Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

OTET ପ୍ରଶ୍ନପତ୍ର ଲିକ୍ ମାମଲା, ଆଗକୁ ମାମଲାରେ ଆଉ କାହାକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍ ?

Banajyotshna Ray
Browse all articles by Banajyotshna Ray
·11 months ago·1 min read
OTET ପ୍ରଶ୍ନପତ୍ର ଲିକ୍ ମାମଲା, ଆଗକୁ ମାମଲାରେ ଆଉ କାହାକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍ ?

Key Points

OTET ପ୍ରଶ୍ନପତ୍ର ଲିକ୍ ମାମଲା
ଆଜି ସରୁଛି ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି
ଆଗକୁ ମାମଲାରେ ଆଉ କାହାକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍ ?
ଗତକାଲି ଜିତନ ଓ ବିଜୟଙ୍କୁ ସାମ୍ନାସାମ୍ନି ଜେରା କରାଯାଇଥିଲା
ଜେରା ବେଳେ ଗୁଡ଼ାତୁଡାଇ ପ୍ରଶ୍ନ କରୁଛି କ୍ରାଇମବ୍ରାଞ୍ଚ

OTET ପ୍ରଶ୍ନପତ୍ର ଲିକ୍ ମାମଲା । ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ଶିକ୍ଷକ ନେତା ବିଜୟ ମିଶ୍ରଙ୍କ ଆଜି ସରୁଛି ରିମାଣ୍ଡ ଅବଧି । ଗତକାଲି ନୂଆ ଇନପୁଟ ପାଇବା ପରେ ରିମାଣ୍ଡରେ ଆସିଥିବା ଦୁଇ ଅଭିଯୁକ୍ତଙ୍କୁ ସାମ୍ନାସାମ୍ନି ଜେରା କରିଥିଲା ତଦନ୍ତକାରୀ ଟିମ । ଜିତନ ଓ ବିଜୟଙ୍କ ସହ ମାଧ୍ୟମିକ ଶିକ୍ଷା ପରିଷଦର ଅନ୍ୟ କର୍ମଚାରୀଙ୍କ ମଧ୍ୟ ସାମ୍ନାସାମ୍ନି ଜେରା କରିଥିଲା କ୍ରାଇମବ୍ରାଞ୍ଚ । ବୋର୍ଡର ଅନ୍ୟ କର୍ମଚାରୀଙ୍କ ନିକଟରେ OTET ପ୍ରଶ୍ନପତ୍ର ଲିକ୍ ନେଇ କଣ ରହିଛି ତଥ୍ୟ? କେବେଠାରୁ ସେମାନେ ଜିତନ ମହାରଣାଙ୍କୁ ଜାଣିଛନ୍ତି?


ନିଲମ୍ବିତ ଉପ ସଭାପତି ନିହାର ରଞ୍ଜନ ମହାନ୍ତି ଓ ଜିତନ ମହାରଣାଙ୍କ ସହ ବୋର୍ଡର ଅନ୍ୟ କେଉଁ କର୍ମଚାରୀଙ୍କ କି ସମ୍ପର୍କ ରହିଛି? ଏଭଳି ପ୍ରଶ୍ନ ବାଣରେ ଅଭିଯୁକ୍ତଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଜେରା ସମୟରେ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ୍।..ସେପଟେ ଆଗକୁ ମାମଲାରେ ଆଉ କାହାକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
otet-question-paper-leak-case-who-else-will-the-crime-branch-take-into-remand-in-the-case-going-forward | Argus News