Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହାଇକୋର୍ଟଙ୍କ ନାଁ ପରେ ବି ବାଲି ଉଠାଣ ଅନୁମତି ଦେଲା କିଏ ?

Odisha

ହାଇକୋର୍ଟଙ୍କ ନାଁ ପରେ ବି ବାଲି ଉଠାଣ ଅନୁମତି ଦେଲା କିଏ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ହାଇକୋର୍ଟଙ୍କ ନାଁ ପରେ ବି ବାଲି ଉଠାଣ ଅନୁମତି ଦେଲା କିଏ ?

Key Points

  • କୋର୍ଟଙ୍କ ରାୟ ପରେ ବି ବାଲି ଦୁର୍ନୀତି ପାଇଁ ସରକାରଙ୍କ ଚକ୍ରାନ୍ତ
  • ପୁଣି ରହିତାଦେଶ ଲଗାଇଲେ ହାଇକୋର୍ଟ
  • ୨୪୩ କୋଟିର ବାଲି ଖାଇଲା କିଏ  ?

ଅର୍ଗସ ବ୍ୟୁରୋ: ବିଜେଡି ସରକାରରେ ସୀମା ଟପିଲାଣି ଦୁର୍ନୀତି । ଖଣିଠୁ ପାଣି ଯାହା ତ ଖାଉଥିଲେ ଏବେ ବାଲିରେ ବି ସାଙ୍ଘାତିକ ଦୁର୍ନୀତି କରିଥିବା ଜଣାପଡିଲାଣି । ବାଲିଉଠାଣ ଉପରେ ହାଇକୋର୍ଟଙ୍କ ରହିତାଦେଶ ପରେ ବି ବାଲିଉଠାଣ ଲାଗି ଗତ ୨୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ ସରକାର । ହେଲେ ପୁଣି ଥରେ ରହିତାଦେଶ ଲଗାଇଛନ୍ତି କୋର୍ଟ । ଯାହାକୁ ନେଇ ଏବେ ଚର୍ଚ୍ଚା ।

ବାଲିଉଠାଣ ଉପରେ ହାଇକୋର୍ଟ ରହିତାଦେଶ ଲଗାଇବା ପରେ ବି ରାଜ୍ୟ ସରକାର ପୂରା ବେଫିକର । ସେଇଥି ଲାଗି ତ ରୋକ ପରେ ବି ବାଲି ଉଠାଣ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ହେଲେ କୋର୍ଟ, ଗତ ୨୧ ତାରିଖରେ ଯେଉଁ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ, ତା’ଉପରେ ବି କ୍ଷୁବ୍ଧ ହେବା ସହ ସ୍ଥଗିତାଦେଶ ଜାରି କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ।

ପୂର୍ବରୁ ୨୯ ନଭେମ୍ବର, ୨୦୨୩ରେ ବାଲି ଉଠାଣ ପ୍ରସଙ୍ଗରେ ସ୍ଥଗିତା ଦେଶ ଜାରି କରିଥିଲେ ହାଇକୋର୍ଟ । ମେସିନ ସହାୟତାରେ ବାଲି ଉଠାଣ ବନ୍ଦ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତା’ସହ କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ପାଇଁ ନୋଟିସ ବି କରିଥିଲେ । ଏହାପରେ ଡିସେମ୍ବର ୨୧ରେ ମାମଲାର ଶୁଣାଣିବେଳେ ୧୪ଟି ବାଲି ଖାଦାନକୁ ବନ୍ଦ କରିବା ସହ ଅନ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ନେଇ କୋର୍ଟଙ୍କୁ ଅବଗତ କରିଥିଲେ ରାଜ୍ୟ ସରକାର । କିନ୍ତୁ ସେଦିନ ହିଁ ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ । ନିର୍ଦ୍ଦିଷ୍ଟ ବାଲିଘାଟର ଅବସ୍ଥିତି, ସେଠାରେ ବାଲିର ପରିମାଣ, ନଦୀଶଯ୍ୟା ଏବଂ ନିକଟସ୍ଥ ଚାଷପଯୋଗୀ ଜମିକୁ ବିଚାରକୁ ନେଇ ମେସିନ ସାହାଯ୍ୟରେ ବାଲି ଉଠାଯାଇପାରିବ ବୋଲି ବିଜ୍ଞପ୍ତିର ଧାରା-୪, ଉପଧାରା (G)ରେ ଦର୍ଶାଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବାଲି ଉଠାଣକୁ ନେଇ ଆବେଦନକାରୀ ବିଜ୍ଞପ୍ତି ବିରୋଧରେ କୋର୍ଟଙ୍କୁ ଯିବା ସହ ୪ ବର୍ଷରେ ୨୪୩ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଦର୍ଶାଇଥିଲେ । ତେବେ ଏତେ ଦୁର୍ନୀତି ହୋଇଥିବାରୁ କୋର୍ଟ ବାଲିଉଠାଣ ଉପରେ ରହିତାଦେଶ ଲଗାଇଥିଲେ । କିନ୍ତୁ ବାଲିରେ ମୋଟା ଅଙ୍କର ଟଙ୍କା ମିଳୁଥିବାରୁ କୋର୍ଟଙ୍କ ରହିତାଦେଶ ପରେ ବି ବାଲି ଉଠାଣ ପାଇଁ ସରକାର ବିଜ୍ଞପ୍ତ ପ୍ରକାଶ କରିଥିବା ଜୋର ଧରିଛି ଚର୍ଚ୍ଚା ।

 

Sponsored
Orissa High Court | Argus News