Videos
|
Odisha

OTET ପ୍ରଶ୍ନପତ୍ର ଲିକ ଘଟଣାରେ ଯିଏ ବି ସାମିଲ୍ ଅଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ ହେବ: ନିତ୍ୟାନନ୍ଦ ଗଣ୍ଡାଙ୍କ ସୂଚନା

Banajyotshna Ray
Browse all articles by Banajyotshna Ray
·1 year ago·1 min read
OTET ପ୍ରଶ୍ନପତ୍ର ଲିକ ଘଟଣାରେ ଯିଏ ବି ସାମିଲ୍ ଅଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ ହେବ: ନିତ୍ୟାନନ୍ଦ ଗଣ୍ଡାଙ୍କ ସୂଚନା

Key Points

OTET ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ
ଘଟଣାରେ ଯିଏ ବି ସାମିଲ୍ ଅଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ ହେବ
କ୍ୟୁଆର୍ କୋଡ ଥିବା ସତ୍ତ୍ବେ ଘଟଣା ଘଟିଛି
ଖୁବଶୀଘ୍ର ପୁଣିଥରେ ପରୀକ୍ଷା ତାରିଖ ଘୋଷଣା ହେବ
ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡାଙ୍କ ସୂଚନା

OTET ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । କିଛି ଲୋକଙ୍କୁ ଗିରଫ କରାଯାଇଛି । ଘଟଣାରେ ଯିଏ ବି ସାମିଲ୍ ଅଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ ହେବ । କ୍ୟୁଆର୍ କୋଡ ଥିବା ସତ୍ତ୍ବେ ଏଭଳି ଘଟଣା ଘଟିଛି । ତେଣୁ ଏ ଦିଗ ଉପରେ ଧ୍ୟାନ ଦିଆଯିବ । ବିଗତ ଦିନରେ କିଛି ଲୋକଙ୍କର ଅଭ୍ୟାସ ଥିଲା ତେଣୁ ଏବେ ସେ ଦିଗରେ ସ୍ୱଚ୍ଛତା ଆଣିବାକୁ ଆମେ ଚେଷ୍ଟା ଜାରି ରଖିଛୁ । ଯେଉଁମାନେ ଏଭଳି କାର୍ଯ୍ୟ କରିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଖୁବଶୀଘ୍ର ପୁଣିଥରେ ପରୀକ୍ଷା ପାଇଁ ଚେଷ୍ଟା କରୁଛୁ ।


ପ୍ରଥମେ କଠୋର କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ । ପରେ ପରୀକ୍ଷା ତାରିଖ ଘୋଷଣା ହେବ । NCT ଗାଇଡଲାଇନ ଅଛି ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ । ଏହି ଗାଇଡଲାଇନ୍ ଅନୁସାରେ ପରୀକ୍ଷା ହେବାର ଆବଶ୍ୟକତା ଅଛି କହିଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

otet-exam-paper-leak-crime-branch-arrests-mastermind-behind-major-scandal | Argus News