ଭକ୍ତଙ୍କ କଲ୍ୟାଣ ପାଇଁ ବ୍ୟବହାର ହେଉ ଶ୍ରୀଜଗନ୍ନାଥଙ୍କ ଭୂ-ସମ୍ପତ୍ତି: ହାଇକୋର୍ଟ

Key Points
ଅତିଥି ଗୃହ ପୁରୀ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ କମ୍ ମୂଲ୍ୟରେ ବାସସ୍ଥାନ ପ୍ରଦାନ କରିବ । ଯାହାକି ଶୀକ୍ଷେତ୍ରରେ ତୀର୍ଥଯାତ୍ରୀଙ୍କ ପାଇଁ ସୁବିଧା ବଢ଼ାଇଭା ସହ ମହାପ୍ରଭୁ ଜଗନ୍ନାଥଙ୍କ ଅଚାଳଚଳ ସମ୍ପତ୍ତିକୁ ସୁରକ୍ଷା ଦେବ ।
କଟକ: ଜମି ମହାପ୍ରଭୁ ଜଗନ୍ନାଥଙ୍କର... ଏହାର ଉପଯୋଗ ବ୍ଯକ୍ତିଗତ ବଦଳରେ ଜନକଲ୍ୟାଣ ପାଇଁ କରିବାକୁ ପ୍ରାଥମିକତା ଦିଆଯାଉ । ମଙ୍ଗଳବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂ-ସମ୍ପତ୍ତିର ବ୍ୟବହାର ନେଇ ଏକ ରିଭ୍ୟୁ ପିଟିସନର ଶୁଣାଣି କରି ଏଭଳି ଟିପ୍ପଣୀ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଏଥିସହ କୋର୍ଟ ରିଭ୍ୟୁ ପିଟିସନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି ।
ହାଇକୋର୍ଟ କହିଛନ୍ତି, 'ଅତିଥି ଗୃହ ପୁରୀ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ କମ୍ ମୂଲ୍ୟରେ ବାସସ୍ଥାନ ପ୍ରଦାନ କରିବ । ଯାହାକି ଶୀକ୍ଷେତ୍ରରେ ତୀର୍ଥଯାତ୍ରୀଙ୍କ ପାଇଁ ସୁବିଧା ବଢ଼ାଇଭା ସହ ମହାପ୍ରଭୁ ଜଗନ୍ନାଥଙ୍କ ଅଚାଳଚଳ ସମ୍ପତ୍ତିକୁ ସୁରକ୍ଷା ଦେବ ।' ତେଣୁ ବ୍ୟକ୍ତିଗତ ବଦଳରେ ଶ୍ରଦ୍ଧାଳୁଙ୍କ ସୁବିଧା ଲାଗି ମନ୍ଦିର ସମ୍ପତ୍ତିର ଉପଯୋଗକୁ ପ୍ରାଥମିକତା ଦେବାକୁ ଗୁରୁତ୍ଵ ଦେଇଛନ୍ତି ହାଇକୋର୍ଟ ।
ମହାପ୍ରଭୁଙ୍କ ଜମିର ବ୍ୟବହାର ସଂକ୍ରାନ୍ତରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନେଇଥିବା ନିଷ୍ପତ୍ତି ଠିକ୍ ବୋଲି ଉଚ୍ଚ ନ୍ୟାୟାଳୟ ହୃଦ୍ବୋଧ କରିଛନ୍ତି । ପୁରୀ ସହରର ସମ୍ପୃକ୍ତ ମୂଲ୍ୟବାନ ଜମି ଉପରେ ଭକ୍ତଙ୍କ ପାଇଁ ଭକ୍ତ ନିବାସ ନିର୍ମାଣ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ୨୦୧୭ରେରେ ନିଷ୍ପତ୍ତି ନେଇଥିଲେ । ଯାହାକୁ କୋର୍ଟ ସଠିକ୍ ଦର୍ଶାଇଛନ୍ତି ଏବଂ କହିଛନ୍ତି ଏହି ପଦକ୍ଷେପ ମନ୍ଦିର କର୍ତ୍ତୃପକ୍ଷ ଓ ସମ୍ପତ୍ତି ସଂରକ୍ଷଣ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ଅନୁରୂପ ।
📱 Get Argus News App
✨କିଛିଦିନ ତଳେ ଆଇନ୍ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଥିଲେ, ରାଜ୍ୟ ବାହାରେ ଥିବାମହାପ୍ରଭୁଙ୍କ ଜମିକୁ ଫେରାଇ ଅଣାଯିବ । ଏଥିପାଇଁ କାଗଜ ପତ୍ର ପ୍ରସ୍ତୁତ ଚାଲିଛି । ମହାପ୍ରଭୁଙ୍କର ୫୮ ହଜାର ଏକର ଜମି ରାଜ୍ୟ ଓ ରାଜ୍ୟ ବାହାରେ ରହିଛି । ସେଥିମଧ୍ୟରୁ ୩୬ରୁ ୩୭ ହଜାର ଏକରର ବାକି ଜମି ଗୁଡ଼ିକର କାଗଜ ପତ୍ର ପ୍ରସ୍ତୁତ କରିବାର ପ୍ରକ୍ରିୟା ମଧ୍ୟ ଜାରି ରହିଛି । ମହାପ୍ରଭୁଙ୍କର ଭୂ-ସମ୍ପତ୍ତି ଯେଉଁଠି ଯାହା ରହିଛି ତାହାର ଠିକ ଆକଳନ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ।