OTET Ques. Leak: ମାଷ୍ଟର ମାଇଣ୍ଡ ବୋର୍ଡ ଉପ-ସଭାପତିଙ୍କୁ ଘଣ୍ଟ ଘୋଡ଼ାଇଥିଲା BJD ?

Key Points
OTET ପ୍ରଶ୍ନପତ୍ର ଲିକର ମାଷ୍ଟରମାଇଣ୍ଡ ନିହାରଙ୍କ ଚେର ଲମ୍ବିଛି କେଉଁଆଡେ ?
ଲିକ ଚକ୍ରବ୍ୟୁହରେ ଆଉ ଜଣେ ମହିଳା ଡାଟା ଏଣ୍ଟ୍ରି ଅପରେଟର ।
ଭୋପାଳରେ ପ୍ରିଣ୍ଟିଂ ପ୍ରେସରେ OTET ପ୍ରଶ୍ନପତ୍ର ଛପା ହେବାକୁ ନେଇ ଉଠିଥିଲା ପ୍ରଶ୍ନ ।
OTET ପ୍ରଶ୍ନପତ୍ର ଲିକର ମାଷ୍ଟରମାଇଣ୍ଡ ନିହାର, ଜିତେନ, ବିଜୟଙ୍କୁ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ । ସିଣ୍ଡିକେଟର ରିଂ ମାଷ୍ଟର ଥିଲେ କି ଉପ ସଭାପତି ? ଲିକ ଚକ୍ରବ୍ୟୁହରେ ଆଉ ଜଣେ ମହିଳା ଡାଟା ଏଣ୍ଟ୍ରି ଅପରେଟର । ୨୦୨୨ ପ୍ରଶ୍ନପତ୍ର ଲିକ ମାମଲାରେ ଥିଲା ସମ୍ପୃକ୍ତି । କାହିଁକି ଘଣ୍ଟ ଘୋଡାଇଥିଲେ ନିହାର ? କାହିଁକି ମ୍ୟାନେଜ କରିଥିଲେ ବିଜେଡି ସରକାର ?
OTET ପ୍ରଶ୍ନପତ୍ର ଲିକ ମାମଲାରେ ବୋର୍ଡ ଉଫସଭାପତି ନିହାର ମହାନ୍ତିଙ୍କ କେଳେଙ୍କାରୀର ପେଡି ଖୋଲୁଛି । ଗୋଟିଏ ପରେ ଗୋଟିଏ ସତ ପଦାକୁ ଆସୁଛି । ଖାଲି ନିହାର ମହାନ୍ତି, ଜିତେନ ମହାରଣା, ବିଜୟ ମିଶ୍ର ନା ଆଉ କାହାର ଅଛି ସମ୍ପୃକ୍ତି ଚେର ଖୋଜୁଛି କ୍ରାଇମବ୍ରାଞ୍ଚ । ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଘଟଣା ପଛର ଭିତିରିକଥା ପଦାକୁ ଆଣିବ କ୍ରାଇମବ୍ରାଞ୍ଚ୍। ନିହାରଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି । ଗିରଫଦାରୀ ସଂଖ୍ୟା ଆଗକୁ ଆହୁରି ବଢିପାରେ ।
ବଡ଼ ପ୍ରଶ୍ନ ହେଲା, କେତେ ଟଙ୍କାରେ ବିକ୍ରୀ ହେଉଥିଲା ପ୍ରଶ୍ନପତ୍ର ? କାହା କାହା ଆକାଉଣ୍ଟକୁ ଯାଉଥିଲା ପଇସା ? କେବେଠାରୁ ଚାଲିଥିଲା ଏହି ସିଣ୍ଡିକେଟ ? ବୋର୍ଡ କାର୍ଯ୍ୟାଳୟର ଆଉ କେଉଁ କର୍ମଚାରୀ ସମ୍ପୃକ୍ତ ? କ୍ରାଇମବ୍ରାଞ୍ଚ ଏନେଇ ତନାଘନା ତଦନ୍ତ ଚଳାଇଛି ।
ଗୁରୁତ୍ବପୂର୍ଣ୍ଣ କଥା ହେଲା ୨୦୨୨ ମସିହାରେ ମାଲକାନଗିରିରେ OTET ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ବିବାଦ ଘେରକୁ ଆସିଥିଲେ ବୋର୍ଡ ଉପସଭାପତି ନିହାର ମହାନ୍ତି, ଡାଟା ଇଣ୍ଟ୍ର୍ରି ଅପରେଟର ଜିତେନ ମହାରଣା । ଆଉ ଜଣେ ମହିଳା ଡାଟା ଇଣ୍ଟ୍ରି ଅପରେଟରଙ୍କ ଭୂମିକା ମଧ୍ୟ ସାମନାକୁ ଆସିଥିଲା । ହେଲେ ସେତେବେଳେ ତାଙ୍କୁ ଘଣ୍ଟ ଘୋଡାଇ ରଖିଥିଲେ ନିହାର । ପୂର୍ବ ସରକାର ମଧ୍ୟ ପୁରା ଘଟଣାକୁ ମ୍ୟାନେଜ କରିବାକୁ ଚେଷ୍ଟା କରିଥିଲା । ଆଉ ସେବେଠାରୁ ବୋର୍ଡର ଏହି କରିତକର୍ମା ଅଧିକାରୀଙ୍କ ଚେର ଲମ୍ବି ଲମ୍ବି ଚାଲିଛି । ଏପରିକି ମଧ୍ୟପ୍ରଦେଶର ଭୋପାଳରେ ଥିବା ପ୍ରିଣ୍ଟିଂ ପ୍ରେସରେ OTET ପ୍ରଶ୍ନପତ୍ର ଛପା ହେବାକୁ ନେଇ ଉଠିଛି ପ୍ରଶ୍ନ ।
ବିଭିନ୍ନ ଦିଗକୁ ନେଇ କ୍ରାଇମବ୍ରାଞ୍ଚ୍ ତଦନ୍ତ କରୁଛି । ଆଗକୁ ବେଆଇନ ଆର୍ଥିକ କାରବାର ଲିଙ୍କ ନେଇ ମଧ୍ୟ ତଦନ୍ତ କରାଯିବ।