Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

OTET ପ୍ରଶ୍ନପତ୍ର ଲିକ୍‌ କ୍ରାଇମ୍‌ବ୍ରାଞ୍ଚ DIGଙ୍କ ବଡ଼ ବୟାନ୍: ସନ୍ଦେହ ଘେରରେ ବୋର୍ଡ ଉପସଭାପତି ନିହାର ମହାନ୍ତି

Rashmita Mishra
Browse all articles by Rashmita Mishra
·11 months ago·2 min read
OTET ପ୍ରଶ୍ନପତ୍ର ଲିକ୍‌ କ୍ରାଇମ୍‌ବ୍ରାଞ୍ଚ DIGଙ୍କ ବଡ଼ ବୟାନ୍: ସନ୍ଦେହ ଘେରରେ ବୋର୍ଡ ଉପସଭାପତି ନିହାର ମହାନ୍ତି

Key Points

OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ କ୍ରାଇମ୍‌ବ୍ରାଞ୍ଚ DIGଙ୍କ ବଡ଼ ବୟାନ୍

ସନ୍ଦେହ ଘେରରେ ବୋର୍ଡ ଉପସଭାପତି ନିହାର ମହାନ୍ତି

ନିହାରଙ୍କ ଲାପ୍‌ଟପ୍‌କୁ କିପରି ଆସିଲା ପ୍ରଶ୍ନପତ୍ର ହେବ ତଦନ୍ତ

OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ କ୍ରାଇମ୍‌ବ୍ରାଞ୍ଚ DIGଙ୍କ ବଡ଼ ବୟାନ । ସନ୍ଦେହ ଘେରରେ ବୋର୍ଡ ଉପସଭାପତି ନିହାର ମହାନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ପରିସରକୁ ଆସିବେ ନିହାର ମହାନ୍ତି । ନିହାରଙ୍କ ଲାପ୍‌ଟପ୍‌କୁ କିପରି ଆସିଲା ପ୍ରଶ୍ନପତ୍ର, ତଦନ୍ତ ହେବ । ପରୀକ୍ଷା ନିୟନ୍ତ୍ରଣ ଦାୟିତ୍ଵରେ ନାହାନ୍ତି ଉପସଭାପତି ନିହାର ମହାନ୍ତି । ପ୍ରଶ୍ନପତ୍ର କାହିଁକି ଲିକ୍ ହେଲା ତଦନ୍ତ ଚାଲିଛି । ପ୍ରଶ୍ନପତ୍ର ଲିକ୍ ପଛରେ ଶିକ୍ଷକଙ୍କ ହାତ ରହିଛି । କେମିତି ମିଳିଲା ପାସ୍‌ୱାର୍ଡ ତାର ତଦନ୍ତ ଚାଲିଛି । ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କ୍ରାଇମ୍‌ବ୍ରାଞ୍ଚ DIG ।

ଅନ୍ୟ ଜଣେ ଅଭିଯୁକ୍ତ ଶିକ୍ଷକ ଭବାନୀପାଟଣା ଅଞ୍ଚଳର ପ୍ରଶାନ୍ତ ଖମାରୀ ଗିରଫ । ସମ୍ପୃକ୍ତ ଶିକ୍ଷକ ଇଂରାଜୀରୁ ଓଡ଼ିଆକୁ ଅନୁବାଦ କରିଥିଲେ । ଗୁଗଲ୍‌ ଟ୍ରାନ୍ସଲେଟ୍‌ର ମଧ୍ୟ ସହାୟତା ନେଇଥିଲେ ସେହି ଶିକ୍ଷକ । ତାଙ୍କ ହସ୍ତାକ୍ଷରକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ । ଅଭିଯୁକ୍ତଙ୍କ ପାଖକୁ ୯୯ ହଜାର ଟଙ୍କା ଟ୍ରାନ୍ସଫର କରାଯାଇଛି । ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ପୂର୍ବରୁ ୬ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

