|
logo
Live

Argus News - ବଡ଼ ଖବର : ମୋକିମଙ୍କୁ ମିଳିଲା ଜାମିନ

Odisha

ବଡ଼ ଖବର : ମୋକିମଙ୍କୁ ମିଳିଲା ଜାମିନ

Sarbeswar Mohapatra
Browse all articles by Sarbeswar Mohapatra
·1 year ago
ବଡ଼ ଖବର : ମୋକିମଙ୍କୁ ମିଳିଲା ଜାମିନ

ଅର୍ଗସ ବ୍ୟୁରୋ : ମୋକିମଙ୍କୁ ମିଳିଲା ସୁପ୍ରିମକୋର୍ଟରୁ ଜାମିନ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ ମୋକିମ୍‌ । ତେବେ ଆଜି ମୋକିମଙ୍କୁ ସୁପ୍ରିମକୋର୍ଟ ଆଶ୍ଵସ୍ତି ଦେଇଛନ୍ତି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି । ORHDC ଦୁର୍ନୀତି ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ମାମଲାକୁ ନେଇ ମୋକିମ ଆବେଦନ କରିଥିଲେ । ଆବେଦନ ପରେ ମାମଲାର ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ।  ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ତାଙ୍କୁ ୩ବର୍ଷ ଦଣ୍ଡାଦେଶ ଶୁଣାଇଥିବାବେଳେ ଏହାକୁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ । ଏହାକୁ ବିଚାର କରି ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । ଏହା ଭିତରେ ତାଙ୍କୁ ଗିରଫ ହେବାର ଯେଉଁ ଭୟ ଥିଲା ତାହା ଏବେ ଜାମିନ୍ ମଂଜୁର ପରେ ଦୂର ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବଡ଼ ଖବର : ମୋକିମଙ୍କୁ ମିଳିଲା ଜାମିନ | Argus News