ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା OSRTC ବସ୍, ୨୦ ଆହତ
·1 year ago

ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଓଏସ୍ଆର୍ଟିସି ବସ୍, ଯାହାଫଳରେ ୨୦ ଆହତ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ଥାନା ମୁଚୁରିନାଳ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଛି ଏବଂ ପରେ ଓଲଟିପଡିଛି। ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ରାଉରକେଲା ଆଇଜିଏଚ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ବସ୍ରେ ୫୦ ରୁ ଅଧିକ ଯାତ୍ରୀ ଥିବାବେଳେ ବସ୍ଟି ପୁରୀ ଅଭିମୁଖେ ଆସୁଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି। ଖବର ମୁତାବକ ଓଏସ୍ଆର୍ଟିସି ବସଟି ସୁନ୍ଦରଗଡ଼ରୁ ପୁରୀକୁ ଯାଉଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