କିଏ ଏହି ବୋର୍ଡ ଉପସଭାପତି ନିହାର ମହାନ୍ତି ? ବିବାଦ ଘେରରେ ବୋର୍ଡ ଉପସଭାପତି ନିହାର ମହାନ୍ତି । ଅର୍ଗସ ହାତରେ ଏକ୍ସକ୍ଲୁସିଭ୍ ଦସ୍ତାବିଜ୍ । ନିର୍ବାଚନ କମିଶନଙ୍କ ଚିଠି ଖୋଲିଲା ନିହାର ଓ ପୂର୍ବ ସରକାରର ପୋଲ୍ । ନିହାର ମହାନ୍ତିଙ୍କୁ ଘଣ୍ଟ ଘୋଡାଇ ରଖିଥିଲେ ପୂର୍ବ ସରକାର । ୧୪ ବର୍ଷ ଧରି ବୋର୍ଡ ଅଫିସକୁ ନିୟନ୍ତ୍ରଣରେ ରଖିଛନ୍ତି ନିହାର ମହାନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ତାଙ୍କ ବଦଳି ପାଇଁ କହିଥିଲେ । ୧୦ ବର୍ଷରୁ ଅଧିକ ସମୟ ଧରି ବୋର୍ଡ ଅଫିସରେ ଥିବାରୁ ବଦଳି ପାଇଁ କହିଥିଲେ ।

ବର୍ଷ ବର୍ଷ ଧରି ବୋର୍ଡ ଅଫିସରେ କେମିତି ରହିଲେ ନିହାର ? ପୂର୍ବ ସରକାରରେ କିଏ ଦେଉଥିଲା ନିହାରଙ୍କୁ ସୁରକ୍ଷା । OTET ସ୍ଵତନ୍ତ୍ର ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଫସିବେ ନିହାର ମହାନ୍ତି । ନିହାରଙ୍କ ସମ୍ପର୍କୀୟଙ୍କ ପ୍ରିଣ୍ଟିଂ ପ୍ରେସ୍‌ରେ ଛପାଯାଉଥିଲା କି ପ୍ରଶ୍ନପତ୍ର ? ପୂର୍ବ ସରକାରଙ୍କ ଗେହ୍ଲାପୁଅ ଥିଲେ କି ନିହାର ମହାନ୍ତି ? ଗେହ୍ଲାପୁଅ ହେବା ପଛରେ ଥିଲା କି ବଡ଼ କାରବାର ?

କାହା ଛତ୍ରଛାୟାରେ ହୋଇଥିଲେ ପାୱାରଫୁଲ୍ ? କାହା ଆଶୀର୍ବାଦରୁ ବର୍ଷ ବର୍ଷ ଧରି ଗାଦି ମାଡ଼ିବସିଥିଲେ ନିହାର? ପ୍ରଶ୍ନପତ୍ର ହେରଫେର୍‌ରେ ହେଉଥିଲା କି ବଡ଼ଧରଣର ସ୍କାମ୍ ? ପିଲାଙ୍କ ଭବିଷ୍ୟତ ସହ ଖେଳି ନିଜେ ହେଉଥିଲେ କି ମାଲାମାଲ୍ ? ଶିକ୍ଷା ଦଲାଲ୍‌ଙ୍କ ସହ ଥିଲା କି ନିହାର ମହାନ୍ତିଙ୍କ ଡିଲ୍ ? ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି ନିହାର ମହାନ୍ତି । ୧୦ରୁ ଅଧିକ ବର୍ଷ ଥିବାରୁ ଟ୍ରାନ୍ସଫର ପାଇଁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ଟ୍ରାନ୍ସଫର ନିର୍ଦ୍ଦେଶ ସତ୍ତ୍ଵେ ନିୟମକୁ ଫୁ' କରି କିପରି ଗାଦି ମାଡ଼ିବସିଥିଲେ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
otet-question-paper-leak-crime-branch-digs-big-statement-board-vice-president-nihar-mohanty-under-suspicion | Argus News