ମହାକୁମ୍ଭରେ ନିଖୋଜ ମହିଳାଙ୍କୁ ପରିବାର ସହ ମିଶାଇ ଦେଲା ଓଏସଆରଟିସି

ମହାକୁମ୍ଭରେ ନିଖୋଜ ମହିଳାଙ୍କୁ ପରିବାର ସହ ମିଶାଇ ଦେଲା ଓଏସଆରଟିସି । ମହାକୁମ୍ଭରେ ଯାଇ ପରିବାରଠୁଁ ଅଲଗା ହୋଇଯାଇଥିଲେ ମହିଳା । ପରିବାର ଲୋକେ ତାଙ୍କୁ ଖୋଜି ପାଉନଥିଲେ । ଓଏସଆରଟିସି କର୍ମଚାରୀ ତାଙ୍କୁ ସେଠି ଭେଟିବା ପରେ ଜାଣିବାକୁ ପାଇଥିଲେ ସେ ମହିଳା ଜଣଙ୍କ ଓଡ଼ିଶାର । ମହିଳାଙ୍କ ପାଖରେ ଫୋନ କିମ୍ବା କୌଣସି ଯୋଗାଯୋଗର ମାଧ୍ୟମ ନଥିଲା । ତାଙ୍କ ଆଧାର କାର୍ଡ ଜରିଆରେ ମାଲକାନଗିରିର ଜାଣିବାକୁ ପାଇଲେ କର୍ମଚାରୀ । ଏହାପରେ ମାଲକାନଗିରି ପ୍ରଶାସନ ସହଯୋଗରେ ମହିଳା ଜଣଙ୍କୁ ତାଙ୍କ ପରିବାର ସହ ମିଶାଇ ଦିଆଯାଇଛି ।
ମହିଳା ଜଣଙ୍କ ହେଉଛନ୍ତି ମହାରାଣୀ ଖୋସଲା । ସ୍ୱାମୀଙ୍କ ନାଁ ଟୁକୁ ଖୋସଲା । ସେ ମାଲକାନଗିରି ଜିଲ୍ଲାର । ମହାକୁମ୍ଭରେ ଏବେ ସୁଦ୍ଧା 50 କୋଟି ଲୋକ ବୁଡ ପକାଇସାରିଲେଣି । ଗତକାଲି ଅମୃତ ସ୍ନାନରେ ପାଖାପାଖି 2 କୋଟି ଲୋକ ବୁଡ ପକାଇଥିଲେ । ପ୍ରତିଦିନ ତ୍ରିବେଣୀ ସଙ୍ଗମରେ ବୁଡ ପକାଇବାକୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । କାହିଁ କେତେ ଦୂରରୁ ଲୋକେ ଏହି ଆଧ୍ୟାତ୍ମିକ ଯାତ୍ରାରେ ସାମିଲ ହେଉଛନ୍ତି । ଆଉ ଏତେ ବଡ ମେଳାରେ ନିଖୋଜ ହେଇଯିବାର ବହୁତ ସମ୍ଭାବନା ମଧ୍ୟ ରହୁଛି । ହେଲେ ଏହି ଭିଡରେ ମହିଳା ଜଣଙ୍କ ମିଳିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।
📱 Get Argus News App
✨ତେବେ ମହାକୁମ୍ଭକୁ ଯାତ୍ରା ନେଇ ଓଡିଶା ସରକାରଙ୍କ ତରଫରୁ ବସ ସେବା ହୋଇଛି । ମାସ ଶେଷ ପର୍ଯ୍ୟନ୍ତ ମହକୁମ୍ଭ ଓ ଅଯୋଧ୍ୟାକୁ ବସ ଚଳାଚଳ କରୁଛି । ତେଣୁ ଯଦି ପରିବାର କେହି ସଦସ୍ୟ କୁମ୍ଭରେ ନିଖୋଜ ହେଇଛନ୍ତି ତେବେ ଓଏସଆରଟିସି ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି । ଆଜି ପର୍ଯ୍ୟନ୍ତ ପ୍ରାୟ ୨୫୦୦ ଯାତ୍ରୀ ଓଏସଆରଟିସି ବସ ଦ୍ୱାରା କୁମ୍ଭ ଯାଇଛନ୍ତି । ୯ ଟି ଷ୍ଟପେଜ୍ ରୁ ୧୭ ଟି ବସ୍ ଯୋଗେ ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ୧୨ ଜାନୁୟାରୀରୁ ଅଯୋଧ୍ୟା ଓ ମହାକୁମ୍ଭ ପାଇଁ ବସ ବ୍ୟବସ୍ଥା ହୋଇଛି ।