାର କ୍ଷତିପୂରଣ ରାଶି ଆଦାୟ ହୋଇପାରିନାହିଁ। ଏହାକୁ ନେଇ ଦାଖଲ ହୋଇଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଦୀପଙ୍କର ଦତ୍ତା ଓ ଏଜି ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କ୍ଷତିପୂରଣ ରାଶି ସଂଗ୍ରହ କରାଯାଇ ପାରୁନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ।
କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଖିଲାପୀ ଖଣି ଲିଜ୍ଧାରୀଙ୍କଠାରୁ କ୍ଷତିପୂରଣ ରାଶି ଆଦାୟ କରିବାକୁ ୨୦୧୭ରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଚଳିତ ବର୍ଷ ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କହିଥିଲେ। ଏତେ ପରିମାଣର କ୍ଷତିପୂରଣ ରାଶି ସରକାର ଅସୁଲ କରିପାରୁ ନଥିବାରୁ କୋର୍ଟ ଚିନ୍ତା ପ୍ରକଟ କରିଥିଲେ ।
📱 Get Argus News App
✨Related Topics
Explore more stories