OTET Date Changed / ୨୮ ତାରିଖରେ ହେବ ଆର୍.ଆଇ, ଅମିନ ପରୀକ୍ଷା; ଘୁଞ୍ଚିଲା OTET ଏଣ୍ଟ୍ରାନ୍ସ
·1 hour ago·2 min read

Key Points
୨୮ ତାରିଖରେ ହେବ ଆର୍.ଆଇ, ଅମିନ ପରୀକ୍ଷା
OTET ପରୀକ୍ଷା ୨୮ ପରିବର୍ତ୍ତେ ଜୁଲାଇ ୫ରେ ହେବ
OTET ପେପର-୧ ସକାଳ ୯ରୁ ଦିନ ସାଢ଼େ ୧୧ଟା
ଦ୍ଵିତୀୟ ପେପର୍ ଦିନ ୨ଟାରୁ ଅପରାହ୍ଣ ସାଢ଼େ ୪ଟା

ଭୁବନେଶ୍ଵର: ଗୋଟିଏ ଦିନରେ ହେବନି ଆର୍.ଆଇ, ଅମିନ ଓ OTET ପରୀକ୍ଷା । ଦିନକରେ ୨ଟି ପରୀକ୍ଷା ଉପରୁ ହଟିଲା ଦ୍ଵନ୍ଦ୍ଵ । ଘୁଞ୍ଚିଲା OTET ପରୀକ୍ଷା । ଜୁନ୍ ୨୮ ପରିବର୍ତ୍ତେ OTET ପରୀକ୍ଷା ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହେବ ।
ପୂର୍ବ ଭଳି ଜୁନ୍ ୨୮ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ ଆର୍.ଆଇ, ଅମିନ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା ପରେ OTET ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଭାରତରେ ପରୀକ୍ଷା ସଙ୍କଟ; ଦେଶକୁ ଆବଶ୍ୟକ ନୂତନ ଅପରେଟିଂ ସିଷ୍ଟମ
OTET ପରୀକ୍ଷା ଜୁନ୍ ୨୮ରେ ହେବାର ଥିଲା । ଏବେ ଏହାକୁ ଜୁଲାଇ ୫ ତାରିଖରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ପୂର୍ବରୁ ଜୁନ୍ ୨୧ରେ OTET ହେବାର ଥିଲା ଯାହାକୁ ଜୁନ୍ ୨୮କୁ ଘୁଞ୍ଚାଇ ଦିଆଯାଇଥିଲା ।
ଏବେ ଆର୍.ଆଇ, ଅମିନ ପରୀକ୍ଷା ସହ ଗୋଟିଏ ଦିନରେ OTET ପରୀକ୍ଷା ଥିବାରୁ ଏହାକୁ ଜୁଲାଇ ୫ ତାରିଖକୁ ଘୁଞ୍ଚାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । OTET ପରୀକ୍ଷା ପେପର-୧ ସକାଳ ୯ରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ଵିତୀୟ ପେପର୍ ଦିନ ୨ଟାରୁ ଅପରାହ୍ଣ ସାଢ଼େ ୪ଟା ପର୍ଯ୍ୟନ୍ତ ହେବ ।
ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଅନୁଷ୍ଠିତ ହେବ ଆର୍.ଆଇ, ଅମିନ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ୧୬ ହଜାର ପରୀକ୍ଷାର୍ଥୀ ଆର୍.ଆଇ, ଅମିନ ପରୀକ୍ଷା ଦେବେ ।
ଏଥିସହ ପଢ଼ନ୍ତୁ: ଏହି ରାଜ୍ୟରେ ପୁଣି ସ୍କୁଲ ବନ୍ଦ: ଖରା କମିଥିଲେ ବି କାହିଁକି ବନ୍ଦ ସ୍କୁଲ ?
ସୋମବାର ରାଜସ୍ଵ ମନ୍ତ୍ରୀ ପରୀକ୍ଷା ତାରିଖ ପରିବର୍ତ୍ତନ ହେବ ନେଇ ସୂଚନା ଦେଇଥିଲେ । କହିଥିଲେ, "କେହି ଯେଭଳି ପରୀକ୍ଷାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସରକାର ସଚେତନ ଅଛନ୍ତି । OSSSC ସହ ଆଲୋଚନା କରାଯିବ ।"
OSSSC ଦ୍ଵାରା ଆର୍.ଆଇ, ଅମିନ ପରୀକ୍ଷା ପରିଚାଳିତ ହେଉଛି । ସେହିଭଳି ବହୁ ପ୍ରତୀକ୍ଷିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ପରିଚାଳନା କରୁଛି ମାଧ୍ୟମିକ ଶିକ୍ଷା ପରିଷଦ (BSE) । ଗୋଟିଏ ଦିନରେ ଦୁଇଟି ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏବେ ସରକାର ବିଚାର କରି OTET ପରୀକ୍ଷା ତାରିଖ ପରିବର୍ତ୍ତନ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories