OTET Question Paper Leak: ଧରାପଡ଼ିଲେ ଅଭିଯୁକ୍ତ, କ୍ରାଇମବ୍ରାଞ୍ଚ କରୁଛି ଜେରା

Key Points
ଏହି ମାମଲାରେ ଗତକାଲି ରାୟଗଡ଼ା ଜିଲ୍ଲାରୁ ଜଣେ ଶିକ୍ଷକଙ୍କୁ ମଧ୍ୟ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ ।
OTET ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ବୋର୍ଡ ଅଫିସ୍ର ଜଣେ କର୍ମଚାରୀଙ୍କୁ କ୍ରାଇମ୍ବ୍ରାଞ୍ଚ ଉଠାଇ ନେଇଥିବା ସୂଚନା । କ୍ରାଇମ୍ବ୍ରାଞ୍ଚ ଅଧିକାରୀ ବୋର୍ଡ ଅଫିସ୍ର କର୍ମଚାରୀଙ୍କୁ ଜେରା କରୁଥିବା ନେଇ ସୂଚନା ରହିଛି ।
ଏହି ମାମଲାରେ ମଙ୍ଗଳବାର ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗାଁର ଜଣେ ଶିକ୍ଷକଙ୍କୁ ଉଠାଇନେଇଥିବା ଜଣାପଡିଛି। ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ଓଟିଇଟି ପରୀକ୍ଷା ବାତିଲ କରାଯାଇଛି । ତେବେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା।
📱 Get Argus News App
✨ସ୍ଥାନୀୟ ପୋଲିସ ସାହାଯ୍ୟରେ କ୍ରାଇମବ୍ରାଞ୍ଚ ବିଜୟଙ୍କୁ ଉଠାଇ ନେଇଥିବା ଜଣାପଡିଛି। କ୍ରାଇମବ୍ରାଞ୍ଚ ତାଙ୍କୁ କେଉଁଠିକି ନେଇଛନ୍ତି ସେନେଇ କୌଣସି ସୂଚନା ମିଳିପାରିନାହିଁ ।