Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା

Odisha

ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା

ଆୟଠୁ ବଢି ଯାଉଛି ବ୍ୟୟ । ଘାଟାରେ ଚାଲୁଛି OSRTC । ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା। ୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ କ୍ଷତି ହୋଇଥିବା ବେଳେ ୨୦୨୩-୨୪ରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି କରିଛି। ୨୦୨୨-୨୩ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟ ହୋଇଛି ୧୬୪ କୋଟି ୧୨ ଲକ୍ଷ ଟଙ୍କା । ୨୦୨୩-୨୪ରେ ୧୫୬ କୋଟି ୪୩ ଲକ୍ଷ ଆୟ ହୋଇଥିବା ବେଳେ ବ୍ୟୟ ହୋଇଛି ୧୮୩ କୋଟି ୬ ଲକ୍ଷ ଟଙ୍କା। ପୂର୍ବ ବର୍ଷ ଅପେକ୍ଷା ଆୟ ବଢିଥିବା ବେଳେ ବ୍ୟୟ ବି ବଢ଼ିଛି। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା।

ଅନ୍ୟପଟେ ଅଚଳ ହୋଇ ପଡ଼ିଛି ପରିବହନ ବିଭାଗର ୧୦୯ ବସ । ବିଗତ ୧୦ ବର୍ଷ ଭିତରେ ୫୪୦ଟି ବସ କିଣି ଥିଲା ପରିବହନ ବିଭାଗ । ସେଥିମଧ୍ୟରୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଚଳ ହୋଇ ପଡିଛି ୧୦୯ଟି ବସ । ଅନ୍ୟ କିଛି ବସ କେବଳ ଶୀତ ତାପ ନିୟନ୍ତ୍ରଣ ବ୍ୟବସ୍ଥା ମରାମତି ପାଇଁ ବର୍ଷ ବର୍ଷ ଧରି ପଡ଼ି ରହିଛି । ସେଥିପାଇଁ କୌଣସି ବିଭାଗୀୟ ଅଧିକାରୀ ଦାୟୀ ନୁହଁନ୍ତି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।


ଅନ୍ୟପଟେ ବିଧାନସଭାରୁ ଆଜି ଆସିଛି ସାଂଘାତିକ ତଥ୍ୟ । ରାଜ୍ୟର ୨୩ ଜିଲ୍ଲାରେ କମୁଛି ଭୂତଳ ଜଳସ୍ତର । ବାଲେଶ୍ଵର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ମାଲକାନଗିରି, ନୂଆପଡ଼ା, ସମ୍ବଲପୁରକୁ ଛାଡ଼ିଦେଲେ ବାକି ସମସ୍ତ ଜିଲ୍ଲାରେ କମିବାରେ ଲାଗିଛି ଭୂତଳ ଜଳସ୍ତର । ଗଜପତି ଓ ରାୟଗଡ଼ାରେ ସ୍ଥିତି ସଙ୍ଗିନ ରହିଛି। ଭୂତଳ ଜଳ ସ୍ତର ବୃଦ୍ଧି ପାଇଁ ଛାତ ଏବଂ ଅରୁଆ ନାମକ ଦୁଇଟି ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିଭଳି ଆଉ ଏକ ତଥ୍ୟ ମଧ୍ୟ ଆଜି ବିଧାନସଭାରେ ସାମ୍ନାକୁ ଆସିଛି । ଯାହାକି ୫ ବର୍ଷରେ ବଜ୍ରପାତରେ ୧୪୧୮ ଲୋକଙ୍କ ଜୀବନ ଯାଇଛି । ୨୦୨୪-୨୫ରେ ବାଲେଶ୍ୱରରେ ସର୍ବାଧିକ ୧୮ଜଣଙ୍କ ମୃତ୍ୟୁ ହୋଇଛି । ବିଧାନସଭାରେ ଏଭଳି ଲିଖିତ ଉତ୍ତର ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ୨୦୨୦-୨୧ରେ ମୟୂରଭଞ୍ଜରେ ସର୍ବାଧିକ ୩୯ ଜଣଙ୍କ ମୃତ୍ୟୁ, ୨୦୨୧-୨୨ରେ କେନ୍ଦୁଝରରୁ ସର୍ବାଧିକ ୨୬ ଜଣଙ୍କ ମୃତ୍ୟୁ, ୨୦୨୨-୨୩ରେ ମୟୂରଭଞ୍ଜରୁ ସର୍ବାଧିକ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ୨୦୨୩-୨୪ରେ ମୟୂରଭଞ୍ଜ ଓ ବାଲେଶ୍ୱରରେ ସର୍ବାଧିକ ୨୪ ଜଣଙ୍କ ଯାଇଛି ଜୀବନ ।

Raja Festival
Sponsored
OSRTC loss in two years ₹45 crores ₹46 lakhs | Argus News