Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Srimandir / ବରଗଡ଼-କଟକ-କୋରାପୁଟ ଜିଲ୍ଲାରେ କରାଯାଉଛି ଅର୍ଗାନିକ ଫାର୍ମିଂ

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ବରଗଡ଼-କଟକ-କୋରାପୁଟ ଜିଲ୍ଲାରେ କରାଯାଉଛି ଅର୍ଗାନିକ ଫାର୍ମିଂ

Key Points

ପରବର୍ତ୍ତୀ ସମୟରେ ଜୈବିକ ପନିପରିବା ବି ବ୍ୟବହାର କରାଯିବ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏ ସୂଚନା ପରେ ଏହାକୁ ସ୍ବାଗତ କରିଛନ୍ତି ସେବାୟତ ଓ ଭକ୍ତ ।

୨୦୨୬ ରଥଯାତ୍ରାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଲାଗି ହେବ ରସାୟନ ମୁକ୍ତ ଅବଢ଼ା ଅନ୍ନ । ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ପରେ ଏହାକୁ ସ୍ବାଗତ କରିଛନ୍ତି ସେବକ ଓ ଭକ୍ତ । ଅର୍ଗାନିକ ଚାଉଳରେ ଅବଢ଼ା ପ୍ରସ୍ତୁତି ପାଇଁ ୫ ବର୍ଷିଆ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ବଳଭଦ୍ର ଜୈବିକ ଚାଷ ମିଶନରୁ ଉତ୍ପାଦିତ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ ।

ଆସନ୍ତା ରଥଯାତ୍ରା ସମୟରେ ଅମୃତ ଅନ୍ନ ଯୋଜନାରେ ଜୈବିକ ଚାଉଳରୁ ଶ୍ରୀମନ୍ଦିରରେ ପ୍ରସ୍ତୁତ ହେବ କୋଠ ଭୋଗ । ଏଥିପାଇଁ ବରଗଡ଼, କଟକ ଓ କୋରାପୁଟ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି । ବଳଭଦ୍ର ଜୈବିକ ଚାଷ ମିଶନରେ ଜୈବିକ ଚାଷ ପାଇଁ ସହାୟତା ଦିଆଯାଇଛି । କୋଠ ଭୋଗ ପାଇଁ ଆବଶ୍ୟକୀୟ ପରିମାଣର ଚାଉଳ ଅମଳ ହେବ । ଯଦି ବଳକା ରହେ କିଛି ପରିମାଣର ମହାପ୍ରସାଦ ବି କରାଯିବ । ଆନନ୍ଦ ବଜାରରେ ଜୈବିକ ମହାପ୍ରସାଦ ପାଇଁ ହେବ ସ୍ବତନ୍ତ୍ର କାଉଣ୍ଟର । ପରବର୍ତ୍ତୀ ସମୟରେ ଜୈବିକ ପନିପରିବା ବି ବ୍ୟବହାର କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏ ସୂଚନା ପରେ ଏହାକୁ ସ୍ବାଗତ କରିଛନ୍ତି ସେବାୟତ ଓ ଭକ୍ତ ।

ଶ୍ରୀମନ୍ଦିର କୋଠ ଭୋଗରେ ପ୍ରତିଦିନ ପ୍ରାୟ ଏକ ରୁ ଦୁଇ କ୍ବିଣ୍ଟାଲ ଚାଉଳ ଲାଗେ । ବରାଦି ଓ ବିକ୍ରି ଅବଢ଼ା ମିଶି ପ୍ରାୟ ୨୦୦ରୁ ୨୨୦ କ୍ବିଣ୍ଟାଲ୍ ଚାଉଳ ଦରକାର ହୁଏ । ଏତିକି ପରିମାଣର ଜୈବିକ ଚାଉଳ ଉତ୍ପାଦନ ପାଇଁ ୧୫ ହଜାର ହେକ୍ଟରରୁ ଅଧିକ ଜମିରେ ଚାଷର ଆବଶ୍ୟକତା ରହିଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା ପ୍ରସ୍ତୁତ କରୁଛି।

ବଳଭଦ୍ର ଚାଷ ମିଶନରେ ଜୈବିକ ଚାଉଳ ଚାଷକୁ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର କରିଛନ୍ତି ୫ ବର୍ଷିଆ ଯୋଜନା । ଏଥିପାଇଁ ୧୧୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Srimandir | Organic rice to be used for Lord Jagannath’s Kotha Bhoga and Mahaprasad from Rath Yatra 2026 | Argus News